ଟ୍ରାକୋମା
From Wikipedia, the free encyclopedia
ଟ୍ରାକୋମା ବା ଗ୍ରାନୁଲାର କଞ୍ଜକ୍ଟିଭାଇଟିସ ବା ଇଜିପ୍ସିଆନ ଅଫ୍ଥାଲ୍ମିଆ[1] ବା ବ୍ଲାଇଣ୍ଡିଙ୍ଗ ଟ୍ରାକୋମା (ଇଂରାଜୀରେ ଯାଥାକ୍ରମେ Trachoma, granular conjunctivitis), Egyptian ophthalmia), ଓ blinding trachoma) ଏକ ସଂକ୍ରମଣକାରୀ ରୋଗ ଯାହା କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁଦ୍ୱାରା ହୁଏ ।[2] ଏହି ରୋଗଦ୍ୱାରା ଆଖିପତାର ଭିତର ପାଖରେ ଗ୍ରାନୁଲେସନ (granulation) ତନ୍ତୁ ତିଆରି ହୋଇ ଅସମାନ ବା ଆବୁଡ଼ାଖାବୁଡ଼ା ହୋଇଯାଏ । ଏହି ଅସମାନତା ଯୋଗୁ ଆଖିରେ ଯନ୍ତ୍ରଣା ହୁଏ, କର୍ନିଆର ବାହାର ସ୍ତର ନଷ୍ଟ ହୋଇଯାଇ ଅନ୍ଧତ୍ୱ ସମ୍ଭାବନା ରହେ ।[2]
Trachoma | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], ophthalmologist[*] |
ଆଇସିଡ଼ି-୧୦ | A71. |
ଆଇସିଡ଼ି-୯-ସିଏମ୍ | 076 |
ରୋଗ ଡାଟାବେସ | 29100 |
ମେଡ଼ିସିନ-ପ୍ଲସ | 001486 |
ଇ-ମେଡ଼ିସିନ | oph/118 |
Patient UK | ଟ୍ରାକୋମା |
MeSH | D014141 |
ଟ୍ରାକୋମା ରୋଗୀର ଆଖି ଓ ନାକର ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଷରେ ସୁସ୍ଥ ଲୋକ ଆସିଲେ ରୋଗ ଡିଏଁ ।[2] ଲୁଗାପଟାଦ୍ୱାରା ବା ରୋଗୀର ଆଖି ଓ ନାକ ସଂସ୍ପର୍ଶରେ ଆସିଥିବା ମାଛିଦ୍ୱାରା ପରୋକ୍ଷ ସଂକ୍ରମଣ ହୁଏ ।[2] ବର୍ଷାଧିକ କାଳ ଅନେକ ଥାର ସଂକ୍ରମଣ ହେଲେ ଆଖି ପତା ଅସମାନ ହେବାପରେ ପତା ବାଳ ଡୋଳା ସହ ଘଷିହୁଏ ।[2] ବୟଷ୍କଙ୍କ ଅପେକ୍ଷା ପିଲାମାନଙ୍କଦ୍ୱାରା ଏହି ରୋଗ ଅଧିକ ଦିଏଁ ।[2] ଦରିଦ୍ର ପରିମଳ ବ୍ୟବସ୍ଥା, ଅଧିକ ଲୋକଙ୍କର ସହାବସ୍ଥାନ, ଅଶୁଦ୍ଧ ଜଳ ଓ ଖରାପ ପାଇଖାନା ବ୍ୟବସ୍ଥା ଏହି ରୋଗ ବ୍ୟାପିବାରେ ସହଯୋଗ କରେ ।[2]
ବିଷୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା କରି ଓ ସଂକ୍ରମିତ ଲୋକଙ୍କୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରି ଏହି ରୋଗକୁ ପ୍ରତିରୋଧ କରିବାକୁ ପ୍ରୟାସ କରିବା ଉଚିତ ।[2] ସଂଭାବ୍ୟ ରୋଗଗ୍ରସ୍ତ ଇଲାକାରେ ଥିବା ସମସ୍ତ ଲୋକଙ୍କୁ ଚିକିତ୍ସା କରିବା ଦରକାର ହୁଏ ।[3] କେବଳ ଧୋଇବା ବ୍ୟବସ୍ଥା ନ କରି ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ହୁଏ । [4] ଏହାର ଚିକିତ୍ସା ନିମନ୍ତେ ପାଟିବାଟେ ଆଜିଥ୍ରୋମାଇସିନ ଓ ଆଖିରେ ଟେଟ୍ରାସାଇକ୍ଲିନ ଦିଆଯାଏ ।[3] ପାଟିରେ ଗୋଟିଏ ପାନ ଔଷଧ ଦରକାର ହେଉଥିବାରୁ ଆଜିଥ୍ରୋମାଇସିନ ଦିଆଯାଏ ।[5] ଆଖି ପତା ସ୍କାର ହୋଇଗଲେ ଅପରେଶନ କରି ପତାର ସଠିକ ସ୍ଥାନ ବା ପୋଜସନ ଠିକ କରାଯାଏ ।[2]
ପୃଥିବୀରେ ପ୍ରାୟ ୮୦ ନିୟୁତ ଲୋକଙ୍କର ଏହି ସକ୍ରିୟ ରୋଗ ଅଛି ।[6] କେତେକ ଅଞ୍ଚଳରେ ୬୦-୯୦% ପିଲାଙ୍କର ଏହି ରୋଗ ଅଛି ଓ ମହିଳାମାନେ ଅଧିକ ସଂକ୍ରମିତ ହୁଅନ୍ତି ଯେହେତୁ ସେମାନେ ପିଲାଙ୍କ ସାନ୍ନିଧ୍ୟରେ ଅଧିକ ଆସନ୍ତି ।[2] ୨.୨ ନିୟୁତ ଲୋକଙ୍କୁ (ତାହା ମଧ୍ୟରେ ୧.୨ ସମ୍ପୁର୍ଣ୍ଣ ଅନ୍ଧ) ପରୀକ୍ଷା କରି ଦେଖିବା କଷ୍ଟସାଧ୍ୟ ହୋଇଥିବା ଯୋଗୁ ଏହି ରୋଗ ବ୍ୟାପକ ହେଉଛି ।[2] ଏସିଆ, ଆଫ୍ରିକା, ମଧ୍ୟ ଓ ଦକ୍ଷିଣ ଆମେରିକାର ୫୩ଟି ଦେଶର ଲୋକ ଏହି ରୋଗ ସଂକଟରେ ଅଛନ୍ତି ।[2] ବାର୍ଷିକ ୮ ବିଲିଅନ ଡଲାର ଆର୍ଥିକ କ୍ଷତି ଏହା ଯୋଗୁ ହୁଏ । [2] ଅବହେଳିତ ଗ୍ରିଷ୍ମମଣ୍ଡଳୀୟ ରୋଗ ଦଳରେ ଏହା ସ୍ଥାନ ପାଇଛି । [6]