ଆଜ୍ମା
ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ / From Wikipedia, the free encyclopedia
ଆଜ୍ମା ଗୋଟିଏ ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ ।.[2] ଏହାକୁ ଭୁଲରେ ଅନେକ ଆସ୍ଥମା ବୋଲି କହନ୍ତି କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ଆଜ୍ମା (Azma) । ଏହା ଏକ ଗ୍ରୀକ ଭାଷାର ଶବ୍ଦ ଯାହାର ଅର୍ଥ ପାଣ୍ଟିଙ୍ଗ (Panting) ବା ପରିଶ୍ରମ ପରେ ହେଉଥିବା ଛୋଟ ଛୋଟ ଦୃତ ଶ୍ୱାସ କ୍ରିୟା । ଓଡ଼ିଆ ଭାଷାରେ ଏହି ରୋଗକୁ 'ଶ୍ୱାସ' ଓ 'ଦମା' ନାମ ମଧ୍ୟ ଦିଆଯାଇଛି । ଏହି ରୋଗରେ ଶ୍ୱାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ୱାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ[3] । ଏହାର ବିଭିନ୍ନ ଲକ୍ଷଣ ଗୁଡ଼ିକ: ଶ୍ୱାସ କ୍ରିୟା ବେଳେ ହୁଇଜ୍(ହୁଇସିଲ୍ ଶବ୍ଦ) ଶବ୍ଦ ଶୁଣାଯିବା, କାଶ, ଛାତି ଚିପିହେବା ଭଳି ଲାଗିବା ଓ ଛୋଟ ଶ୍ୱାସକ୍ରିୟା, ଛୋଟ ପ୍ରଶ୍ୱାସ ସହ ଦୀର୍ଘ ନିଶ୍ୱାସ ଛାଡ଼ିବା[4] ।
ଏହି ଲକ୍ଷଣଗୁଡ଼ିକ ଦିନରେ ବା ସପ୍ତାହରେ କିଛି ଥାର ଦେଖାଯାଏ ।. ରାତିରେ ଓ ବ୍ୟାୟାମ କଲାବେଳେ ଏହି ରୋଗ ଅଧିକ ହୋଇପାରେ ।[2]
ଆଜ୍ମା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | pulmonology[*], immunology[*] |
ଆଇସିଡ଼ି-୧୦ | J45. |
ଆଇସିଡ଼ି-୯-ସିଏମ୍ | 493 |
ଓଏମ୍ଆଇଏମ୍ | 600807 |
ରୋଗ ଡାଟାବେସ | 1006 |
ମେଡ଼ିସିନ-ପ୍ଲସ | 000141 |
ଇ-ମେଡ଼ିସିନ | article/806890 |
Patient UK | ଆଜ୍ମା |
MeSH | D001249 |
ଜେନେଟିକ୍ ଓ ପରିବେଶ ଦ୍ୱୟର ମିଶ୍ରିତ ପ୍ରଭାବ ଯୋଗୁ ଆଜ୍ମା ହେବା ବିଶ୍ୱାସ କରାଯାଉଛି ।[5] ବାୟୁମଣ୍ଡଳୀୟ କାରକ ମଧ୍ୟରେ ବାୟୁ ପ୍ରଦୂଷଣ ଓ ଆଲର୍ଜେନର ଭୂମିକା ଅଛି ।.[2] ଆସ୍ପିରିନ ଓ ବିଟାବ୍ଲକର ଭଳି ଔଷଧ ରହି ରୋଗକୁ ଟ୍ରିଗର କରେ ।[2] ଲକ୍ଷଣ, ଚିକିତ୍ସାର ପ୍ରଭାବ ଓ ସ୍ପାଇରୋମେଟ୍ରି ପରୀକ୍ଷାଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ।[6] ଲକ୍ଷଣମାନଙ୍କର ପ୍ରକାଶ ସମୟ, ଏକ ସେକଣ୍ଡରେ ନିଶ୍ୱାସ ଛାଡିବା ପରିମାଣ ଓ ପିକ୍ ଏକ୍ସପିରେଟରି ଫ୍ଲୋ ରେଟ( peak expiratory flow rate.) ଅନୁସାରେ ଏହି ରୋଗକୁ ବର୍ଗୀକରଣ କରାଯାଇଛି ।[7] ଏହାକୁ ଆଟୋପିକ ଓ ନନ୍ ଆଟୋପିକ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି, ଆଟୋପି ଅର୍ଥ ଟାଇପ ୧ ଅତି ସମ୍ବେଦନଶୀଳ ପ୍ରତିକ୍ରିୟା ।[8][9]
ଏ ପର୍ଯ୍ୟନ୍ତ ଆଜ୍ମା ଆରୋଗ୍ୟ ହେବାର ଉପାୟ ବାହାରି ନାହିଁ ।[2] ରୋଗର ଟ୍ରିଗର ସମୂହ ଯଥା:- ଆଲର୍ଜେନ, ଉତ୍ତେଜକ ଓ କର୍ଟିକୋସ୍ଟିରଏଡ ଆଘ୍ରାଣ ପରିହାର କରି ଲକ୍ଷଣ ପ୍ରତିଷେଧ କରିହେବ ।[10][11] ଅନିୟନ୍ତ୍ରିତ ଆଜ୍ମାରେ ଘ୍ରାଣକାରୀ କର୍ଟିକୋସ୍ଟିରଏଡ ସହିତ ଦୀର୍ଘକାର୍ଯ୍ୟକାରୀ ବିଟଆ-ଆଡ୍ରେନୋସେପ୍ଟର ଆଗୋନିସ୍ଟ (ଏଲବିଏ) ବା ଆଣ୍ଟିଲିଉକୋଟ୍ରିଏନ ଏଜେଣ୍ଟ ଦିଆଯାଇପାରେ ।[12][13] ଲକ୍ଷଣ ଖରାପ ଦିଗକୁ ଗତି କରୁଥିଲେ ଆଘ୍ରାଣକାରୀ ସାଲବୁଟାମୋଲ ଭଳି ବିଟା ୨ ଆଗୋନିସ୍ଟ ଓ ପାଟିରେ ଦିଆଯାଉଥିବା କର୍ଟିକୋସ୍ଟିରଏଡ ଦିଆଯାଇପାରେ ।[14] ଅତି ସାଂଘାତିକ କେଶ୍ରେ ଶୀରାଭ୍ୟନ୍ତର କର୍ଟିକୋସ୍ଟିରଏଡ, ମ୍ୟାଗନେସିଅମ ସଲଫେଟ ଓ ଡାକ୍ତରଖାନା ଆଡମିଶନ ଆବଶ୍ୟକ ହୋଇପାରେ ।[15]
ସନ ୧୯୯୦ରେ ପୃଥିବୀରେ ୧୮୩ ନିୟୁତ ଆଜ୍ମା ରୋଗୀ ଥିବାବେଳେ ସନ ୨୦୧୩ରେ ଏହା ବଢ଼ିଯାଇ ୨୪୨ନିୟୁତ ହୋଇଥିଲା ।[16] ଏହା ଫଳରେ ସନ ୨୦୧୩ରେ ୪୮୯,୦୦୦ ମୃତ୍ୟୁ ହୋଇଥିଲା,[17] ସେଥିରୁ ଅଧିକାଂଶ ବିକାଶଶୀଳ ଦେଶମାନଙ୍କରେ ହୋଇଥିଲା ।[2] ଏହି ରୋଗ ଅଧିକାଂଶ ସମୟରେ ପିଲାବେଳେ ଆରମ୍ଭ ହୁଏ ।[2] ସନ ୧୯୬୦ରୁ ଏହି ରୋଗ ବଢ଼ିବାରେ ଲାଗିଛି ।[18] ପୁରାତନ ମିଶରରେ ଏହି ରୋଗ ଚିହ୍ନାଯାଇଥିବା ଜଣାଯାଇଛି । [19] ଆଜ୍ମା ଶବ୍ଦ ଗ୍ରୀକ୍ ଭାଷାର ἅσθμα, ásthma ଶବ୍ଦରୁ ଆସିଛି ଯାହାର ଅର୍ଥ ଧକେଇବା । [20]