![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/c/cb/Onchocerca_volvulus_emerging_from_a_black_fly.jpg/640px-Onchocerca_volvulus_emerging_from_a_black_fly.jpg&w=640&q=50)
ଅଙ୍କୋସର୍ସିଆସିସ
From Wikipedia, the free encyclopedia
ଅଙ୍କୋସର୍ସିଆସିସ (ଇଂରାଜୀରେ Onchocerciasis), ବା ନଦୀ ଅନ୍ଧତ୍ୱ/ ରିଭର ବ୍ଲାଇଣ୍ଡନେସ (ଇଂରାଜୀରେ river blindness) ବା ରୋବ୍ଲ ରୋଗ (ଇଂରାଜୀରେ Robles disease), ଏକ ରୋଗ ଯାହା ଏକ ପ୍ରକାର ପରଜୀବୀ ପୋକ ଅଙ୍କୋସର୍କା ଭୋଲ୍ଭ୍ୟୁଲସ (ଇଂରାଜୀରେ Onchocerca volvulus) ସଂକ୍ରମଣଦ୍ୱାରା ଲୋକଙ୍କୁ ହୁଏ ।[1] ଅତ୍ୟଧିକ ଗଲୁ (itching), ଚର୍ମ ତଳେ ଆବୁ (bump) ଓ ଅନ୍ଧତ୍ୱ ଏହାର ଲକ୍ଷଣ ।[1] ଚକ୍ଷୁ ସଂକ୍ରମଣ ରୋଗରେ ଟ୍ରାକୋମା ପରେ ଏହା ଦ୍ୱିତୀୟ ସର୍ବାଧିକ ସ୍ଥାନ ଗ୍ରହଣ କରେ ।[2]
ଅଙ୍କୋସର୍ସିଆସିସ | |
---|---|
![]() ଏକ ବୟଃପ୍ରାପ୍ତ କଳା ମାଛିର ଆଣ୍ଟେନାରୁ ପରଜୀବୀ ଅଙ୍କୋସର୍କା ଭୋଲ୍ଭ୍ୟୁଲସ ବାହାରୁଥିବା ଦେଖାଯାଉଛି ।, magnified 100x | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], tropical medicine[*] |
ଆଇସିଡ଼ି-୧୦ | B73. |
ଆଇସିଡ଼ି-୯-ସିଏମ୍ | 125.3 |
ରୋଗ ଡାଟାବେସ | 9218 |
ଇ-ମେଡ଼ିସିନ | med/1667 oph/709 |
MeSH | D009855 |
ସିମୁଲିଅମ୍ ଟାଇପ୍ର କଳା ମାଛି/ବ୍ଲାକ୍ ଫ୍ଲାଇ (ଇଂରାଜୀରେ black fly) କାମୁଡ଼ିବାଦ୍ୱାରା ଏହି ପରଜୀବୀ ପୋକ ବିସ୍ତାର ଲାଭ କରେ ।[1] ଏହି ସଂକ୍ରମଣ ନିମନ୍ତେ ସାଧାରଣତଃ ଅନେକ ଥର କାମୁଡ଼ିବା ଦରକାର ହୁଏ ।[3] ଏହି ମାଛି ନଦୀ ତଟରେ ବଞ୍ଚନ୍ତି, ଏଣୁ ଏହାର ନାମ ନଦୀ ଅନ୍ଧତ୍ୱ ବା ରିଭର ବ୍ଲାଇଣ୍ଡନେସ ହୋଇଛି ।[2] ଥରେ ଲୋକ ଶରୀରରେ ପ୍ରବେଶ କଲାପରେ ପୋକ ଲାର୍ଭା ସୃଷ୍ଟି କରନ୍ତି ଯେଉଁମାନେ ଚର୍ମକୁ ଆସନ୍ତି ।[1] ଏଠାରେ ସେମାନେ ଅନ୍ୟ କଳା ମାଛି କାମୁଡ଼ିବାବେଳେ ସେମାନଙ୍କୁ ସଂକ୍ରମିତ କରନ୍ତି ।[1] ଅନେକ ଉପାୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ଯଥା ଅଣୁବୀକ୍ଷଣ ତଳେ ଚର୍ମ ବାୟୋପ୍ସି ନେଇ ନର୍ମାଲ ସାଲାଇନରେ ଥୋଇଲେ ଲାର୍ଭା ବାହାରି ଆସିବା ଦେଖାଯାଏ, ଚକ୍ଷୁରେ ଲାର୍ଭା ଖୋଜି ଓ ଚର୍ମ ତଳ ଆବୁ ମଧ୍ୟରେ ବୟଃପ୍ରାପ୍ତ ପୋକ ଖୋଜି ମିଳିଲେ ନିର୍ଣ୍ଣୟ କରାଯାଏ ।[4]
ଟିକା ଏହି ରୋଗ ନିମନ୍ତେ ଅଦ୍ୟାପି ବାହାରି ନାହିଁ ।[1] ମାଛି କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା କରାଯାଏ ।
[5] ପୋକ ଘଉଡ଼ାକାରୀ ଔଷଧ (insect repellent) ଓ ଉପଯୁକ୍ତ ପୋଷାକ ବ୍ୟବହାର ଆବଶ୍ୟକ ହୁଏ ।[5] ମାଛି ବଂଶ କମ୍ କରିବା ନିମନ୍ତେ ଔଷଧ ସ୍ପ୍ରେ କରିବା ଦରକାର ।[1] Efforts to eradicate the disease by treating entire groups of people twice a year is ongoing in a number of areas of the world.[1] ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କୁ ଇଭରମେକ୍ଟିନ ଔଷଧ ଛଅରୁ ବାର ମାସରେ ଦିଆଯାଏ ।[1][6] This treatment kills the larva but not the adult worms.[7] ଡକ୍ସିସାଇକ୍ଲିନ (doxicycline) ଏହାର ସହଯୋଗୀ ଜୀବାଣୁକୁ (Wolbachia) ମାରି ଦେବାପରେ ଏହି ପୋକ ଦୁର୍ବଳ ହୋଇଯାଉଥିବାରୁ ଅନେକ ଏହାକୁ ଦେବାକୁ ନିର୍ଦ୍ଦେଶ ଦିଅନ୍ତି ।[7] ଅପରେଶନ୍ କରି ଚର୍ମ ତଳ ଆବୁକୁ କାଢ଼ିଦିଆଯାଏ ।[6]
ନaଦୀ ଅନ୍ଧତ୍ୱ ରୋଗଦ୍ୱାରା ପ୍ରାୟ ୧୭ରୁ ୨୫ ନିୟୁତ ଲୋକ ସଂକ୍ରମିତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପ୍ରୟ ୦.୮ ନିୟୁତ ସମ୍ୟକ୍ ଅନ୍ଧତ୍ୱର ଶୀକାର ହୁଅନ୍ତି ।[3][7] ସବ୍ ସାହାରା ଆଫ୍ରିକା ଇଲାକାରେ ଅଧିକାଂଶ ସଂକ୍ରମଣ ହେଲେ ମଧ୍ୟ ୟେମେନ ଓ କେତେକ ମଧ୍ୟ ଆମେରିକା ଓ ଦକ୍ଷିଣ ଆମେରିକାରେ କିଛି ରିପୋର୍ଟ ହୋଇଛି ।[1] ସନ ୧୯୧୫ରେ ଡାକ୍ତର ରୋଡୋଲ୍ଫୋ ରୋବ୍ଲ ପ୍ରଥମେ ଚକ୍ଷୁ ରୋଗ ସହ ଏହି ରୋଗକୁ ଲିଙ୍କ କରିଥିଲେ ।[8] ଅବହେଳିତ ଗ୍ରଷ୍ମମଣ୍ଡଳୀୟ ରୋଗରେ ଏହାକୁ ଡବ୍ଲ୍ୟୁ.ଏଚ୍.ଓ. (World Health Organization) ଏହାକୁ ନାମିତ କରିଛନ୍ତି ।[9]