![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/a4/EM_of_influenza_virus.jpg/640px-EM_of_influenza_virus.jpg&w=640&q=50)
ଜୀବାଣୁ
From Wikipedia, the free encyclopedia
ଜୀବବୀଜ୍ଞାନରେ ଜୀବାଣୁ ବା ରୋଗକାରୀ ବା ରୋଗକାରକ ଜୀବ କହିଲେ, ଅନ୍ଯ ଜୀବଶରୀରେ ରୋଗ ସୃଷ୍ଟିକାରୀ କ୍ଷୁଦ୍ର ଅଣୁଜୀବମାନଙ୍କୁ ବୁଝାଏ । ଏକ ଜୀବାଣୁକୁ ସଂକ୍ରମଣକାରୀ ମଧ୍ଯ କୁହାଯାଇପାରେ ।
- ଏହି ଲେଖାଟି କେବଳ ରୋଗ କରାଉଥିବା ଅଣୁଜୀବ ବାବଦରେ । ଏକ ନିର୍ଦ୍ଦିଷ୍ଟ ଜୀବଗୋଷ୍ଠୀ ବ୍ଯାକ୍ଟେରୀଆ ପାଇଁ, ବୀଜାଣୁ ପ୍ରସଙ୍ଗଟି ଦେଖନ୍ତୁ ।
![Thumb image](http://upload.wikimedia.org/wikipedia/commons/thumb/a/a4/EM_of_influenza_virus.jpg/640px-EM_of_influenza_virus.jpg)
ଏହାର ଇଂରାଜୀ ପ୍ରତିଶବ୍ଦ ପାଥୋଜେନ (ପାଥୋ - ପୀଡ଼ା, ଜେନ - ଜାୟକ) ୧୮୮୦ ମସିହାରେ ଲୋକ ବ୍ଯବହାରକୁ ଆସିଲା ।[1][2]ସାଧାରଣତଃ ଏହି ଶବ୍ଦଟି ସଂକ୍ରାମକ ରୋଗକାରୀ ଅଣୁଜୀବ, ଯଥା - ଭୂତାଣୁ, ବୀଜାଣୁ, କବକ, ପ୍ରାକ୍ଜୀବ ଆଦିଙ୍କ ପାଇଁ ବ୍ଯବହୃତ ହେଉଥିଲା ।[3][4][5] କୃମି, କୀଟ ପରି ଛୋଟ ଜୀବମାନେ ମଧ୍ଯ ରୋଗ କରାଇପାରନ୍ତି କିନ୍ତୁ ଏଗୁଡ଼ିକୁ ଜୀବାଣୁ କୁହାଯାଏ ନାହିଁ । ଏଗୁଡ଼ିକୁ ପରଜୀବୀ କୁହାଯାଏ । କ୍ଷୁଦ୍ର ଆଣବିକ୍ଷଣିକ ଅଣୁଜୀବମାନଙ୍କର ପଠନକୁ ଅଣୁଜୀବବିଜ୍ଞାନ କୁହାଯାଏ ଏବଂ ରୋଗକାରକ ଅଣୁଜୀବ ତଥା ରୋଗକାରକ ପଦାର୍ଥଗୁଡ଼ିକର ପଠନକୁ ପାଥୋଲୋଜି କୁହାଯାଏ । ପରଜୀବୀମାନଙ୍କ ପଠନକୁ ପରଜୀବୀବିଜ୍ଞାନ କୁହାଯାଏ ।