ମଧୁମେହ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପ From Wikipedia, the free encyclopedia
ମଧୁମେହ (ଇଂରାଜୀରେ Diabetes mellitus, ସଂକ୍ଷେପରେ DM, ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ ।[2] ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । [3] ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସ ଓ ନନ୍କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା । [4] ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍କ ଫେଲ୍, ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି [3]
ମଧୁମେହ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | diabetology[*], endocrinology[*] |
ଆଇସିଡ଼ି-୧୦ | E10.–E14. |
ଆଇସିଡ଼ି-୯-ସିଏମ୍ | 250 |
ମେଡ଼ିସିନ-ପ୍ଲସ | 001214 |
ଇ-ମେଡ଼ିସିନ | med/546 emerg/134 |
Patient UK | ମଧୁମେହ |
MeSH | C18.452.394.750 |
ଅଗ୍ନାଶୟରୁ (ଇଂରାଜୀରେ Pancreas) ଇନ୍ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍ସୁଲିନ୍ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ ।[5] ମୂଖ୍ୟତଃ ତିନି ପ୍ରକାର ମଧୁମେହ ରୋଗ ଦେଖାଯାଏ ।
ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦଯତ୍ନ ନେବା ନିତାନ୍ତ ଆବଶ୍ୟକ । ଇନ୍ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗ ଚିକିତ୍ସା କରାଯାଏ ।[3] ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍ସୁଲିନ୍ର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ ।[7] କେତେକ ଔଷଧ ପାଟିବେଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ ।[8] ମୋଟାପଣ ଥିଲେ ଓଜନ କମେଇବା ଅପରେଶନ (Weight loss surgery) କରି ଟାଇପ ୨ର ଚିକିତ୍ସା କରାଯାଏ ।[9] ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ । [10]
ସନ ୨୦୧୪ର ହିସାବ ଅନୁସାରେ ପୃଥିବୀରେ ପ୍ରାୟ ୩୮୭ ନିୟୁତ ଲୋକଙ୍କର ମଧୁମେହ ରୋଗ ଅଛି,[11] ଯାହା ମଧ୍ୟରୁ ୯୦ % କେବଳ ଟାଇପ୍ ୨ ମଧୁମେହ ।[12][13] ଏହା ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୮।୩ % ହେବେ,[13] ଓ ପୁରୁଷ ଓ ମହିଳା ହାର ସମାନ ।[14] ସନ ୨୦୧୨ରୁ ୨୦୧୪ ମଧ୍ୟରେ ଏହି ରୋଗ ଯୋଗୁ ବାର୍ଷିକ ୧.୫-୪.୯ ନିୟୁତ ମୃତ୍ୟୁ ହୋଇଥିଲା ।[7][11] ମୃତ୍ୟୁ ସଙ୍କଟ ଡାଏବେଟିସ୍ ଯୋଗୁ ଦୁଇ ଗୁଣ ହୋଇଯାଏ ।[3] ସନ ୨୦୩୫ ସୁଦ୍ଧା ଏହି ରୋଗୀ ସଂଖ୍ୟା ୫୯୨ ନିୟୁତ ହେବା ଆଶଙ୍କା କରାଯାଏ । [11] ପୃଥିବୀରେ ଏହି ରୋଗ ଯୋଗୁ ୨୦୧୨ରେ ଆର୍ଥିକ କ୍ଷତି ପ୍ରାୟ ୬୨୧ ବିଲିଅନ ଆମେରିକା ଡଲାର ।[15] କେବଳ ଆମେରିକାରେ ୨୦୧୨ରେ ୨୪୫ ବିଲିଅନ ଡଲାର କ୍ଷତି ହୋଇଥିଲା । [16]
ଶରୀରରେ ସ୍ୱାଭାବିକ ରକ୍ତ ଶର୍କରା ମାତ୍ରା ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ । ରକ୍ତ ଶର୍କରା ମାତ୍ରା ବୃଦ୍ଧିପାଇ ଖାଲି ପେଟରେ ୧୨୬ ମିଲିଗ୍ରାମ ଓ ଖାଇବାର ଦୁଇଘଣ୍ଟା ପରେ ୨୦୦ ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ (ଡାଇବେଟିସ) ହୋଇଛି ବୋଲି କୁହାଯାଏ । ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ । ଶର୍କରାକୁ ଇଂରାଜୀରେ ଗ୍ଲୁକୋଜ କୁହାଯାଏ।ଫଳରେ ଡାକ୍ତରମାନେ ରକ୍ତ ଗ୍ଲୁକୋଜ ଓ ପରିସ୍ରା ଗ୍ଲୁକୋଜ ମାପିଥାନ୍ତି ।
ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି ।
୧୯୨୦ ମସିହା ପରଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି । ୨୦୧୧ରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ଛଅ କୋଟି ଚାଳିଶ ଲକ୍ଷ । ୧୯୭୦-୮୦ ମସିହାରେ ଭାରତରେ ଶହେଜଣରେ ଦୁଇଜଣଙ୍କୁ ଡାଇବେଟିସ ହୋଇଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଶହେଜଣରେ ଦଶଜଣ ଓ ସହରାଞ୍ଚଳରେ ୨୦ଜଣଙ୍କୁ ଡାଇବେଟିସ ହେଉଛିବୋଲି ଗଣନାରୁ ଜଣା ପଡ଼ିଛି ।
ଲକ୍ଷଣ | ଟାଇପ ୧ ମଧୁମେହ | ଟାଇପ ୨ ମଧୁମେହ |
---|---|---|
ଆରମ୍ଭ | ହଠାତ୍ | କ୍ରମଶଃ |
ଆରମ୍ଭ ବୟସ | ଅଧିକାଂଶ ପିଲା ବୟସରେ | ଅଧିକାଂଶ ବୟସ୍କ ଲୋକ |
ଶାରୀରିକ ଆକାର | ପତଳା ବା ସାଧାରଣ ସ୍ୱାସ୍ଥ୍ୟ[21] | ଅଧିକାଂଶ ସମୟରେ ମୋଟା |
କିଟୋଏସିଡୋସିସ | ସାଧାରଣ | କ୍ୱଚିତ |
ଅଟୋଆଣ୍ଟିବଡି (Autoantibodies) | ସାଧାରଣତଃ ଥାଏ | ନ ଥାଏ |
ଅନ୍ତସ୍ରାବୀ ଇନସୁଲିନ | ||
ଏକ ରୂପ ଯମଜରେ (identical twin) ସାମଞ୍ଜସ୍ୟ (Concordance) |
୫୦% | ୯୦% |
ପ୍ରଚଳନ | ~୧୦% | ~୯୦% |
ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ । ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସର ମୂଳ ଚିକିତ୍ସା।ଜୀବନଶୈଳୀରେ ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢ଼ିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ୱପୂର୍ଣ୍ଣ । ଏଥିରେ ଯଦି ଡାଇବେଟିସ ମାତ୍ରା ଅନୁସାରେ ନିୟନ୍ତ୍ରିତ ନ ହୁଏ ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ ।
ଆୟୁର୍ବେଦ ଅନୁସାରେ, ମଧୁମେହ ବାତ, ପିତ୍ତ ଓ କଫର ସନ୍ତୁଳନ ଅଭାବରୁ ହୋଇଥାଏ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଔଷଧ ସହ ଜୀବନଶୈଳୀରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଥାଏ । ମଧୁମେହର ପ୍ରଭାବ କମ୍ କରିବା ପାଇଁ ଦୈନିକ ପରିଶ୍ରମ ଓ ବ୍ୟାୟାମ ସହିତ ଧୂମପାନ ଏବଂ ମଦ୍ୟପାନରୁ ବିରତ ରହିବା ଆବଶ୍ୟକ । ଏହି ରୋଗର ଆୟୁର୍ବେଦିକ ଚିକିତ୍ସାରେ ଚକ୍ଷୁ ଓ ପାଦର ଯତ୍ନ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଖାଦ୍ୟରେ ଭାତ, ଆଳୁ, ଚିନି ଛାଡ଼ିଦେବାକୁ କୁହାଯାଏ ଏବଂ କଲରା, ନିମ୍ବ, ବେଲ, ଜାମୁକୋଳି ଏତ୍ୟାଦି ପିତା ଓ କଷା ଖାଦ୍ୟ ନିୟମିତ ଖାଇବାକୁ କୁହାଯାଏ । ଆୟୁର୍ବେଦରେ ମଧୁମେହ ପାଇଁ ମେଥି, ହଳଦୀ ଆଦି ଚୁନା କରି ଖାଇବା, ଦାରୁ ହରିଦ୍ରା ଚୁନା, ତୁଳସୀ ପତ୍ର ପାଣି ଆଦି ପିଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଚିକିତ୍ସାରେ ଔଷଧରେ ବସନ୍ତକୁସୁପାକର ରସ, ଶିଳାଜିତ୍, ଚନ୍ଦ୍ରକଳା ବଟି, ମଧୁନାଶିନୀ ଆଦି ଖାଇବାକୁ ଦିଆଯାଏ । ଯୋଗ, ଯଥା: ସୂର୍ଯ୍ୟ ନମସ୍କାର, ମତ୍ସ୍ୟନ୍ଦ୍ରାସନ, ହଳାସନ, ମଣ୍ଡୁକାସନ, ଭୁଜଗାସନ ଆଦି ମଧୁମେହ ପାଇଁ ବହୁତ ଉପକାରୀ । ତମ୍ବା ପାତ୍ରରେ ଏକ କପ୍ ପାଣି ରାତିରେ ରଖି ସକାଳୁ ପିଇଲେ ମଧ୍ୟ ଲାଭ ମିଳିଥାଏ । ତେବେ ଏ ସବୁ ଚିକିତ୍ସା ଆୟୁର୍ବେଦିକ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରିବା ଉଚିତ୍ ।[22]
ଏ ପ୍ରକାର ଚିକିତ୍ସା କଲାବେଳେ ପ୍ରତି ସପ୍ତାହରେ ରକ୍ତ ଶର୍କରା ଓ ପ୍ରତି ତିନି ମାସରେ ଥରେ ରକ୍ତର ଏଚ୍ବିଏ ୱାନ୍ ସି ପରୀକ୍ଷା କରିବା ଉଚିତ୍ । ରକ୍ତ ଶର୍କରା ଖାଲି ପେଟରେ ୧୨୦ ମିଗ୍ରା ଓ ଖାଇବା ପରେ ୧୪୦ ମିଗ୍ରା ମଧ୍ୟରେ ରହିବା ଦରକାର । ପ୍ରତି ତିନି ମାସରେ ଥରେ ଏୱାନ୍ସି ପରୀକ୍ଷା କଲେ, ଏହା ୬.୩ ତଳେ ରହିବା ଦରକାର ।[22]
ଆୟୁର୍ବେଦିକ ଚିକିତ୍ସା ବେଳେ ଯଦି ମଧୁମେହ ରୋଗ ଜଟିଳ ହୁଏ, ତେବେ ବୃକକ୍, ହୃତ୍ପିଣ୍ଡ, ଆଖି, ସ୍ନାୟୁ ଆଦି ଆକ୍ରାନ୍ତ ହୋଇଥାଏ । ଏପରି ହେଲେ ଆୟୁର୍ବେଦିକ ଚିକିତ୍ସା ବନ୍ଦ କରି ମଧୁମେହ ବିଶେଷଜ୍ଞ ଓ ଏଲୋପାଥିକ୍ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ତଥା ଜଟିଳତା ଚିହ୍ନଟ କରିବା ପାଇଁ ରକ୍ତ ପରୀକ୍ଷା କରିବା ମଧୁମେହ ରୋଗୀଙ୍କ ପକ୍ଷେ ନିହାତି ଦରକାର ।[22]
ଦୁଇ ତିନି ମାସ ଧରି ରକ୍ତ ଶର୍କରା ନିୟନ୍ତ୍ରିତ ଅଛି କି ନାହିଁ ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥାଏ । ଯେଉଁମାନେ ଦୀର୍ଘ ଦିନ ଧରି ଡାଇବେଟିସ ଚିକିତ୍ସାରେ ଅଛନ୍ତି, ସେମାନେ ବାରମ୍ବାର ରକ୍ତ ଶର୍କରା ପରୀକ୍ଷା ନ କରି ପ୍ରତିବର୍ଷ ଦୁଇଥର କରି ପାରନ୍ତି । ଏହାର ମାତ୍ରା ସର୍ବଦା ଶତକଡା ସାତ ତଳେ ରହିବା ଦରକାର । ଶତକଡା ସାତ ଛ ହେଲା ଆଦର୍ଶ ଡାଇବେଟିସ କଣ୍ଟ୍ରୋଲ । ବର୍ଷ ସାରା ଏହି ସଂଖ୍ୟା ସାତ ଛ ରହିଲେ ଡାଇବେଟିସ ରୋଗ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି ଏବଂ ସୁସ୍ଥଲୋକ ସହିତ ସମାନ । [23]
ସବୁ ଡାଇବେଟିସ ରୋଗୀଙ୍କର ରକ୍ତଚାପ ୧୧୫-୩୦/୭୫-୮୫ ମିଲିମିଟର ପାରଦ ମଧ୍ୟରେ ରହିଲେ ହୃଦ ରୋଗ, କିଡନୀ ରୋଗ, ଚକ୍ଷୁ ରୋଗ ହୋଇନ ଥାଏ । ସେଥିପାଇଁ ଆବଶ୍ୟକ ହେଲେ ସ୍ୱତନ୍ତ୍ର ଔଷଧ ଖାଇ ନିୟନ୍ତ୍ରଣ କରିବା ଉଚିତ । ବର୍ଷରେ ଚାରିଥର ଉଚ୍ଚ ରକ୍ତଚାପ ପରୀକ୍ଷାକରି ନିୟନ୍ତ୍ରଣରେ ରହିବା ଭଲ ।
ରକ୍ତର ଚର୍ବି ଅଂଶକୁ ଡାକ୍ତରୀ ଭାଷାରେ ସିରମ୍ ଲିପିଡ୍ କୁହାଯାଏ । ସେଥିରେ ଭଲ କଲେଷ୍ଟରଲ, ଖରାପ କଲେଷ୍ଟରଲ, ଟ୍ରାଇ ଗ୍ଲିସେରାଇଡ ମପାଯାଏ । ଏହାର ମାପ ବଢିଯାଇଥିଲେ ଷ୍ଟାଟିନ୍ ଔଷଧ ଖାଇବା ଦରକାର ହୁଏ । ଏହାକୁ ଠିକ ସୀମାରେ ରଖିଲେ ହାର୍ଟ୍ ଆଟାକ୍,ବ୍ରେନ ଆଟାକ୍ ବହୁତ କମିଯାଏ । [24]
ବୟସ,ଉଚ୍ଚତା ଅନୁସାରେ ଓଜନ ଠିକ ରଖିବା ଉଚିତ । ନାହି ଉପରେ ପେଟର ମାପ କେବେ ନବେ ସେଣ୍ଟିମିଟରରୁ ଅଧିକ ନ କଲେ ଭଲ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.