ଆମୋକ୍ସିସିଲିନ
From Wikipedia, the free encyclopedia
ଆମୋକ୍ସିସିଲିନ (ଆମୋକ୍ସ) ଔଷଧ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଅନେକ ଜୀବାଣୁ ଜନିତ ସଂକ୍ରମଣ ରୋଗରେ ବ୍ୟବହାର କରାଯାଏ । [1] ମଝି କାନ ସଂକ୍ରମଣରେ ଏହା ପ୍ରଥମ ଧାଡ଼ି ଚିକିତ୍ସା ରୂପେ ଦିଆଯାଏ । ତଣ୍ଟି ସଂକ୍ରମଣ, ନିମୋନିଆ, ଚର୍ମ ସଂକ୍ରମଣ ଓ ମୂତ୍ରନଳୀ ସଂକ୍ରମଣରେ ମଧ୍ୟ ଏହା ବ୍ୟବହାର କରାଯାଏ । ଏହା ପାଟିବାଟେ ଦିଆଯାଏ । [1]
Clinical data | |
---|---|
AHFS/Drugs.com | monograph |
MedlinePlus | a685001 |
Pregnancy category |
|
Routes of administration | Oral, intravenous |
ATC code | |
Legal status | |
Legal status |
|
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.043.625 |
Chemical and physical data | |
Formula | C16H19N3O5S |
Molar mass | 365.4 g/mol |
3D model (JSmol) | |
SMILES
| |
InChI
| |
(verify) |
ଆମୋକ୍ସିସିଲିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଲା ଅଇ ଓ ରାସ । [1] ଏହା ଯୋଗୁ ତରଳ ଝାଡ଼ା ଓ ଇଷ୍ଟ ସଂକ୍ରମଣ ସଙ୍କଟ ଅଧିକ ହୁଏ ବିଶେଷତଃ କ୍ଲାଭୁଲାନିକ ଏସିଡ ସାଥିରେ ଦିଆଗଲେ । [2] ପେନିସିଲିନ ପ୍ରତି ଆଲର୍ଜି ଥିବା ଲୋକଙ୍କୁ ଏହା ଦିଆଯାଏ ନାହିଁ । ବୃକ୍କ ସମସ୍ୟାରେ ଏହା କମ ମାତ୍ରାରେ ଦିଆଯାଏ । ଗର୍ଭାବସ୍ଥାରେ ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ । [1]
ସନ ୧୯୭୨ରେ ପ୍ରଥମେ ଆମୋକ୍ସିସିଲିନ ମିଳିଲା । [3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [4] ପିଲାମାନଙ୍କ ନିମନ୍ତେ ଏହା ଏକ ଅତି ସାଧାରଣ ଆଣ୍ଟିବାୟୋଟିକ ପ୍ରେସକ୍ରିପସନ । [5] ଏହା ଜେନେରିକ ଔଷଧ ଭାବରେ ମିଳେ । [1] ଗୋଟିଏ ବଟିକାର ଦାମ 0.0୨ରୁ 0.0୫ ଆମେରିକୀୟ ଡଲାର । [6] ଆମେରିକାରେ ଏହାର ଦଶ ଦିନର ଚିକିତ୍ସା ଖର୍ଚ୍ଚ ପ୍ରାୟ ୧୬ ଆମେରିକୀୟ ଡଲାର । [1]