ଦୃଷ୍ଟିହାନି
From Wikipedia, the free encyclopedia
ଦୃଷ୍ଟିହାନି କୁହାଯାଏ ଯେତେବେଳେ ଦୃଷ୍ଟିଶକ୍ତି କମି ଏଭଳି ଅସୁବିଧା ହୁଏ ଯେ ଚଷମା ଭଳି ସାଧାରଣ ଯନ୍ତ୍ରଦ୍ୱାରା ମଧ୍ୟ ଏହାକୁ ଠିକ କରାଯାଇ ପାରେନାହିଁ । [1][2] ଚଷମା ବା କଣ୍ଟାକ୍ଟ ଲେନସ କିଣିବା ଶକ୍ତି ନ ଥିବା ଲୋକଙ୍କର ଦେଖିବା ଶକ୍ତି କମିବାକୁ ମଧ୍ୟ ଦୃଷ୍ଟିହାନି ଶ୍ରେଣୀରେ ନେବାକୁ ଦାବୀ ହେଉଛି ।[1] ଅଧିକାଂଶ ସମୟରେ ଭିଜୁଆଲ ଆକୁଇଟି ୨୦/୪୦ କିମ୍ବା ୨୦/୬୦ରୁ ଆହୁରି କମ ଥିଲେ ଦୃଷ୍ଟିହାନି ସଂଜ୍ଞା ଦିଆଯାଏ । [3] ସମ୍ପୁର୍ଣ୍ଣ ବା ପ୍ରାୟ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତିର ଅଭାବ ଥିଲେ ଅନ୍ଧତ୍ୱ ସଂଜ୍ଞା ଦିଆଯାଏ । [3] ଦୈନନ୍ଦିନ କାର୍ଯ୍ୟ ଯେପରିକି ଡ୍ରାଇଭିଙ୍ଗ, ପଠନ, ସାମାଜିକତା ଓ ଚାଲିବାରେ ଦୃଷ୍ଟିହାନି ଥିବା ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । [2]
ଦୃଷ୍ଟିହାନି | |
---|---|
![]() ଆନ୍ତର୍ଜାତିୟ ଅନ୍ଧତ୍ୱର ଚିହ୍ନ ଏକ ଧଳା ବାଡ଼ି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Ophthalmology |
ଆଇସିଡ଼ି-୧୦ | H54.0, H54.1, H54.4 |
ଆଇସିଡ଼ି-୯-ସିଏମ୍ | 369 |
ରୋଗ ଡାଟାବେସ | 28256 |
MeSH | D001766 |
ପୃଥିବୀବ୍ୟାପି ଦୃଷ୍ଟିହାନିର ସବୁଠାରୁ ସାଧାରଣ କାରଣ ହେଲା ଠିକ କରାଯାଇ ନ ଥିବା ରିଫ୍ରାକ୍ଟିଭ ଏରର (୪୩ %), ପରଳ (୩୩୩ %) ଓ ଗ୍ଲକୋମା (୨ %) ।[4] ରିଫ୍ରାକ୍ଟିଭ ଏରର ମଧ୍ୟରେ ସମୀପ ଦୃଷ୍ଟି (near sighted), ଦୂର ଦୃଷ୍ଟି (far sighted), ଚାଳିଶା (prebyopia) ଓ ଆସ୍ଟିଗମାଟିଜମ (astigmatism) ଅନ୍ତର୍ଭୁକ୍ତ । [4] ଅନ୍ଧତ୍ୱର ପ୍ରଧାନ କାରଣ ହେଉଛି ପରଳ ବା କାଟାରାକ୍ଟ । [4] ଦୃଷ୍ଟିହାନୀର ଅନ୍ୟାନ୍ୟ କାରଣ ମଧ୍ୟରେ ବୟସ ସମ୍ପର୍କୀୟ ମାକୁଲା କ୍ଷୟ, ଡାଏବେଟିକ ରେଟିନୋପାଥି, ମେଘୁଆ କର୍ନିଆ, ବାଲ୍ୟ ଅନ୍ଧତ୍ୱ, ଓ ଅନେକ ପ୍ରକାରର ସଂକ୍ରମଣ ମୂଖ୍ୟ ସ୍ଥାନ ଅଧିକାର କରିଛି ।[5] ସ୍ଟ୍ରୋକ ଯୋଗୁ ମସ୍ତିଷ୍କରେ ଅସୁବିଧା, ଅପକ୍ୱ ଶିଶୁ ଜନ୍ମ ଓ ଆଘାତ ଯୋଗୁ ମଧ୍ୟ ଦୃଷ୍ଟିହାନୀ ହୁଏ ।[6] ଏଗୁଡ଼ିକ କର୍ଟିକାଲ ଭିଜୁଆଲ ଇମ୍ପେୟାରମେଣ୍ଟର ଅନ୍ତର୍ଭୁକ୍ତ । [6] ପିଲାମାନଙ୍କର ଦୃଷ୍ଟଶକ୍ତି ସ୍କ୍ରିନିଙ୍ଗ କରାଗଲେ ଭବିଷ୍ୟତରେ ଦୃଷ୍ଟି ଓ ଶିକ୍ଷା ସମସ୍ୟା କମିଯିବ । [7] ବୟସ୍କମାନଙ୍କର ସ୍କ୍ରିନିଙ୍ଗ ମଧ୍ୟ ଉପକାରୀ ହୁଏ । [2] ଚକ୍ଷୁ ପରୀକ୍ଷା କରି ଏହି ଅସୁବିଧା ନିର୍ଣ୍ଣୟ କରାଯାଏ । [2]
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଲନ ଅନୁସାରେ ୮୦ % ଦୃଷ୍ଟି ହାନୀ କେଶ ପ୍ରତିରୋଧ ସାପେକ୍ଷ ବା ଆରୋଗ୍ୟ ସମର୍ଥ । [4] ଏହି ରୋଗମାନଙ୍କ ମଧ୍ୟରେ ପରଳ, ସଂକ୍ରମଣ, ଟ୍ରାକୋମା, ଗ୍ଲକୋମା, ନଦୀ ଅନ୍ଧତ୍ୱ, ଡାଏବେଟିକ ରେଟିନୋପାଥି, ଅଣଚିକିତ୍ସିତ ରିଫ୍ରାକ୍ଟିଭ ଏରର ଓ ବାଲ୍ୟ ଅନ୍ଧତ୍ୱ ।[8] ଦୃଷ୍ଟି ଥଇଥାନ, ପରିବେଶ ପରିବର୍ତ୍ତନ ଓ ସାହାଯ୍ୟକାରୀ ଯନ୍ତ୍ର ମାଧ୍ୟମରେ ଦୃଷ୍ଟିହାନି ଥିବା ଲୋକ ଉପକାର ପାଇପାରିବେ । [2]
ସନ ୨୦୧୨ର ଏକ ଆକଳନ ଅନୁସାରେ ପୃଥିବୀରେ ଦୃଷ୍ଟି ଅସୁବିଧା ଥିବା ୨୮୫ ନିୟୁତ ଲୋକଙ୍କ ମଧ୍ୟରେ ୨୪୬ ନିୟୁତ ନମ୍ନ ଦୃଷ୍ଟି ସମ୍ପନ୍ନ ଲୋକ ଓ ୩୯ ନିୟୁତ ଅନ୍ଧ ଥିଲେ । [4] ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ବିକାଶଶୀଳ ଦେଶର ଲୋକର ବାସିନ୍ଦା ଓ ବୟସ ୫୦ରୁ ଉର୍ଦ୍ଧ୍ୱ । [4] ସନ ୧୯୯୦ ଅପେକ୍ଷା ଦୃଷ୍ଟିହାନି ହାର କମୁଛି । [4] ଚିକିତ୍ସା ଖର୍ଚ୍ଚ ଓ କର୍ମ ଅପାରଗତା ଯୋଗୁ ଦୃଷ୍ଟିହାନି ଥିବା ଲୋକର ଅର୍ଥନୈତିକ ଖର୍ଚ୍ଚ ବଢ଼ିଯାଏ । [9]