![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/00/Diagram_showing_stage_1_anal_cancer_CRUK_189.svg/langor-640px-Diagram_showing_stage_1_anal_cancer_CRUK_189.svg.png&w=640&q=50)
ମଳଦ୍ୱାର କର୍କଟ
ମଳଦ୍ୱାର କର୍କଟ ଏକ ପ୍ରକାର କର୍କଟ ରୋଗ ଯାହା ପାଇଅନ୍ତନଳୀର ଶେଷ ଭାଗରେ ଥିବା ମଳଦ୍ୱାରରୁ ସୃଷ୍ଟି ହୁଏ । / From Wikipedia, the free encyclopedia
ମଳଦ୍ୱାର କର୍କଟ ଏକ ପ୍ରକାର କର୍କଟ ରୋଗ ଯାହା ପାଇଅନ୍ତନଳୀର ଶେଷ ଭାଗରେ ଥିବା ମଳଦ୍ୱାରରୁ ସୃଷ୍ଟି ହୁଏ । [1] ଏହି ରୋଗରେ ମଳଦ୍ୱାର ପାଖରେ ଗୋଟାଳି ସୃଷ୍ଟି ହୁଏ ବା ମଳଦ୍ୱାରରୁ ରକ୍ତସ୍ରାବ ହୁଏ | [1] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମଳଦ୍ୱାରରେ ଯନ୍ତ୍ରଣା, ଗଲୁ କିମ୍ବା ତରଳ ପଦାର୍ଥ ନିର୍ଗତ ହୋଇପାରେ। [1] ଅନ୍ତନଳୀର ଗତି ପରିବର୍ତ୍ତନ ମଧ୍ୟ ହୋଇପାରେ | [1]
Anal cancer | |
---|---|
![]() Diagram showing stage 1 anal cancer | |
ବିଭାଗ | Oncology |
ଲକ୍ଷଣ | Anal bleeding or lump[1] |
ଆକ୍ରାନ୍ତ ସମୟ | Age over 45 years[2] |
ବିପଦ କାରକ | Human papillomavirus (HPV), HIV/AIDS, receptive anal sex, smoking, many sexual partners[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Physical examination, tissue biopsy[1] |
ସଠିକ ରୋଗ ନିର୍ଣ୍ଣୟ | Anal warts, hemorrhoids, anal fissure[3] |
ପ୍ରତିକାର | HPV vaccination, avoiding risk factors[4] |
ଚିକିତ୍ସା | Radiation therapy, chemotherapy, surgery[1] |
Prognosis | Five year survival ~68% (US 2015)[2] |
ପୁନଃପୌନିକ | 8,300 (US 2019)[2] |
ମୃତ୍ୟୁ ସାନ୍ଦ୍ରତା | 1,280 (US 2019)[2] |
ବିପଦ କାରଣ ମଧ୍ୟରେ ମାନବ ପାପିଲୋମାଭୂତାଣୁ (ଏଚପିଭି) (HPV), ଏଚ୍.ଆଇ.ଭି / ଏଡସ୍, ଏକାଧିକ ଯୌନ ସାଥୀ, ଧୂମପାନ ଏବଂ ମଳଦ୍ୱାର ମୈଥୁନ ଅନ୍ତର୍ଭୁକ୍ତ ହୋଇପାରେ | [1] ମଳଦ୍ୱାର କର୍କଟ ସାଧାରଣତଃ ଏକ ପ୍ରକାର ସ୍କ୍ୱାମସ ସେଲ କର୍କଟ ରୋଗ | [5] ଆଡେନୋକାର୍ସିନୋମା, ସ୍ମଲ ସେଲ କାର୍ସିନୋମା ଓ ମେଲାନୋମା ଯୋଗୁ ମଧ୍ୟ ଏହି ରୋଗ ସଙ୍କଟ ଆସିପାରେ ।[5] ଶାରୀରିକ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରିବା ପରେ ତନ୍ତୁ ବାୟୋପ୍ସି କରି ସୁନିଶ୍ଚିତ କରାଯାଏ। [1]
ବିପଦ କାରଣ ଗୁଡ଼ିକ ଏଡ଼େଇବା ଏବଂ ଏଚପିଭି ଟିକା ଦେଇ ଏହି ରୋଗକୁ ପ୍ରତିରୋଧ କରାଯାଇ ପାରେ | [6] ମାନକ ଚିକିତ୍ସାରେ ବିକିରଣ ଥେରାପି, କେମୋଥେରାପି ଓ ଅସ୍ତ୍ରୋପଚାର କରି ଏହାର ଚିକିତ୍ସା କରାଯାଏ । ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୮,୩୦୦ ଲୋକଙ୍କର ଏହି ରୋଗ ନିର୍ଣ୍ଣୟ ହୁଏ ଯାହାକି ପ୍ରାୟ ୦.୫% ନୂତନ କର୍କଟ ରୋଗର ପ୍ରତିନିଧିତ୍ୱ କରିଥାଏ। [2] ସାଧାରଣତଃ ୪୫ ବର୍ଷ ବୟସ ପରେ ଏହି ରୋଗ ହୋଇଥାଏ। [2] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [2] ୧୯୯୦ ମସିହା ପରଠାରୁ ଏହି ରୋଗ ସଂଖ୍ୟା ବୃଦ୍ଧି ପାଇଛି। [5] ଯୁକ୍ତରାଷ୍ଟ୍ରରେ ଏହି ରୋଗରେ ବଞ୍ଚିବା ହାର ପ୍ରାୟ ୬୮% ଅଟେ। [2]