ଏକ ତରଳ ସଫା ଦ୍ରବ୍ୟ ଅଟେ ଯାହା ମାଦାୟ ମାନଙ୍କ କ୍ଷୀର ଗ୍ରନ୍ଥିରୁ ତିଆରି ହୋଇଥାଏ From Wikipedia, the free encyclopedia
କ୍ଷୀର ଏକ ତରଳ ସଫା ଦ୍ରବ୍ୟ ଅଟେ ଯାହା ମାଦାୟମାନଙ୍କ କ୍ଷୀର ଗ୍ରନ୍ଥିରୁ ତିଆରି ହୋଇଥାଏ । ନବଜାତ ଶିଶୁ ସେ ପର୍ଯ୍ୟନ୍ତ କ୍ଷୀର ଉପରେ ନିର୍ଭର କରିଥାଏ ଯେ ପର୍ଯ୍ୟନ୍ତ ସେ ଅନ୍ୟ ଖାଦ୍ୟ ପଦାର୍ଥର ସେବନ କରିବାରେ ଅକ୍ଷମ ହୋଇଥାଏ । ସାଧାରଣତଃ କ୍ଷୀରରେ ୮୫ ପ୍ରତିଶତ ଜଳ ରହିଥାଏ ଏବଂ ଶେଷ ଭାଗରେ ସଠିକ ତତ୍ତ୍ୱମାନେ ଖଣିଜ ଦ୍ରବ୍ୟ ବସିକରି ରହିଥାଏ ।ଗାଈ ମଇଁଷିଙ୍କ ଛଡା ବଜାରରେ ବିଭିନ୍ନ କମ୍ପାନିର ପ୍ୟାକେଟ କ୍ଷୀରବି ଉପଲବ୍ଧ ରହିଥାଏ । କ୍ଷୀର ପ୍ରୋଟିନ , କ୍ୟାଲସିୟମ ଏବଂ ରାଇବୋଫ୍ଲୋବିନ (ଭିଟାମିନ ବି-୨) ଯୁକ୍ତ ହୋଇଥାଏ , ଏହା ଛଡା ଏ , ଡି , କେ ଏବଂ ଈ ସହିତ ଫସଫରସ , ମ୍ୟାଗ୍ନେସିୟମ , ଆୟୋଡିନ ପରି କିଛି ଦ୍ରବ୍ୟ କିମ୍ବା ବସା ତଥା ଊର୍ଜା ମଧ୍ୟ ହୋଇଥାଏ । ଏହାଛଡା ଏଥିରେ କିଛି ଏଞ୍ଜାଇମ୍ ଏବଂ କିଛି ଜୀବିତ ରକ୍ତ କୌଶିକମାନ ମଧ୍ୟ ରହିପାରେ । [୨]
Nutritional value per 100 g (3.5 oz) | |
---|---|
Energy | 252 kJ (60 kcal) |
Carbohydrates | 5.26 g |
- Sugars | 5.26 g |
- Lactose | 5.26 g |
Fat | 3.25 g |
- saturated | 1.865 g |
- monounsaturated | 0.812 g |
- polyunsaturated | 0.195 g |
Protein | 3.22 g |
- Tryptophan | 0.075 g |
- Threonine | 0.143 g |
- Isoleucine | 0.165 g |
- Leucine | 0.265 g |
- Lysine | 0.140 g |
- Methionine | 0.075 g |
- Cystine | 0.017 g |
- Phenylalanine | 0.147 g |
- Tyrosine | 0.152 g |
- Valine | 0.192 g |
- Arginine | 0.075 g |
- Histidine | 0.075 g |
- Alanine | 0.103 g |
- Aspartic acid | 0.237 g |
- Glutamic acid | 0.648 g |
- Glycine | 0.075 g |
- Proline | 0.342 g |
- Serine | 0.107 g |
Water | 88.32 g |
Vitamin A equiv. | 28 μg (4%) |
Thiamine (vit. B1) | 0.044 mg (4%) |
Riboflavin (vit. B2) | 0.183 mg (15%) |
Vitamin B12 | 0.44 μg (18%) |
Vitamin D | 40 IU (7%) |
Calcium | 113 mg (11%) |
Magnesium | 10 mg (3%) |
Potassium | 143 mg (3%) |
100 ml corresponds to 103 g.[୧] Percentages are relative to US recommendations for adults. Source: USDA Nutrient Database |
Rank | Country | Production (metric tonnes) |
---|---|---|
1 | United States | ୯୦,୮୬୫,୦୦୦ |
2 | ଭାରତ | ୫୪,୦୦୦,୦୦୦ |
3 | ଚୀନ | ୩୭,୪୧୯,୫୦୦ |
4 | Brazil | ୩୨,୩୦୪,୪୨୧ |
5 | ଋଷିଆ | ୩୧,୫୭୬,୦୪୭ |
6 | Germany | ୩୦,୫୦୬,୯୨୯ |
7 | France | ୨୩,୯୮୩,୧୯୬ |
8 | New Zealand | ୨୦,୦୫୩,୦୦୦ |
9 | Turkey | ୧୫,୯୭୭,୮୩୭ |
10 | United Kingdom | ୧୩,୮୮୪,୦୦୦ |
୨୦୧୨ ମସିହାରେ , କ୍ଷୀରର ପ୍ରସ୍ତୁତିକାରକ ଏବଂ କ୍ଷୀରର ଉତ୍ପନ୍ନ ପ୍ରଣାଳୀକୁ ଆମେରିକା , ଚାଇନା , ପାକିସ୍ଥାନ ଏବଂ ବ୍ରାଜିଲ ଅନ୍ତର୍ଗତ ରାଜ୍ୟ ମାନଙ୍କରୁ ଭାରତ ସାଧାରଣତଃ ଭାବେ ଅନୁସରଣ କରିଥିଲା ।[୭] ୨୦୧୩ ମସିହାରେ ସମସ୍ତ ୨୮ ୟୁରୋପିଆନ ସଂଘର ସଦସ୍ୟମାନେ ଏକସଙ୍ଗରେ ୧୫୩.୮ ମିଲିଅନ ଟନ୍ସ କ୍ଷୀର ଉପୁଜାଇ ଥିଲେ , ସବୁଠାରୁ ବୃହତ୍ତର ସଂଘ ଭାବେ ରାଜନୀତିଜ୍ଞ-ଅର୍ଥନୈତିକ ସଂଘ[୮]
ଗାଈ କ୍ଷୀରରେ ପ୍ରତି ଗ୍ରାମ ୩.୧୪ ମିଲିଗ୍ରାମ କୋଲେଷ୍ଟ୍ରୋଲ ରହିଥାଏ । ଆୟୁର୍ବେଦ ଅନୁସାରେ ଗାଈର ସତେଜ କ୍ଷୀରକୁ ଉତ୍ତମ କୁହାଯାଏ । (ବତ୍ରା ହସ୍ପିଟାଲ ଏଣ୍ଡ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର)ର ଆୟୁର୍ବେଦିକ ବିଭାଗର "ମେହର ସିଂ"ଙ୍କ ଅନୁସାରେ ଗାଈର କ୍ଷୀର ମଇଁଷିର କ୍ଷୀର ତୁଳନାରେ ମସ୍ତିଷ୍କ ପାଇଁ ଅଧିକ ଲାଭଦାୟକ ଅଟେ ।
ଦେଶ | କ୍ଷୀର (ଲିଟର) | ପନିର (କି.ଗ୍ରା.) | ଲହୁଣୀ (କି.ଗ୍ରା.) |
---|---|---|---|
Finland | 183.9 | 19.1 | 5.3 |
Sweden | 145.5 | 18.5 | 1.0 |
Ireland | 129.8 | 10.5 | 2.9 |
Netherlands | 122.9 | 20.4 | 3.3 |
Norway | 116.7 | 16.0 | 4.3 |
Spain | 119.1 | 9.6 | 1.0 |
Switzerland | 112.5 | 22.2 | 5.6 |
United Kingdom | 111.2 | 12.2 | 3.7 |
Australia | 106.3 | 11.7 | 3.7 |
Canada | 94.7 | 12.2 | 3.3 |
ସର୍ବୋଚ୍ଚ ମଇଁଷି କ୍ଷୀର ଉତ୍ପାଦକ - ୨୦୦୭[୧୦] | ||||
---|---|---|---|---|
ଦେଶ | ଉତ୍ପାଦନ (ଟନ) |
ଟିପ୍ପଣୀ | ||
ଭାରତ | 59,210,000 | * | ||
ପାକିସ୍ଥାନ | 20,372,000 | |||
People's Republic of China | 2,900,000 | F | ||
Egypt | 2,300,000 | F | ||
Nepal | 958,603 | |||
ଇରାନ | 241,500 | F | ||
ମ୍ୟାନମାର | 220,462 | |||
Italy | 200,000 | F | ||
ଭିଏତନାମ | 32,000 | F | ||
Turkey | 30,375 | |||
ବିଶ୍ୱ | 86,574,539 | A | ||
No symbol = official figure, F = FAO estimate, * = Unofficial/Semi-official/mirror data, A = Aggregate |
ମଇଁଷି କ୍ଷୀରରେ ପ୍ରତି ଗ୍ରାମ ୦.୬୫ ମିଲିଗ୍ରାମ କୋଲେଷ୍ଟ୍ରୋଲ ରହିଥାଏ । ମଇଁଷି କ୍ଷୀରରେ ଗାଈର କ୍ଷୀର ତୁଳନାରେ ୯୨ ପ୍ରତିଶତ କ୍ୟାଲସିୟମ , ୩୭ ପ୍ରତିଶତ ଲୌହ ଏବଂ ୧୧୮ ପ୍ରତିଶତ ଅଧିକ ଫସଫରସ ରହିଥାଏ । (ଇଣ୍ଡିଆନ ସ୍ପାଇନଲ ଇଂରାଜୀ ସେଣ୍ଟର)ର ମେଡ଼ିକାଲ ଡାଇରେକ୍ଟର "ଏଚ୍. ଏସ୍. ଛାବଡ଼ା"ଙ୍କ ଅନୁସାରେ ଗାଈର କ୍ଷୀରଠାରୁ ମଇଁଷିର କ୍ଷୀର ଅଧିକ ଭଲ ହୋଇଥାଏ । ସେଥିରେ କମ କୋଲେଷ୍ଟ୍ରୋଲ ରହିଥାଏ ଏବଂ ମିନେରାଲ ଅଧିକ ରହିଥାଏ ।
ଏହି ପ୍ରକାରର କ୍ଷୀର ମଦର-ଡେୟରୀ , ଅମୁଲ , ପରାଗ , ଆଞ୍ଚଲ ଜୌସୀ କମ୍ପାନୀଗୁଡ଼ିକ ଯୋଗାଣ କରନ୍ତି । ଏଥିରେ ଭିଟାମିନ ଏ , ଲୌହ ଏବଂ କ୍ୟାଲସିୟମ ମିଶିକରି ରହିଥାଏ । ଏଥିରେ ବହୁପ୍ରକାର ତଥା , ଫୁଲ୍ କ୍ରିମ , ଟୋଣ୍ଡ , ଯୋଡ଼ା ଟୋଣ୍ଡ ଏବଂ ଫ୍ଲେବର୍ଡ କ୍ଷୀର ମିଶ୍ରଣ ହୋଇଥାଏ । ଫୁଲ୍ କ୍ରିମରେ ପୂର୍ଣ୍ଣ ମେଲାଇ ରହିଥାଏ , ଏଣୁ ଅଧିକ ବହଳିଆ ରହିଥାଏ । ଏହି ସବୁର ନିଜ ଉପଯୋଗିତା ରହିଥାଏ , କିନ୍ତୁ ଚିକିତ୍ସକ ମାନଙ୍କ ରାୟ ଅନୁସାରେ , ପିଲାମାନଙ୍କ ପାଇଁ ଫୁଲ୍ କ୍ରିମ କ୍ଷୀର ବହୁତ ଭଲ ଅଟେ ତ ବଡ଼ ଲୋକମାନଙ୍କ ପାଇଁ କମ କ୍ରିମର ମିଶ୍ରିତ କ୍ଷୀର ଉପଯୋଗ୍ୟ ।
କ୍ଷୀରର ପ୍ରସ୍ତୁତିକରଣ ବିଭିନ୍ନ କିସମରେ ବିକ୍ରୟ କରାଯାଏ - ନିମ୍ନକ୍ତ ପ୍ରକାର/ମାପକ୍ରମ ଉପରେ ଆଧାରିତ:
କ୍ଷୀର ଏକ ପୂର୍ଣ୍ଣ , ସ୍ୱଚ୍ଛ , ସ୍ତନ ଗ୍ରନ୍ଥିୟର ଧାରଣ ଅଟେ । ପୌଷ୍ଟିକତାର ଦୃଷ୍ଟିରେ କ୍ଷୀର ଏକ ମାତ୍ର ସମ୍ପୁର୍ଣ୍ଣ ଆହାର ଅଟେ ଯାହା ଆମପାଇଁ ପ୍ରକୃତିର ଦାନ ଅଟେ । ଆମ ଶରୀରକୁ ସାଧାରଣତଃ ପାଖାପାଖି ୩୦ରୁ ଅଧିକ ତତ୍ତ୍ୱର ଆବଶ୍ୟକତା ହୋଇଥାଏ । କିଛିବି ପ୍ରକୃତ ଭୋଯ୍ୟ ପଦାର୍ଥ ପ୍ରକୃତିରେ ଉପଲବ୍ଧ ହୋଇନାହିଁ ଯାହାଦ୍ୱାରା ଏ ସବୁର ପ୍ରାପ୍ତ କରାଯାଇପାରେ । କିନ୍ତୁ କ୍ଷୀରରେ ପାଖାପାଖି ସମସ୍ତ ପୋଷକ ତତ୍ତ୍ୱ ପ୍ରାପ୍ତ ହୋଇଥାଏ । ଏଥିପାଇଁ ପିଲାମାନଙ୍କ ପାଇଁ କ୍ଷୀରକୁ ସନ୍ତୁଳିତ ପୂର୍ଣ୍ଣ ଭୋଜନର ସ୍ତର ଦିଆଯାଇଛି । କ୍ଷୀରରେ ରହିଥିବା ସଂଘଟକ ହେଉଛି ପାଣି , ପ୍ରକୃତ ପଦାର୍ଥ , ବସା , ପ୍ରୋଟିନ , ଖଣିଜ ବସବିହିନ ପଦାର୍ଥ ରହିଥାଏ । ଯଦି ଆମେ କ୍ଷୀରରେ ରହିଥିବା ପାଣିର କଥା କୁହାଯାଏ ତ, ସବୁଠାରୁ ଅଧିକ ପାଣି ଗଧୀର କ୍ଷୀରରେ ୯୧.୫% ହୋଇଥାଏ , ଘୋଡ଼ିର କ୍ଷୀରରେ ୯୦.୧% , ମନୁଷ୍ୟରେ ୮୭.୪% , ଗାଈରେ ୮୭.୨% , ଓଟଣୀରେ ୮୬.୫% ଏବଂ ଛେଳି କ୍ଷୀରରେ ୮୬.୯% ରହିଥାଏ ।
କ୍ଷୀରର ଉତ୍ପାଦନ ଲକ୍ଷ୍ୟ ହିସାବରେ ୧୨ତମ ପଞ୍ଚବର୍ଷିୟା ଯୋଜନା (୨୦୧୦-୨୦୧୭)ରେ ବଢିକରି ୨୬.୯୫ ଲକ୍ଷ ମେଟ୍ରିକ ଟନ କରିବାର ଅଛି ଯେମିତିକି (୨୦୧୦-୨୦୧୧)ରେ ଆମ କ୍ଷୀରର ଆବଶ୍ୟକତା ୩୩.୬୯ ଲକ୍ଷ ମେଟ୍ରିକ ଟନ ରହିଥିଲା । ଏଠାରେ ଏହା ଦର୍ଶାଯାଇଛି କି , ଆମ ପୃତି ମାର୍ଗରେ ବହୁ କାମ ଅଛି ଯାହା ପାଇଁ ଆମକୁ ନିଜ ଖାଦ୍ୟପେୟକୁ ସୁଧାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କ ପାଇଁ ଚାରା , ପାଣି ଏବଂ ପ୍ରବନ୍ଧନ ଉପରେ ବହୁତ ଅଧିକ କଷ୍ଟ କରିବାର ମଧ୍ୟ ଅତ୍ୟନ୍ତ ଆବଶ୍ୟକତା ରହିଛି ।
କ୍ଷୀର ସମ୍ପୁର୍ଣ୍ଣ ଆହାର ସହିତ ଜଲ୍ଦି ଖରାପ ହୋଇଯାଉଥିବାର ଅଧିକ ସମ୍ଭାବନା ରହିଛି । ଏଥିପାଇଁ କ୍ଷୀରର ସ୍ୱରୂପକୁ ବଦଳ କରି ଆମେ ବହୁ ଦିନ ପର୍ଯ୍ୟନ୍ତ ରଖିପାରିବା , ଏହା ସହ କ୍ଷୀରର ମୂଲ୍ୟବର୍ଦ୍ଧନଦ୍ୱାରା ବହୁ ଆମଦାନୀ ତିଆରି କରି ପାରିବା । କ୍ଷୀରରୁ ଉତ୍ପାଦିତ ପଦାର୍ଥ ପୂର୍ବରୁ ଆମକୁ ଏହା ମୁଖ୍ୟତଃ ଜାଣିବାର ଅଛି ଯେ , କ୍ଷୀରର ମାଙ୍ଗ କେଉଁ ରୂପରେ ଅଧିକ ରହିଥାଏ ।
ସଂଘନିତ ପୂର୍ଣ୍ଣ କ୍ଷୀର ଦ୍ରବ୍ୟ
ପୂର୍ଣ୍ଣ କ୍ଷୀର ଜମେଇ ପ୍ରସ୍ତୁତ ଦ୍ରବ୍ୟ
କ୍ଷୀର ମନ୍ଥନରୁ ପ୍ରସ୍ତୁତ ଦ୍ରବ୍ୟ
ଇଣ୍ଟରନ୍ୟାଶନାଲ ଡିଆରୀ ଜର୍ଣ୍ଣାଲଙ୍କ ରିପୋର୍ଟ ଅନୁସାରେ ୟୁନିଭର୍ଷିଟି ଆକାରରେ କରାଯାଇଥିବା ଏକ ଘୋଷଣାରେ ଏହା ପ୍ରମାଣିତ କରାଯାଇଛି କି , ଯେଉଁ ଲୋକ ପ୍ରତ୍ୟେକଦିନ ଅତି କମରେ ଗୋଟେ ଗ୍ଲାସ କ୍ଷୀର ପିଅନ୍ତି , ସେମାନେ ଅନ୍ୟ ଲୋକ ତୁଳନାରେ ସବୁଦିନ ମାନସିକ ଏବଂ ବୌଦ୍ଧିକ ସ୍ତରରେ ଅଧିକ ସ୍ଥିତିରେ ଉପଲବ୍ଧ ହୋଇଥା'ନ୍ତି ; ଯେଉଁମାନେ କଦାପି କ୍ଷୀର ପିଅନ୍ତି ନାହିଁ ।[୧୧]
କ୍ଷୀର ଏକ ପୁଷ୍ଟିକର ପାନୀୟ ପଦାର୍ଥ । ଏଥିରେ କ୍ୟାଲ୍ସିୟମ୍, ଫସ୍ଫରସ୍ ଓ ଅନ୍ୟ ପୋଷକ ତତ୍ତ୍ୱ ଗଚ୍ଛିତ ହୋଇ ରହିଥାଏ । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି ମଧ୍ୟ କୁହାଯାଇଥାଏ । କ୍ଷୀରର ନିୟମିତ ଓ ସଠିକ୍ ସେବନ ଆମକୁ ଶକ୍ତିଶାଳୀ କରିବା ସହିତ ସୁସ୍ଥ ରଖିଥାଏ । ଜ୍ୟୋତିଷ ଶାସ୍ତ୍ରରେ କ୍ଷୀରର ସମ୍ବନ୍ଧ ଚନ୍ଦ୍ରମାଙ୍କ ସହ ରହିଛି ।[୧୨]
– ସମସ୍ତ କ୍ଷୀର ମଧ୍ୟରୁ ଗାଈ କ୍ଷୀର ସବୁଠାରୁ ପବିତ୍ର ଓ ଭଲ ହୋଇଥାଏ।
– ପ୍ରଭୁ ଶିବଙ୍କ ରୁଦ୍ରାଭିଷେକରେ କ୍ଷୀରର ବିଶେଷ ବ୍ୟବହାର ହୋଇଥାଏ।
– କ୍ଷୀରରେ ରୁଦ୍ରାଭିଷେକ କରିବାଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
– ସୋମବାର କ୍ଷୀର ଦାନ କରିବାଦ୍ୱାରା ଚନ୍ଦ୍ରମା ଭଲ ସ୍ଥିତରେ ରହିଥାଆନ୍ତି ଓ ଶୁଭଫଳ ମିଳିଥାଏ।
– ଜଳରେ କିଛି କ୍ଷୀର ମିଶାଇ ସ୍ନାନ କରିବାଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ ଓ ଚିନ୍ତା କମ୍ ହୋଇଥାଏ।
– କ୍ଷୀରକୁ ଫୁଟାଇ ଥଣ୍ଡା କରି ପିଇବା ଉତ୍ତମ ହୋଇଥାଏ।
– କାଚ କିମ୍ବା ଷ୍ଟିଲ୍ ପାତ୍ରରେ ପିଇବା ଅଧିକ ଭଲ ହୋଇଥାଏ।
– ରୂପା ପାତ୍ରରେ କ୍ଷୀର ପିଇବା ଅଧିକ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ।
– କ୍ଷୀର ସହ ମହୁ ଓ ମିଶ୍ରିର ପ୍ରୟୋଗ ସର୍ବୋତ୍ତମ ହୋଇଥାଏ।
– କ୍ଷୀର ପିଇବାଦ୍ୱାରା ଯଦି ପେଟ ବଢୁଛି ତେବେ ସେଥିରେ ପାନମହୁରୀ ପକାଇ ଫୁଟାଇ ପିଇବା ଆବଶ୍ୟକ।
– କ୍ଷୀରକୁ ନଫୁଟାଇ କଦାପି ପିଅନ୍ତୁ ନାହିଁ।
– ତମ୍ବା ପାତ୍ରରେ କ୍ଷୀର କେବେହେଲେ ପିଅନ୍ତୁ ନାହିଁ କିମ୍ବା ଭଗବାନଙ୍କୁ ଅର୍ପଣ ମଧ୍ୟ କରନ୍ତୁ ନାହିଁ।
– କ୍ଷୀର ସହ ମାଛର ସେବନ ବିପଜ୍ଜନକ ହୋଇଥାଏ।
– ପେଟ କିମ୍ବା ତ୍ୱଚା ସମସ୍ୟା ଥିଲେ କ୍ଷୀର ପିଇବା ଉଚିତ୍ ନୁହେଁ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.