ଅନ୍ଧତ୍ୱ
From Wikipedia, the free encyclopedia
ଆଲୋକ ରଶ୍ମି ବିଭିନ୍ନ ବସ୍ତୁ ଉପରେ ପଡ଼ି ପ୍ରତିଫଳିତ ହୋଇ ଚକ୍ଷୁରେ ପ୍ରବେଶ କରି ସ୍ନାୟୁ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ । ସେଠାରେ ଏହା ପ୍ରୋସେସିଙ୍ଗ (Processing) ହେବା ପରେ ଆମେ ବସ୍ତୁକୁ ଦେଖିପାରୁ । ଏହାକୁ ଆମେ ଦୃଷ୍ଟି ଶକ୍ତି କହୁ । ଶାରୀରିକ ଓ ସ୍ନାୟୁଗତ କାରଣ ଯୋଗୁ ଦୃଷ୍ଟି ଶକ୍ତିର ଅଭାବ ହେବାକୁ ଅନ୍ଧତ୍ତ୍ୱ କୁହାଯାଏ । ଦୃଷ୍ଟି ଶକ୍ତିହୀନତା ଓ ଅନ୍ଧତ୍ତ୍ୱର ମାନକ (Scale) ନିରୁପଣ କରିବା ନିମନ୍ତେ ଅନେକ ପ୍ରକାର ସ୍କେଲ ପ୍ରସ୍ତୁତ କରାଯାଇଛି[1] । ନାସ୍ତି ଆଲୋକ ଅନୁଭବକୁ ସମ୍ପୁର୍ଣ୍ଣ ଅନ୍ଧତ୍ତ୍ୱ (NLP ବା "no light perception") କୁହାଯାଏ । ଅଧିକାଂଶ ସମୟରେ ଆଶିଂକ ଦୃଷ୍ଟି ଶକ୍ତି ଥିଲେ ମଧ୍ୟ ଅନ୍ଧ କହନ୍ତି । ବେଳେ ବେଳେ କୌଣସି ଜିନିଷ ଦେଖା ନ ଯାଇ କେବଳ ଆଲୋକ ସ୍ରୋତ ଓ ତାହାର ଦିଗ ଦେଖାଯାଏ ।
ଅନ୍ଧତ୍ତ୍ୱ (ଦୃଷ୍ଟି ଅପଂଗତା ) | |
---|---|
![]() ଗୋଟିଏ ଧଳା ବାଡ଼ି, ଅନ୍ଧତ୍ତ୍ୱ(ଦୃଷ୍ଟି ଅପଂଗତା)ର ଆନ୍ତର୍ଜାତୀୟ ଚିହ୍ନ | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | neurology[*], ଚକ୍ଷୁରୋଗ ବିଜ୍ଞାନ[*] |
ଆଇସିଡ଼ି-୧୦ | H54.0, H54.1, H54.4 |
ଆଇସିଡ଼ି-୯-ସିଏମ୍ | 369 |
ରୋଗ ଡାଟାବେସ | 28256 |
ଦୃଷ୍ଟିହୀନତା ନିମନ୍ତେ ସାହାଯ୍ୟ ପରିପ୍ରେକ୍ଷୀରେ ସରକାର ଅନେକ ଜଟିଳ ସଂଜ୍ଞା ପ୍ରସ୍ତୁତ କରିଛନ୍ତି ଯାହାକୁ ନ୍ୟାୟିକ ଅନ୍ଧତ୍ତ୍ୱ (legal blindness) କୁହାଯାଉଛି[2] । ଆମେରିକା ଓ ୟୁରୋପରେ ଚଷମା ଲେନ୍ସ ସହିତ ଭିଜୁଆଲ୍ ଆକୁଇଟି (visual acuity) ୬/୬୦କିମ୍ବା ତାହାଠାରୁ କମ୍ ଥିଲେ ନ୍ୟାୟିକ ଅନ୍ଧତ୍ତ୍ୱ କହନ୍ତି । ଏହାର ଅର୍ଥ ଜଣେ ସୁସ୍ଥ ଲୋକ ବସ୍ତୁଠାରୁ ୨୦୦ ଫୁଟ ଦୂରରେ ଥାଇ ଯେତିକି ଦେଖି ପାରିବ ଅନ୍ୟ ଜଣେ ଚଷମା ଲଗେଇ ମଧ୍ୟ ୨୦ ଫୁଟ ଦୂରରେ ଥାଇ ସେତିକି ଦେଖି ପାରିଲେ ତାହାକୁ ଅନ୍ଧ କୁହାଯିବ । ଏହା ବ୍ୟତିତ ସାଧାରଣ ଦୃଷ୍ଟି ଥାଇ ମଧ୍ୟ ଯଦି ଜଣେ ୨୦୦ ପରିମିତ ସ୍ଥାନ ଦେଖିପାରେ ତାହା ହେଲେ ମଧ୍ୟ ତାହାକୁ ଅନ୍ଧ କୁହାଯିବ । ୨୦/୭୦ରୁ ୨୦/୨୦୦ ଭିଜୁଆଲ୍ ଆକୁଇଟି ଥିଲେ ନିମ୍ନ ଦୃଷ୍ଟି ଶକ୍ତି କୁହାଯିବ[3] ।
ଡବ୍ଲ୍ୟୁ.ଏଚ୍.ଓ. ସଂଜ୍ଞା ଅନୁସାରେ ଭିଜୁଆଲ୍ ଆକୁଇଟି ୨୦/୬୦ରୁ କମ୍ ଓ ୨୦/୨୦୦ ସହ ସମାନ ବା ଅଧିକ, ୨୦୦ରୁ କମ୍ ଭିଜୁଆଲ୍ ଫିଲ୍ଡ ଅପେକ୍ଷାକୃତ ଭଲ ଆଖିରେ ଥିଲେ ତ୍ତାହାକୁ ନିମ୍ନ ଦୃଷ୍ଟି କୁହାଯିବ । ଚଷମା ସହ ଭିଜୁଆଲ ଆକୁଇଟି ୨୦/୪୦୦ରୁ କମ୍ ବା ଭିଜୁଅଲ୍ ଫିଲ୍ଡ ୧୦୦ରୁ କମ୍ ଥିଲେ ଅନ୍ଧ କୁହାଯିବ[4][5] ।