![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/9e/Anal_fissure_2.jpg/640px-Anal_fissure_2.jpg&w=640&q=50)
ଆନାଲ ଫିସର
ଆନାଲ ଫିସର ବା ମଳଦ୍ୱାର ଫାଟ କୁହାଯାଏ ଯେତେବେଳେ ଗୁହ୍ୟପଥର ଚର୍ମରେ ଫାଟ ହୋଇଥାଏ । / From Wikipedia, the free encyclopedia
ଆନାଲ ଫିସର ବା ମଳଦ୍ୱାର ଫାଟ କୁହାଯାଏ ଯେତେବେଳେ ଗୁହ୍ୟପଥର ଚର୍ମରେ ଫାଟ ହୋଇଥାଏ ।[1] ଲକ୍ଷଣ: ସାଧାରଣତଃ ଖାଦ୍ୟନଳୀ ଚଳନ ବେଳେ ପ୍ରବଳ ଯନ୍ତ୍ରଣା ହୁଏ ଓ ବେଳେ ବେଳେ ସ୍ୱଳ୍ପ ପରିମାଣର ରକ୍ତସ୍ରାବ ହୁଏ | [1] ଅନ୍ତନଳୀ ଚଳନ ପରେ ଯନ୍ତ୍ରଣା ଘଣ୍ଟା ଘଣ୍ଟା ଧରି ରହିପାରେ | [1] ଏହି ଯନ୍ତ୍ରଣା ବାରମ୍ବାର ହୁଏ ଏବଂ ୬ ସପ୍ତାହରୁ ଅଧିକ ସମୟ ଧରି ରହିପାରେ | [1] ରୋଗ ଜଟିଳ ହେଲେ ମଳଦ୍ୱାର ଫିଷ୍ଟୁଲା ହୁଏ ଏବଂ ଆପେ ଆପେ ମଳ ନିଷ୍କାସନ ହୋଇପାରେ | [1]
Anal fissure | |
---|---|
Fissure in ano, rectal fissure | |
![]() An anal fissure | |
ବିଭାଗ | General surgery |
ଲକ୍ଷଣ | Severe pain with bowel movements, rectal bleeding[1] |
ଅବଧି | Few days to few weeks[1] |
କାରଣ | Constipation, diarrhea, sexually transmitted infections, inflammatory bowel disease, childbirth, HIV/AIDS, anal cancer, anal sex[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination[1] |
ସଠିକ ରୋଗ ନିର୍ଣ୍ଣୟ | Hemorrhoids, perianal abscess, anal fistula[1] |
ପ୍ରତିକାର | Sufficient fluid intake[1] |
ଔଷଧ | Glyceryl trinitrate, nifedipine, botox[2] |
ଚିକିତ୍ସା | Sitz baths, pain medication, stool softeners, high-fiber diet, surgery[1] |
ପୁନଃପୌନିକ | Common[1] |
ସାଧାରଣ କାରଣ ମଧ୍ୟରେ କୋଷ୍ଠକାଠିନ୍ୟ ଏବଂ ଆଘାତ ଥାଇପାରେ | [1] ଅନ୍ୟାନ୍ୟ କାରଣ ମଧ୍ୟରେ ପତଳା ଝାଡା, ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ, ଅନ୍ତନଳୀ ପ୍ରଦାହ ରୋଗ, ସନ୍ତାନ ପ୍ରସବ, ଏଚ୍.ଆଇ.ଭି./ଏଡସ, ମଳଦ୍ୱାର କର୍କଟ, ଏବଂ ମଳଦ୍ୱାର ଯୌନକ୍ରିୟା ହୋଇପାରେ ।[1] ଏହି ଯନ୍ତ୍ରଣା ସାଧାରଣତ ପିଠିର ମଧ୍ୟବର୍ତ୍ତୀ ସ୍ଥାନରେ ହୁଏ | [1] ରୋଗ ଲକ୍ଷଣ ଏବଂ ରୋଗୀ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[1]
ପ୍ରାରମ୍ଭିକ ଚିକିତ୍ସାରେ ସିଜ ସ୍ନାନ (sitz baths), ଯନ୍ତ୍ରଣା ନିବାରକ ଔଷଧ, ମଳ ନରମକାରୀ ଏବଂ ଅଧିକ ଫାଇବର ଥିବା ଖାଦ୍ୟ ଦିଆଯାଏ । [1] ଚର୍ମରେନାଇଟ୍ରୋଗ୍ଲିସେରିନ କିମ୍ବା ନିଫେଡିପିନ ଲଗାଯାଏ କିମ୍ବା ବୋଟୋକ୍ସ ଇଞ୍ଜେକସନ ଦିଆଯାଏ । [2] ଏହି ଚିକିତ୍ସା ପ୍ରଭାବଶାଳୀ ନହେଲେ ଲାଟରାଲ ସ୍ଫିଙ୍କଟରେଟୋମି ଅସ୍ତ୍ରୋପଚାର କରାଯାଇପାରେ |[3] ଉଭୟ ଶିଶୁ ଏବଂ ବୟସ୍କମାନଙ୍କଠାରେ ଏହି ରୋଗ ହୋଇପାରେ | [1] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି | [1] ଏହି ରୋଗ ପ୍ରଥମେ ଜନ ଲକହାର୍ଟ ମମେରି ୧୯୩୪ ମସିହାର ବର୍ଣ୍ଣନା କରିଥିଲେ ।[4]