ଡକ୍ସିସାଇକ୍ଲିନ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାରର ଜୀବାଣୁ ଓ ଏକ କୋଷି ଜୀବ ସଂକ୍ରମଣରେ ବ୍ୟବହାର କରାଯାଏ । ଜୀବାଣୁ ନିମୋନିଆ, ବ୍ରଣ, କ୍ଲାମିଡିଅ ସଂକ୍ରମଣ, ଲାଇମ ରୋଗ ଆରମ୍ଭରେ, କଲେରା ଓ ସିଫିଲିସ ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ବ୍ୟବହାର କରାଯାଏ । ମ୍ୟାଲେରିଆ ଚିକିତ୍ସା କଲାବେଳେ କୁଇନାଇନ ସହିତ ଡକ୍ସିସାଇକ୍ଲିନ ଦିଆଯାଏ ଓ ମ୍ୟାଲେରିଆ ପ୍ରତିରୋଧ ନିମନ୍ତେ ମଧ୍ୟ ଦିଆଯାଏ । ଡକ୍ସିସାଇକ୍ଲିନ ପାଟିରେ ଖାଇବାକୁ ଦିଆଯାଏ ବା ଶୀରା ମାଧ୍ୟମରେ ଦିଆଯାଏ । [1]
Clinical data | |
---|---|
Pronunciation | /ˌdɒksiˈsaɪklin/ |
Trade names | ଡୋରିକ୍ସ, ଡୋକ୍ସିହେକ୍ସାଲ, ଡକ୍ସିଲିନ ଇତ୍ୟାଦି । |
AHFS/Drugs.com | monograph |
MedlinePlus | a682063 |
data |
|
Pregnancy category |
|
Routes of administration | ପାଟି, ଶୀରାରେ[1] |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ୧୦୦ % |
Metabolism | ଯକୃତ |
Excretion | ପରିସ୍ରା (୪୦ %) |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.008.429 |
Chemical and physical data | |
Formula | C22H24N2O8 |
Molar mass | 444.43 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ତରଳ ଝାଡ଼ା, ଅଇ, ବାନ୍ତି, ଲାଲ ରାସ ଓ ଆତପଦାହ/ସନ୍ବର୍ଣ୍ଣ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା । ଗର୍ଭାବସ୍ଥା ଓ ଅଳ୍ପ ବୟସର ପିଲା ଏହାକୁ ବ୍ୟବହାର କଲେ ଦାନ୍ତର ରଙ୍ଗ ପରିବର୍ତ୍ତନ ସହ ସ୍ଥାୟୀ ସମସ୍ୟା ଦେଖାଯାଏ । ସ୍ତନ୍ୟପାନ ସମୟରେ ଆପାତତଃ ଏହା ବିପଦମୁକ୍ତ ।[1] ଡକ୍ସିସାଇକ୍ଲିନ ଏକ ବ୍ରଡ଼-ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ ଯାହା ଟେଟ୍ରାସାଇକ୍ଲିନ ଶ୍ରେଣୀର ଅନ୍ତର୍ଭୁକ୍ତ ।[1]ଜୀବାଣୁର ପ୍ରୋଟିନ ତିଆରି ପନ୍ଥାକୁ ଏହି ଔଷଧ ରୋକିଦିଏ । [1][2]
ସନ ୧୯୬୭ରେ ପ୍ରଥମ ଥର ନିମନ୍ତେ ଡକ୍ସିସାଇକ୍ଲିନ ବ୍ୟବହାର କରାଗଲା ।[3]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ । [1][5]ପୃଥିବୀର ଅଧିକାଂଶ ସ୍ଥାନରେ ଏହାର ମୂଲ୍ୟ ବଟିକା ପିଛା ୦.୦୧ରୁ ୦.୦୪ ଆମେରିକୀୟ ଡଲାର ।[6] ଆମେରିକାରେ ଏହାର ୧୦ ଦିନ ଚିକିତ୍ସାର ମୂଲ୍ୟ ୧୪ ଆମେରିକୀୟ ଡଲାର ।[1][7]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.