ନିମୋନିଆ
ଫୁସଫୁସରେ ଥିବା ଅଣୁବୀକ୍ଷଣିୟ ବାୟୁ ଥଳିର ପ୍ରଦାହ / From Wikipedia, the free encyclopedia
ନିମୋନିଆ ରୋଗ ଫୁସଫୁସରେ ଥିବା ଅଣୁବୀକ୍ଷଣୀୟ ବାୟୁ ଥଳିର (Alveolus) ପ୍ରଦାହକୁ କୁହାଯାଏ । [1][2] ଏହାର ଲକ୍ଷଣ ଗୁଡ଼ିକ ଯଥାକ୍ରମେ କାଶ ସହିତ ଖଙ୍କାର, ଛାତି ଯନ୍ତ୍ରଣା, ଜ୍ୱର, ଓ ଶ୍ୱାସକଷ୍ଟ.[3] ଲକ୍ଷଣ ଗୁଡ଼ିକ ସାଧାରଣରୁ ସାଂଘାତିକ ହୋଇପାରେ ।[4] ବୃଦ୍ଧ ଓ ଅଳ୍ପ ଯୁବାବୟସରେ ଏହାର ସ୍ୱାଭାବିକ ଲକ୍ଷଣ ଦେଖାଯାଏ ନାହିଁ ।[5] ଚିକିତ୍ସା ଆରମ୍ଭର ତିନି ଦିନ ମଧ୍ୟରେ ଅବସ୍ଥାର ଉନ୍ନତି ହୁଏ କିନ୍ତୁ ଏହା ପରେ ଏକ ମାସ ପର୍ଯ୍ୟନ୍ତ ରୋଗୀକୁ ଥକ୍କା ଲାଗେ ।[4]
- ଏହି ଲେଖାଟି ମାନବ ଶରୀରରେ ହେଉଥିବା ନିମୋନିଆ ରୋଗ ବିଶେଷ ବାବଦରେ । ବାକିସବୁ ପାଇଁ, ନିମୋନିଆ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
ନିମୋନିଆ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | pulmonology[*], ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | J12., J13., J14., J15., J16., J17., J18., P23. |
ଆଇସିଡ଼ି-୯-ସିଏମ୍ | 480-486, 770.0 |
ରୋଗ ଡାଟାବେସ | 10166 |
ମେଡ଼ିସିନ-ପ୍ଲସ | 000145 |
ଇ-ମେଡ଼ିସିନ | topic list |
Patient UK | ନିମୋନିଆ |
MeSH | D011014 |
ସାଧାରଣତଃ ଏହି ରୋଗ ଭୁତାଣୁ ବା ଜୀବାଣୁ ଦ୍ୱାରା ଏବଂ ଅଳ୍ପ କେତେକ କ୍ଷେତ୍ରରେ କେତେକ ଅଣୁଜୀବ, ଔଷଧ ଓ ଅଟୋଇମ୍ମ୍ୟୁନିଟିଦ୍ୱାରା ସଂଘଟିତ ହୁଏ ।[1][6] ଏହି ରୋଗର ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଅନ୍ୟ ଫୁସଫୁସ ରୋଗ ଯଥା: ସିସ୍ଟିକ୍ ଫାଇବ୍ରୋସିସ୍, ସିଓପିଡି, ଆଜ୍ମା, ମଧୁମେହ, ହୃଦ୍ରୋଧ, ଧୁମ୍ରପାନ ଇତିହାସ, କାଶିବାର ଅକ୍ଷମତା ରୋଗ, ସ୍ଟ୍ରୋକ୍ ବା ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ସିସ୍ଟମ ଦାୟୀ । [7] ଲକ୍ଷଣ ଓ ଶାରୀରିକ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଛାତି ଏକ୍ସରେ, ରକ୍ତ ପରୀକ୍ଷା, ଓ ଖଙ୍କାର ଜୀବାଣୁର (କଲ୍ଚର) କରି ରୋଗ ନିର୍ଣ୍ଣୟ କରାଯାଏ ।[8] ଏହି ରୋଗର ଉତ୍ସ ଅନୁସାରେ ଶ୍ରେଣୀ ବିଭାଗ କରାଯାଏ ।[9]
ଏହି ରୋଗ ପ୍ରତିଷେଧ ନିମନ୍ତେ ଟିକା ଉପଲବ୍ଧ ହେଲାଣି । ଅନ୍ୟ ବ୍ୟବସ୍ଥା ମଧ୍ୟରେ ହସ୍ତ ପ୍ରକ୍ଷାଳନ ଓ ଧୁମ୍ରପାନ ତ୍ୟାଗ ଉଲ୍ଲେଖନୀୟ ।[10] ଅନ୍ତର୍ନିହିତ କାରଣ ଉପରେ ଏହାର ଚିକିତ୍ସା ନିର୍ଭର କରେ ।[4] ଜୀବାଣୁଦ୍ୱାରା ହେଉଥିବା ନିମୋନିଆକୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ ।[11] ରୋଗୀ ଅବସ୍ଥା ସାଂଘାତିକ ଥିଲେ ଡାକ୍ତରଖାନାକୁ ନିଆଯାଏ ।[4] ଅମ୍ଳଜାନ ସ୍ତର କମ୍ ଥିଲେ ଅମ୍ଳଜାନ ଥେରାପି ଦିଆଯାଏ ।[11]
ପ୍ରତି ବର୍ଷ ପୃଥିବୀର ପ୍ରାୟ ୭% (୪୫୦ ନିୟୁତ) ଲୋକଙ୍କୁ ଏହି ରୋଗ ଆକ୍ରମଣ କରିବା ଫଳରେ ପ୍ରାୟ ୪ ନିୟୁତ ଲୋକ ମୃତ୍ୟୁ ମୁଖରେ ପତିତ ହୁଅନ୍ତି ।[12][13] ଊନବିଂଶ ଶତାବ୍ଦୀରେ ଉଇଲିୟମ ଓସଲର ଏହି ରୋଗକୁ ମୃତ୍ୟୁଦୂତମାନଙ୍କ କ୍ୟାପଟେନ ନାମ ଦେଇଥିଲେ ।[14] ବିଂଶ ଶତାବ୍ଦୀରେ ଆଣ୍ଟିବାୟୋଟିକ ଓ ଟିକାର ଉଦ୍ଭାବନ ପରେ ଲୋକଙ୍କର ବଞ୍ଚିବା ଆଶା ବଢ଼ିଗଲା ।[12] ସେ ଯାହାହେଉ ତଥାପି ବିକଶିତ ଦେଶମାନଙ୍କରେ ଅଦ୍ୟାପି ଅତି ବୃଦ୍ଧ, ଅତି ଅଳ୍ପ ବୟସ୍କ ଓ କ୍ରନିକ ରୋଗୀଙ୍କ ନିମନ୍ତେ ଏହା ମୃତ୍ୟୁର ମୂଖ୍ୟ କାରଣ ଅଛି ।[12][15] ଅନ୍ୟ ରୋଗଦ୍ୱାରା ମୃତ୍ୟୁର ସମୀପବର୍ତ୍ତି ଥିବା ରୋଗୀଙ୍କୁ ଏହି ରୋଗଦ୍ୱାରା କଷ୍ଟ ଲାଘବ ହେଉଥିବାରୁ ଏହାକୁ ବୃଦ୍ଧଙ୍କ ସାଥୀ ନାମ ଦିଆଯାଇଛି ।[16]