ପରଳ
ଏକ ପ୍ରକାର ଚକ୍ଷୁରୋଗ, ଯେଉଁଥିରେ ଚକ୍ଷୁଲେନ୍ସ ଆଗରେ ପରଳ ସୃଷ୍ଟି ହୋଇଯାଏ / From Wikipedia, the free encyclopedia
ପରଳ (ଇଂରାଜୀ ଭାଷାରେ କାଟାରାକ୍ଟ/ Catarect) ନାମକରଣ କରାଯାଏ ଚକ୍ଷୁ ମଧ୍ୟରେ ଥିବା ଜୈବିକ ଯବକାଚ ବା ଲେନ୍ସର, ଯେତେବେଳେ ତାହା ମେଘୁଆ ବା ଅସ୍ୱଚ୍ଛ ହୋଇ ଦୃଷ୍ଟିହାନି ହୁଏ । ଏହା ଗୋଟିଏ ଆଖିରେ ବା ଉଭୟ ଆଖିରେ ହୋଇପାରେ । ଏହାର ଲକ୍ଷଣ: ରଙ୍ଗ ଫିକା ଦେଖାଯାଏ, ଦୃଶ୍ୟ ଅସ୍ପଷ୍ଟ ହୁଏ, ଆଲୋକ ଚାରିପଟେ ଉଜ୍ଜ୍ୱଳ ଆଲୋକ ଛଟା (halo) ଦେଖାଯାଏ, ଉଜ୍ଜ୍ୱଳ ଆଲୋକ ଦେଖିବାରେ ଅସୁବିଧା ଓ ରାତିରେ ଦେଖିବା ଅସୁବିଧା ହୁଏ । [1] ପଢ଼ିବା, ଗାଡ଼ି ଚଲେଇବା ଓ ମୁହଁ ଚିହ୍ନିବାରେ ଅସୁବିଧା ହୁଏ । [2] ଦୃଷ୍ଟିହାନି ଯୋଗୁ ପଡ଼ିଯିବା ସଙ୍କଟ ରହେ ଓ ଅବସାଦ ହୁଏ । [3] ସାରା ପୃଥିବୀରେ ପରଳ କାରଣରୁ ମୋଟ ଅନ୍ଧ ଲୋକସଂଖ୍ୟାର ଅଧା ଅଟନ୍ତି ଓ ୩୩ % ଲୋକଙ୍କର ଦୃଷ୍ଟିହାନି ହୁଏ । [4][5]
ପରଳ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ଚକ୍ଷୁରୋଗ ବିଜ୍ଞାନ[*] |
ଆଇସିଡ଼ି-୧୦ | H25.-H26., H28., Q12.0 |
ଆଇସିଡ଼ି-୯-ସିଏମ୍ | 366 |
ରୋଗ ଡାଟାବେସ | 2179 |
ମେଡ଼ିସିନ-ପ୍ଲସ | 001001 |
ଇ-ମେଡ଼ିସିନ | article/1210914 |
ପରଳ ରୋଗ ବୟସାଧିକ୍ୟ ଯୋଗୁ ହେଲେ ମଧ୍ୟ ଆଘାତ, ରାଡିଏସନ ପ୍ରଭାବ, ଜନ୍ମଗତ ଓ ଆଖିର ଅନ୍ୟ କୌଣସି କାରଣରୁ କରାଯାଇଥିବା ଅପରେଶନ ଯୋଗୁ ହୋଇପାରେ । [1][6] ଏହି ରୋଗ ସଙ୍କଟ ସୃଷ୍ଟିକାରୀ ଅନ୍ୟାନ୍ୟ ଅବସ୍ଥାମାନଙ୍କରେ ନାମ: ଡାଏବେଟିସ, ଧୁମ୍ରପାନ, ସୂର୍ଯ୍ୟାଲୋକରେ ଅଧିକ ସମୟ ଅବସ୍ଥାନ ଓ ମଦ୍ୟପାନ ଇତ୍ୟାଦି । ଲେନ୍ସ ମଧ୍ୟରେ କ୍ଷୁଦ୍ର ପ୍ରୋଟିନ ପୁଞ୍ଜ ବା ହଳଦିଆ-ମାଟିଆ ବର୍ଣ୍ଣକଣିକା ଜମା ହୋଇଯିବାଦ୍ୱାରା ଏହା ମାଧ୍ୟମରେ ସଞ୍ଚାରିତ ଆଲୋକ ରଶ୍ମୀ ଡୋଳା ପଛରେ ଥିବା ରେଟିନାରେ କମ ପଡ଼େ । ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [1]
ସୂର୍ଯ୍ୟ ଚଷମା ପିନ୍ଧି ଓ ଧୁମ୍ରପାନ ବର୍ଜନ କରି ଏହି ରୋଗକୁ ପ୍ରତିରୋଧ କରିହୁଏ । ପ୍ରାରମ୍ଭରେ ସୂର୍ଯ୍ୟ ଚଷମା ପିନ୍ଧିଲେ ଲକ୍ଷଣରେ ଉନ୍ନତି ହୁଏ । ଏଥିରେ ଉପକାର ନ ହେଲେ ଅପରେଶନ କରି ଅସ୍ୱଚ୍ଛ ଲେନ୍ସ ବାହାର କରିଦିଆଯାଇ ନୂଆ କୃତ୍ରିମ ଲେନ୍ସ ଲଗେଇବା ଏକ ପ୍ରଭାବଶାଳି ଚିକିତ୍ସା ଅଟେ । ପରଳ ଯଦି ସମସ୍ୟା ସୃଷ୍ଟି କରେ ତାହେଲେ ଅପରେଶନ କରାଯାଏ । [1] ଅପରେଶନ ସାଧାରଣତଃ ଏକ ଉନ୍ନତ ଜୀବନ ଯାପନର ସହାୟକ ହୁଏ । [7] ଅନେକ ଦେଶମାନଙ୍କରେ ସହଜରେ ପରଳ ଅପରେସନ (କାଟାରାକ୍ଟ ଅପରେଶନ) ଉପଲବ୍ଧ ହୁଏନାହିଁ ବିଶେଷତଃ ମହିଳାମାନଙ୍କ ନିମନ୍ତେ । [6][8]
ପରଳ ଯୋଗୁ ପୃଥିବୀର ୨୦ ନିୟୁତ ଲୋକ ଅନ୍ଧ ହୋଇଛନ୍ତି । [6] ଏହା ଯୋଗୁ ଅମେରିକାରେ ୫ % ଲୋକ ଅନ୍ଧ ଅଟନ୍ତି ଓ ଆଫ୍ରିକା ତଥା ଦକ୍ଷିଣ ଆମେରିକାରେ ୬୦ % ଲୋକ ଅନ୍ଧ ହୋଇଛନ୍ତି । [8] ବିକାଶଶୀଳ ଦେଶରେ ପ୍ରତି ଏକ ଲକ୍ଷରେ ୧୦ରୁ ୪୦ ଜଣ ଓ ବିକଶିତ ଦେଶରେ ଏକ ଲକ୍ଷରେ ୧ରୁ ୪ ଜଣ ଅନ୍ଧ ଅଛନ୍ତି । [9] ବୟସ ବଢ଼ବା ସଙ୍ଗେ ସଙ୍ଗେ ପରଳ ରୋଗୀ ସଂଖ୍ୟା ଅଧିକ ହୁଏ । ଆମେରିକାରେ ୮୦ ବର୍ଷ ବୟସ ସୁଦ୍ଧା ଅର୍ଦ୍ଧେକ ସଂଖ୍ୟକ ଲୋକ ଅନ୍ଧତ୍ୱର ଶିକାର ହୁଅନ୍ତି । [1]