ରାଜନେତା ,ଭାରତର ଚତୁର୍ଥ ପ୍ରଧାନ ମନ୍ତ୍ରୀ From Wikipedia, the free encyclopedia
ମୋରାରଜୀ ରାଞ୍ଛୋଡ଼ଜୀ ଦେଶାଇ (ମୋରାରଜୀ ଦେଶାଇ) ଥିଲେ ଭାରତର ଚତୁର୍ଥ ପ୍ରଧାନ ମନ୍ତ୍ରୀ । ଗୁଜରାଟର ଭଲସାଡ ଅନ୍ତର୍ଗତ ଭାଡେଲିଠାରେ ୧୮୯୬ ଫେବୃଆରୀ ୨୯ରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଶିକ୍ଷା ଓ ପ୍ରାଥମିକ ଶିକ୍ଷା ପରେ ବମ୍ବେର ୱିଲସନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଗୁଜରାଟ ସିଭିଲ ସର୍ଭିସରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜମାନଙ୍କ ଅଧୀନରେ ସେ ଚାକିରୀ କରିବେ ନାହିଁ ବୋଲି ଦର୍ଶାଇ ୧୯୨୪ରେ ଚାକିରୀ ଛାଡି ଦେଇଥିଲେ । ପରେ ବ୍ରିଟିଶ ଶାସନ ବିରୋଧରେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ୱାଧୀନତା ଆନ୍ଦୋଳନରେ ସେ ଅନେକ ଥର କାରାବରଣ କରିଥିଲେ । ତାଙ୍କର ନେତୃତ୍ୱ ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ନେତାଙ୍କର ଅତିପ୍ରିୟ ହୋଇପାରିଥିଲେ ।
ମୋରାରଜୀ ଦେଶାଇ | |
---|---|
ଭାରତର ପୂର୍ବତନ (୪ର୍ଥ)ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୨୪ ମାର୍ଚ ୧୯୭୭ – ୨୮ ଜୁଲାଇ ୧୯୭୯ | |
ରାଷ୍ଟ୍ରପତି | Basappa Danappa Jatti (Acting) Neelam Sanjiva Reddy |
ପୂର୍ବ ଅଧିକାରୀ | ଇନ୍ଦିରା ଗାନ୍ଧୀ |
ପର ଅଧିକାରୀ | ଚରଣ ସିଂହ |
Minister of Home Affairs | |
କାର୍ଯ୍ୟକାଳ ୧ ଜୁଲାଇ ୧୯୭୮ – ୨୮ ଜୁଲାଇ ୧୯୭୯ | |
ପୂର୍ବ ଅଧିକାରୀ | ଚରଣ ସିଂହ |
ପର ଅଧିକାରୀ | ଯଶବନ୍ତରାଓ ଚୌହାନ |
Deputy Prime Minister of India | |
କାର୍ଯ୍ୟକାଳ ୧୩ ମାର୍ଚ ୧୯୬୭ – ୧୬ ଜୁଲାଇ ୧୯୬୯ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ବଲ୍ଲଭଭାଇ ପଟେଲ |
ପର ଅଧିକାରୀ | ଚରଣ ସିଂହ ଜଗଜୀବନ ରାମ |
Minister of Finance | |
କାର୍ଯ୍ୟକାଳ ୧୩ ମାର୍ଚ ୧୯୬୭ – ୧୬ ଜୁଲାଇ ୧୯୬୯ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ସଚିନ୍ଦ୍ର ଚୌଧୁରୀ |
ପର ଅଧିକାରୀ | ଇନ୍ଦିରା ଗାନ୍ଧୀ |
କାର୍ଯ୍ୟକାଳ ୧୩ ମାର୍ଚ ୧୯୫୮ – ୨୯ ଅଗଷ୍ଟ ୧୯୬୩ | |
ପ୍ରଧାନ ମନ୍ତ୍ରୀ | ଜବାହରଲାଲ ନେହେରୁ |
ପୂର୍ବ ଅଧିକାରୀ | ଜବାହରଲାଲ ନେହେରୁ |
ପର ଅଧିକାରୀ | Tiruvellore Thattai Krishnamachari |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଭାଡେଲି, ବ୍ରିଟିଶ ଭାରତ | ୨୯ ଫେବୃଆରୀ ୧୮୯୬
ମୃତ୍ୟୁ | ୧୦ ଅପ୍ରେଲ ୧୯୯୫ ୯୯) ନୂଆଦିଲ୍ଲୀ,ଭାରତ | (ବୟସ
ରାଜନୀତିକ ଦଳ | ଜନତା ଦଳ (୧୯୮୮-୧୯୯୫) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ (୧୯୬୯ ପୂର୍ବରୁ) ଭାରତୀୟ ଜାତୀୟ କଂଗ୍ରେସ-Organisation (୧୯୬୯-୧୯୭୭) Janata Party (୧୯୭୭-୧୯୮୮) |
ଶିକ୍ଷାନୁଷ୍ଠାନ | ୱିଲସନ କଲେଜ, ବମ୍ବେ |
ପେଷା | ସିଭିଲ ସର୍ଭିସ Activist |
୧୯୩୪ରୁ ୧୯୩୭ ମଧ୍ୟରେ ପ୍ରାଦେଶିକ ନିର୍ବାଚନ ପରେ ସେ ବମ୍ବେ ପ୍ରେସିଡେନ୍ସୀ ଅଧୀନରେ ରାଜସ୍ୱ ମନ୍ତ୍ରୀ ଥିଲେ । ଦେଶ ସ୍ୱାଧୀନ ହେବା ପୂର୍ବରୁ ସେ ବମ୍ବେର ଗୃହମନ୍ତ୍ରୀ ଓ ପରେ ମୂଖ୍ୟମନ୍ତ୍ରୀ ହେଲେ । ବମ୍ବେରେ ବସବାସ କରୁଥିବା ମରାଠିମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାଲାଗି ସେ ଆହ୍ୱାନ ଦେଇଥିଲେ । ଏଥିଲାଗି ତାଙ୍କ ନିର୍ଦ୍ଧେଶରେ ୧୯୬୦ରେ ହେଇଥିଲା ଆନ୍ଦୋଳନ । ଆନ୍ଦୋଳନ ତିବ୍ରତର ହେବାରୁ ପୋଲିସ ଗୁଳି ଚଳେଇଥିଲେ ଓ ଏଥିରେ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ବିଭିନ୍ନ ମହଲରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ଫଳସ୍ୱରୂପ ସ୍ୱତନ୍ତ୍ର ମହାରାଷ୍ଟ୍ର ରାଜ୍ୟ ଗଠିତ ହେଇଥିଲା । ଶାସ୍ତ୍ରିଜୀଙ୍କ ମୃତ୍ୟୁପରେ ୧୯୬୬ରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରତିଦ୍ୱନ୍ଦିତା କରି ପରାଜିତ ହେଇଥିଲେ । ମାତ୍ର ୧୯୭୭ରେ ଜନତାଦଳ ମେଣ୍ଟ ସରକାର ଗଠନ ହେବାରୁ ସେ ପ୍ରଧାନମନ୍ତ୍ରୀ ହେଇଥିଲେ ।[1]
ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସେ ସର୍ବଦା ଉଦ୍ୟମ କରିଆସିଥିଲେ ı ଏଥି ପାଇଁ ତାଙ୍କୁ "ନିସାନ-ଇ-ପାକିସ୍ତାନ" ସମ୍ମାନରେ ସମ୍ମାନିତ କରାଯାଇଥିଲା । ପାକିସ୍ତାନର ଏଭଳି ସର୍ବଚ୍ଚୋ ବେସାମରିକ ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ଭାରତୀୟ ı ୧୯୯୫ ଏପ୍ରିଲ ୧୦ରେ ତାଙ୍କର ପରଲୋକ ଘଟିଥିଲା ı[2]
ମୋରାରଜୀ ଦେଶାଇ ଗୁଜରାଟରୁ ଥିଲେ ।[3]ସେତେବେଳେର ବମ୍ବେ ପ୍ରେସିଡେନ୍ସିର ବୁଲସର ଜିଲ୍ଲାର ଭାଡେଲି ଗ୍ରାମରେ ୨୯ ଫେବୃୟାରୀ ୧୮୯୬ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଆଠ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ବରିଷ୍ଠ ଥିଲେ । ତାଙ୍କ ପିତା ଜଣେ ବିଦ୍ୟାଳୟ ଶିକ୍ଷକ ଥିଲେ ।[4]
ସେ ସୌରାଷ୍ଟ୍ରରେ ନିଜର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ । ମୁମ୍ବାଇର ୱିଲସନ ମହାବିଦ୍ୟାଳୟରୁ ଉତ୍ତୀନ୍ନ ହୋଇ ସେ ଗୁଜରାଟର ସିଭିଲ ସେବାରେ ଯୋଗ ଦେଇଥିଲେ । ୧୯୨୭-୨୮ରେ ହୋଇଥିବା ଗୋଧ୍ରା ଦଙ୍ଗାରେ ହିନ୍ଦୁମାନଙ୍କ ଉପରେ ନରମ ମନୋଭାବ ଯୋଗୁଁ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଉପ-ଜିଲ୍ଲାପାଳ ପଦବୀରୁ ଇସ୍ତଫା ଦେଇଥିଲେ ।[5]
ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସେ ମହାତ୍ମା ଗାନ୍ଧୀଙ୍କର ସହ ଯୋଗଦାନ କରିଥିଲେ । ଅନେକ ଥର ସେ କାରାବରଣ ମଧ୍ୟ କରିଥିଲେ । ୧୯୩୪ ଏବଂ ୧୯୩୭ ମସିହାରେ ପ୍ରାନ୍ତରେ ସେ ଅର୍ଥ ଏବଂ ଗୃହ ବିଭାଗର ମନ୍ତ୍ରୀ ଭାବରେ ବମ୍ବେ ପ୍ରେସିଡେନ୍ସିରେ ନିର୍ବାଚିତ ହୋଇଥିଲେ ।
୧୯୧୧ ମସିହାରେ ଦେଶାଇଙ୍କୁ ଯେବେ ମାତ୍ର ୧୫ ବର୍ଷ ବୟସ ହୋଇଥିଲା ସେ ଗୁଜରାବେନଙ୍କୁ ବିବାହ କରିଥିଲେ ।[6] ଗୁଜରାବେନ ତାଙ୍କ ସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀ ହେବାର ଦେଖିଥିଲେ କିନ୍ତୁ ଦେଶାଇଙ୍କ ପୂର୍ବରୁ ସେ ଇହଧାମ ପରିତ୍ୟାଗ କରିଥିଲେ । ତାଙ୍କର ନାତି ମଧୁକେଶ୍ୱର ଦେଶାଇ, ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚାର ଜାତୀୟ ଉପ-ସଭାପତି ଅଟନ୍ତି ।
୧୯୭୮ ମସିହାରେ ସେ ୟୁରିନ ଥେରାପି (ମୂତ୍ର ଚିକିତ୍ସା) ଉପରେ ଏକ ଆଲୋଚନା କରିଥିଲେ । ଏଥିରେ ସେ ମନୁଷ୍ୟ ମୁତ୍ରାର ସୁଗୁଣ ଉପରେ ଆଲୋକପାତ କରିଥିଲେ, ଦେଶାଇ କହିଥିଲେ ଯେ ଏହିଭଳି ଚିକିତ୍ସା ଯେଉଁମାନେ ଡାକ୍ତରୀ ଚିକିତ୍ସା ଲାଭ କରିବାରେ ଅସମର୍ଥ ତାଙ୍କ ମାଇଁ ବରଦାନ ସଦୃଶ୍ୟ । ସେ ଏହାକୁ "ଜୀବନର ଜଳ" ବୋଲି ଦର୍ଶାଇଥିଲେ ।[7][8]
ସେ ମହାତ୍ମା ଗାନ୍ଧୀଙ୍କର ଜଣେ ଅନୁସାରକ ଥିଲେ । ଜନ୍ମରୁ ସେ ଶାକାହାରୀ ଥିଲେ ।
୧୯୭୭ରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ନିର୍ବାଚନରେ ଜନତା ପାର୍ଟିକୁ ବିପୁଳ ପରିମାଣରେ ଭୋଟ ଦେଇ ଲୋକେ ଜୟଯୁକ୍ତ କରାଇଥିଲେ । ଜନତା ପାର୍ଟି ତରଫରୁ ଦେଶାଇଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରାଯାଇଥିଲା । ୨୪ ମାର୍ଚ୍ଚ ୧୯୭୭ ମସିହାରେ ଦେଶର ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବରେ ଦେଶାଇ ଶପଥ ପାଠ କରିଥିଲେ ।
ଦେଶାଇ ଭାରତର ର'ର ଅନେକ ଶାଖାଗୁଡ଼ିକୁ ବନ୍ଦ କରିଦେଇଥିଲେ ।
୧୯୭୯ ମସିହାରେ ସମର୍ଥନ ଅଭାବରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।
୧୯୮୦ରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ଦେଶାଇ ପ୍ରଚାର କରିଥିଲେ । କିନ୍ତୁ ସେ ନିଜେ ଏହି ନିର୍ବାଚନରେ କୌଣସି ନିର୍ବାଚନ ମଣ୍ଡଳୀରୁ ଛିଡା ହୋଇନଥିଲେ । ଅବସର ନେବା ପରେ ସେ ମୁମ୍ବାଇରେ ରହୁଥିଲେ ଏବଂ ୧୦ ଅପ୍ରେଲ ୧୯୯୫ ମସିହାରେ ତାଙ୍କୁ ଯେବେ ୯୯ ବର୍ଷ ହୋଇଥିଲା ସେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ଅନ୍ତିମ ସମୟରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ରୂପେ ଅନେକ ସମ୍ମାନ ଲାଭ କରିଥିଲେ ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.