![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/fe/Arati_Devi.jpg/640px-Arati_Devi.jpg&w=640&q=50)
ଆରତୀ ଭୂୟାଁ
ଓଡ଼ିଆ ସମାଜସେବୀ ଓ ଦେଶର ସର୍ବକନିଷ୍ଠ ସରପଞ୍ଚ / From Wikipedia, the free encyclopedia
ଆରତୀ ଭୂୟାଁ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ସମାଜସେବୀ । ସେ ମାତ୍ର ୨୭ ବର୍ଷ ବୟସରେ ଦେଶର ସର୍ବକନିଷ୍ଠା ସରପଞ୍ଚ ଭାବରେ ୨୦୧୨ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ ।[1] ସେ ତାଙ୍କର ଚାକିରୀ ଜୀବନରୁ ଅବସର ନେଇ ସରପଞ୍ଚ ପଦ ପାଇଁ ନିର୍ବାଚନରେ ଛିଡ଼ା ହୋଇଥିଲେ । ତାଙ୍କ ଗାଆଁର ଶିକ୍ଷା ତଥା ଅନ୍ୟାନ୍ୟ ଉନ୍ନତି ପାଇଁ କାର୍ଯ୍ୟ କରିବା ଥିଲା ତାଙ୍କର ନିର୍ବାଚନର ପ୍ରତିଶ୍ରୁତି ।[2] ନିର୍ବାଚନରେ ଛିଡ଼ା ହେବା ଆଗରୁ ସେ ଆଇଡିବିଆଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ ।[3]
Quick Facts ଆରତୀ ଭୂୟାଁ, ଜନ୍ମ ...
ଆରତୀ ଭୂୟାଁ | |
---|---|
![]() ଆରତୀ ଭୂୟାଁ | |
ଜନ୍ମ | ଆରତୀ ଭୂୟାଁ |
ବୃତ୍ତି(ସମୂହ) | ସମାଜସେବୀ ରାଜନୈତିଜ୍ଞ |
ପିତାମାତା(s) | ଭାସ୍କର ଭୂୟାଁ (ବାପା) ରମାଦେବୀ (ମାଆ) |
Close
୨୦୧୪ ମସିହାରେ ଆମେରିକାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ ।[3] ଏହି ସମ୍ମିଳନୀରେ ସେ ୨୧ଟି ଦେଶର ଭିନ୍ନ ଭିନ୍ନ ପାର୍ଥୀ ଯୋଗ ଦେଇଥିଲେ । ଆମେରିକାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ ଏବଂ ପୂର୍ବତନ ରାଷ୍ଟ୍ରପତି କେ. ଆର. ନାରାୟଣନ ଓ ପ୍ରତିଭା ପାଟିଲଙ୍କ ପରେ ୬ଷ୍ଠ ଭାରତୀୟ ଥିଲେ ।[1]