ପାପିଲୋମାଭୁତାଣୁ ସଂକ୍ରମଣ ବା ମାନବ ପାପିଲୋମାଭୁତାଣୁ ସଂକ୍ରମଣ (ଇଂରାଜୀ ଭାଷାରେ human papillomavirus infection ଏକ ସଂକ୍ରାମକ ରୋଗ (infection) ଯାହା ମାନବ ପାପିଲୋମାଭୁତାଣୁଦ୍ୱାରା (human papillomavirus ବା ଏଚପିଭି/HPV) ହୁଏ ।[1] ଅଧିକାଂଶ ଏଚପିଭି ରୋଗରେ କୌଣସି ଲକ୍ଷଣ ନ ଥାଏ ଓ ସ୍ୱୟଂ ଉପଶମ ହୋଇଯାଏ ।[2] କେତେକ କ୍ଷେତ୍ରରେ ଏହା ରହି ଭାତୁଡ଼ି (wart) ବା ପ୍ରାକ୍‌କର୍କଟ ବିକୃତିରେ (precancerous lesions) ପରିଣତ ହୁଏ ।[3] ଏହି ପ୍ରାକ୍‌କର୍କଟ ବିକୃତି ସମୟ କ୍ରମେ ଗର୍ଭଶୟ ଗ୍ରୀବା କର୍କଟ, ଯୋନୀ କର୍କଟ (vulva), ଯୋନୀପଥ କର୍କଟ (vagina), ଲିଙ୍ଗ କର୍କଟ (penis), ମଳଦ୍ୱାର କର୍କଟ (anus), ପାଟି ଓ ଗଳା କର୍କଟ (mouth, or throat) ଇତ୍ୟାଦି ରୋଗ ସଙ୍କଟ ସୃଷ୍ଟି କରିପାରେ ।[2][3] ପ୍ରାୟ ୭୦% ଗର୍ଭଶୟ ଗ୍ରୀବା କର୍କଟ ରୋଗ ଦୁଇ ପ୍ରକାର ଏଚପିଭି (ଏଚପିଭି ୧୬ ଓ ଏଚପିଭି ୧୮) ଯୋଗୁ ହୁଏ ।[2][4] ଅନ୍ୟାନ୍ୟ କର୍କଟ ରୋଗ ମଧ୍ୟରୁ ୬୦ରୁ ୯୦% ରୋଗ ସ‌ହିତ ଏଚପିଭି ଲିଙ୍କ ହୋଇଥାଏ ।[4] ଯୌନାଙ୍ଗ ଭାତୁଡ଼ି (genital wart) ଓ ରେସପିରେଟୋରି ପାପିଲୋମାଟୋସିସ (respiratory papillomatosis) ରୋଗମାନଙ୍କର କାରଣ ସାଧାରଣତଃ ଏଚପିଭି୬ ଓ ଏଚପିଭି୧୧ ହୋଇଥିବା ଜଣାଯାଏ ।[2]

Quick Facts ମାନବ ପାପିଲୋମାଭୁତାଣୁ ସଂକ୍ରମଣ, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ମାନବ ପାପିଲୋମାଭୁତାଣୁ ସଂକ୍ରମଣ
ପ୍ରତିଶବ୍ଦ - ମାନବ ପାପିଲୋମାଭୁତାଣୁ (Human papillomavirus)
Thumb
ପାପିଲୋମାଭୁତାଣୁ ବଡ଼ଟି ଆଣ୍ଟିଜେନ ହେଲିକେଶ ଡୋମେନ (Papillomavirus large T antigen helicase domain)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease, gynecology
ଆଇସିଡ଼ି-୧୦B97.7
ଆଇସିଡ଼ି-୯-ସିଏମ୍078.1 079.4
ରୋଗ ଡାଟାବେସ6032
ଇ-ମେଡ଼ିସିନmed/1037
MeSHD030361
Close

ପାପିଲୋମାଭୁତାଣୁ ପରିବାରର ୧୫୦ ଟାଇପର ଭୁତାଣୁ ମଧ୍ୟରୁ ଗୋଟିଏ ଡିଏନଏ ଭୁତାଣୁର (DNA virus) ନାମ ମାନବ ପାପିଲୋମାଭୁତାଣୁ ଯାହା ଯୋଗୁ ଏଚପିଭି ସଂକ୍ରମଣ ହୁଏ । [1][5] ଏହି ଧରଣର ୪୦ ଟାଇପର ଭୁତାଣୁ ଯୌନ‌କ୍ରିୟାଦ୍ୱାରା ସଞ୍ଚାରିତ ହୋଇ ମଳଦ୍ୱାର ଓ ଯୌନାଙ୍ଗକୁ ସଂକ୍ରମିତ କରନ୍ତି ।[5] ନିରନ୍ତର ଏଚପିଭି ସଂକ୍ରମଣ ହେଉଥିବା ସଙ୍କଟଦାୟକ ଅବସ୍ଥାମାନଙ୍କ ନାମ ଯଥାକ୍ରମେ ଅଳ୍ପ ବୟସରେ ପ୍ରଥମ ଯୌନ ସଂଭୋଗ, ଅନେକ ଯୌନସାଥୀ, ଧୂମ୍ରପାନ ଓ ଇମ୍ମ୍ୟୁନିଟି ଅଭାବ ।[2] ସାଧାରଣତଃ ଯୋନୀପଥ ଓ ମଳଦ୍ୱାର ମାଧ୍ୟମରେ ଯୌନ ସମ୍ଭୋଗ ସମୟରେ ଚର୍ମ ଚର୍ମ ମଧ୍ୟରେ ସ୍ପର୍ଶ ଯୋଗ ଏହି ସଂକ୍ରମଣ ହୁଏ ।[5] ଗର୍ଭାବସ୍ଥାରେ ଏହି ସଂକ୍ରମଣ ମାତାଠାରୁ ଶିଶୁକୁ ସଞ୍ଚାରିତ ହୋଇପାରେ । ଟଏଲେଟ ସିଟ୍‌ଦ୍ୱାରା ଏହି ରୋଗ ବ୍ୟାପେ ନାହିଁଁ ।[6] ଏକାଧିକ ଟାଇପର ଭୁତାଣୁଦ୍ୱାରା ଲୋକ ସଂକ୍ରମିତ ହୋଇପାରେ ।[6] ଏଚପିଭି କେବଳ ମଣିଷକୁ ଆକ୍ରମଣ କରେ ।[1]

ଏଚପିଭି ଟିକା (HPV vaccine ଅଧିକାଂଶ ଟାଇପର ଏଚପିଭି ଭୁତାଣୁମାନଙ୍କୁ ପ୍ରତିରୋଧ କରିପାରେ ।[5] ଏହି ଟିକା ପ୍ରଭାବଶାଳୀ ହେବା ନିମନ୍ତେ ସଂକ୍ରମଣ ହେବା ପୂର୍ବରୁ ଓ ୯ରୁ ୧୩ ବର୍ଷ ବୟସ ମଧ୍ୟରେ ଦିଆଯିବା ଆବଶ୍ୟକ । ସର୍ଭାଇକାଲ କ୍ୟାନସର ସ୍କ୍ରୀନିଙ୍ଗରେ (Cervical cancer screening) ପାପାନିକୋଲୌ (Papanicolaou test ବା pap) ) ପରୀକ୍ଷା କରି କର୍କଟ ରୋଗକୁ ଗତି କରୁଥିବା ଅସାଧାରଣ ଜୀବକୋଷ ଓ ଆସେଟିକ ଏସିଡ (acetic acid) ବ୍ୟବ‌ହାର ପରେ ଜରାୟୁଗ୍ରୀବା ଦର୍ଶନ କରି ପ୍ରାକ୍‌କର୍କଟ ଚିହ୍ନି ହୁଏ । ଏହି ପ୍ରାକ୍ ଚିହ୍ନଟ ଫଳରେ ଶୀଘ୍ରାତିଶୀଘ୍ର ଚିକିତ୍ସା ଆରମ୍ଭ କଲେ ଉତ୍ତମ ଫଳ ମିଳିପାରେ ।[2] ସ୍କ୍ରୀନିଙ୍ଗ ଯୋଗୁ ବିକଶିତ ଦେଶମାନଙ୍କରେ ରୋଗ ଓ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମିଯାଇଛି ।[7] କ୍ରାୟୋ ଥେରାପି (freezing) ଫଳରେ ଭାତୁଡ଼ି ନିର୍ମୁଳ କରିଦିଆଯାଇପାରେ ।[1]

ପୃଥିବୀରେ ଯୌନ ସଞ୍ଚାରିତ ସଂକ୍ରାମକ ରୋଗମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ରୋଗ ହେଉଛି ଏଚପିଭି ରୋଗ ।[1] ଅଧିକାଂଶ ଲୋକ ଜୀବନରେ କେତେବେଳେ ହେଲେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[5] ପୃଥିବୀରେ ସନ ୨୦୧୨ରେ ପ୍ରାୟ ୫୨୮,୦୦୦ ନୂଆ ଗର୍ଭାଶୟ ଗ୍ରୀବା ରୋଗ ଚିହ୍ନଟ ହୋଇଥିଲା ଓ ୨୬୬,୦୦୦ ମୃତ୍ୟୁ ହୋଇଥିଲା ।[8] ଏହି ରୋଗର ୮୫% କେବଳ ବିକାଶଶୀଳ ଦେଶମାନଙ୍କରେ ହୋଇଥିଲା ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ଏଚପିଭି ଯୋଗୁ ପ୍ରତିବର୍ଷ ୨୭,୦୦୦ କର୍କଟ ରୋଗ ହେଉଛି । ଯୌନ‌କ୍ରିୟା ସକ୍ରିୟ ବୟସ୍କ ଲୋକଙ୍କ ମଧ୍ୟରୁ ୧% ଲୋକଙ୍କର ଯୌନାଙ୍ଗ ଭାତୁଡ଼ି ହୁଏ ।[6] ପୁରାତନ ଗ୍ରୀସ୍ ଦେଶ ସମୟରୁ ଭାତୁଡ଼ି କେଶ୍‌ମାନଙ୍କର ବର୍ଣ୍ଣନା ଥିବା ବେଳେ ସେମାନଙ୍କର ଭୁତାଣୁ ସମ୍ବନ୍ଧ ସନ ୧୯୦୭ରେ ଆବିଷ୍କୃତ ହୋଇଥିଲା ।[9]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.