ଆସ୍ଟିଗମାଟିଜ୍ମ
ଚକ୍ଷୁ ରୋଗ / From Wikipedia, the free encyclopedia
ଆସ୍ଟିଗମାଟିଜ୍ମ ବା ଦୃଷ୍ଟିବୈଷମ୍ୟ (Astigmatism) ରୋଗ ହେଲେ ଚକ୍ଷୁରେ (eye) ପ୍ରତିସରଣ ଦୋଷ (refractive error) ହେବାଦ୍ୱାରା ରେଟିନା (retina) ଉପରେ ଆଲୋକ ରଶ୍ମୀ ସମ ଭାବରେ ଫୋକସ ହୁଏନି ।[1] ଏହ ଫଳରେ ଝାପସା ଦୃଷ୍ଟି (blurred vision) ହୁଏ ବା ଦୂରତା ନିର୍ବିଶେଷରେ ପ୍ରତ୍ୟେକ ଜିନିଷ ବଙ୍କା ଟଙ୍କା ଦେଖାଯାଏ । ଅନ୍ୟାନ୍ୟ ଲକ୍ଷଣ: ଆଖି କଷ୍ଟ, ମୁଣ୍ଡବଥା ଓ ରାତିରେ ଡ୍ରାଇଭ କରିବାରେ ଅସୁବିଧା ହୁଏ ।[1] ପ୍ରାକ୍ ଜୀବନରେ ଏହା ଆରମ୍ଭ ହେବା ଫଳରେ କ୍ଷୀଣ ଦୃଷ୍ଟି ବା ଆମ୍ବ୍ଲିଓପିଆ ହୁଏ ।[2]
ଆସ୍ଟିଗମାଟିଜ୍ମ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Ophthalmology |
ଆଇସିଡ଼ି-୧୦ | H52.2 |
ଆଇସିଡ଼ି-୯-ସିଏମ୍ | 367.2 |
ଓଏମ୍ଆଇଏମ୍ | 603047 |
ରୋଗ ଡାଟାବେସ | 29648 |
ମେଡ଼ିସିନ-ପ୍ଲସ | 001015 |
MeSH | D001251 |
ଆସ୍ଟିଗମାଟିଜ୍ମ ରୋଗର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।[3] ଆଂଶିକ ଭାବରେ ଏହା ଜେନେଟିକ (genetic) ସହିତ ସଂପୃକ୍ତ ଥିବା ବିଶ୍ୱାସ କରାଯାଏ ।[4] ସ୍ୱଚ୍ଛପଟଳ/କର୍ନିଆର (cornea) ସମ ବକ୍ରତା ନ ଥିବା ବା ଚକ୍ଷୁ ଜବକାଚରେ (lens of the eye) ତୃଟି ଥିବା ଯୋଗୁ ଏହି ବେମାରୀ ହୁଏ । [1][3] ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [1]
ଏହି ରୋଗର ଚିକିତ୍ସା ନିମନ୍ତେ ୩ଟି ବିକଳ୍ପ ଆଛି: ଚଷମା (glasses), କଣ୍ଟାକ୍ଟ ଲେନ୍ସ (contact lens) ଓ ଅପରେଶନ । ସାଧାରଣ ଚିକିତ୍ସାରେ ଚଷମା ଦିଆଯାଏ । କଣ୍ଟାକ୍ଟ ଲେନ୍ସ ଲଗେଇଲେ ଦୃଷ୍ଟି ପରିସୀମା (field of vision) ଅଧିକ ହୁଏ । ରିଫ୍ରାକ୍ଟିଭ ଅପରେଶନ (Refractive surgery) ସାହାଯ୍ୟରେ ଚକ୍ଷୁର ଆକାର ସବୁଦିନ ପାଇଁ ପରିବର୍ତ୍ତନ କରିଦିଆଯାଏ ।[1]
ୟୁରୋପ ଓ ଏସିଆରେ ପ୍ରାୟ ୩୦ରୁ ୬୦% ଯୁବ ସମ୍ପ୍ରଦାୟର ଆସ୍ଟିଗମାଟିଜ୍ମ ଥାଏ ।[4] ପ୍ରତ୍ୟେକ ବୟସରେ ଲୋକଙ୍କର ଏହି ବେମାରୀ ହୋଇପାରେ ।[1] ସନ ୧୮୦୦ରେ ପ୍ରଥମେ ଥୋମାସ ୟଙ୍ଗ (Thomas Young) ଏହି ରୋଗ ବିଷୟ ରିପୋର୍ଟ କରିଥିଲେ ।[3]