ନିଫେଡିପିନ
From Wikipedia, the free encyclopedia
ନିଫେଡିପିନ, ଅନ୍ୟ ନାମ ଅଦାଲତ, ଏକ ଔଷଧ ଯାହା ଆଞ୍ଜାଇନା, ଉଚ୍ଚ ରକ୍ତଚାପ, ରେନଡ ଫେନୋମେନନ୍ ରୋଗମାନଙ୍କରେ ଓ ଅସମୟ ପ୍ରସବ (premature labour) ଅବସ୍ଥାରେ ବ୍ୟବହାର କରାଯାଏ । [1] ପ୍ରିଞ୍ଜମେଟାଲ ଆଞ୍ଜାଇନା ରୋଗରେ ଏହା ପସନ୍ଦତମ ଚିକିତ୍ସା ।ଗର୍ଭାବସ୍ଥାରେ ସାଂଘାତିକ ଉଚ୍ଚ ରକ୍ତଚାପ ରୋଗରେ ଏହା ବ୍ୟବହାର କରାଯାଇପାରେ । ଅସମୟ ପ୍ରସବ ଯନ୍ତ୍ରଣା ଆରମ୍ଭରେ ଏହା ଦେଲେ କର୍ଟିକୋସ୍ଟିରଏଡ ଦେଇ ଶିଶୁର ଫୁସଫୁସ ଅବସ୍ଥରେ ଉନ୍ନତି ଆଣି ପ୍ରସୂତିକୁ ଏକ ଉପଯୁକ୍ତ ଅନୁଷ୍ଠାନକୁ ନେଇଯିବାକୁ ସମୟ ମିଳେ । ନିଫେଡିପିନ ପାଟିରେ ଦିଆଯାଏ ଓ ଏହା ଦୁଇ ଆକାରରେ ମିଳେ ଯଥା: ଧୀର ଓ ଦୃତ କାର୍ଯ୍ୟକାରୀ । [1]
Clinical data | |
---|---|
Trade names | Adalat, Procardia, others |
AHFS/Drugs.com | monograph |
MedlinePlus | a684028 |
Pregnancy category |
|
Routes of administration | Oral, Topical |
ATC code |
|
Pharmacokinetic data | |
Bioavailability | 45-56% |
Protein binding | 92-98% |
Metabolism | Gastrointestinal, Liver |
Elimination half-life | 2 hours |
Excretion | Kidneys: >50%, Biliary: 5-15% |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.040.529 |
Chemical and physical data | |
Formula | C17H18N2O6 |
Molar mass | 346.335 g/mol |
3D model (JSmol) | |
Melting point | 173 °C (343 °F) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ହାଲୁକା ମୁଣ୍ଡ, ମୁଣ୍ଡବଥା, ଥକ୍କା, ଗୋଡ଼ ଫୁଲା, କାଶ ଓ ଛୋଟ ଶ୍ୱାସକ୍ରିୟା ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିମ୍ନ ରକ୍ତଚାପ ଓ ହୃଦ୍ପାତ ହୋଇପାରେ ।[1] ଗର୍ଭାବସ୍ଥାରେ ଏହା ନିରାପଦ ଥିବା ଅସମର୍ଥିତ ପ୍ରମାଣ ମିଳେ ତେଣୁ ଏହା ଦିଆଯାଏ ନାହିଁ ।[2] ଏହା ଡାଇହାଇଡ୍ରୋପାଇରିଡିନ ଟାଇପର କ୍ୟାଲସିଅମ ଚ୍ୟାନେଲ ବ୍ଲକର ।[1]
ସନ ୧୯୬୯ରେ ନିଫେଡିପିନ ଆବିଷ୍କୃତ ହୋଇ ସନ ୧୯୮୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବହାର ନିମନ୍ତେ ସ୍ୱିକୃତି ପାଇଲା ।[3][1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [1] ଧୀରେ କାମ କରୁଥିବା ଔଷଧର ହୋଲସେଲ ମୁଲ୍ୟ ମାସକୁ ପ୍ରାୟ ୧.୯୦ରୁ ୩.୮୦ ଆମେରିକୀୟ ଡଲାର । [5] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଖର୍ଚ୍ଚ ପ୍ରାୟ ୪୦ରୁ ୬୦ ଡଲାର ।[1]