ମୁଣ୍ଡା ଭାଷାସମୂହ
From Wikipedia, the free encyclopedia
ମୁଣ୍ଡା ଭାଷାସମୂହ (ଇଂରାଜୀ: Munda languages) ମଧ୍ୟ ଏବଂ ପୂର୍ବ ଭାରତ ତଥା ବଙ୍ଗଳାଦେଶରେ ନଅ ମିଲିଅନ ଲୋକଙ୍କ ଦେଇ କଥିତ ଏକ ଭାଷା ପରିବାର । ସେମାନେ ଅଷ୍ଟ୍ରୋଏସୀୟ ଭାଷାସମୂହର ଖମେର ଭାଷା (କାମ୍ବୋଡ଼ିଆ) ଦୂର ସମ୍ବନ୍ଧିତ, ଅନ୍ୟାନ୍ୟ ଭିଏତନାମୀ ଭାଷା ସହ କିଛି ପରିମାଣରେ ସମ୍ବନ୍ଧିତ, ଓ ଥାଇଲାଣ୍ଡ, ଲାଓସ ଏବଂ ଦକ୍ଷିଣ ଚୀନର କିଛି ଅଳ୍ପ କଥିତ ଭାଷା ସହ ଏକ ଶାଖା । ମୁଣ୍ଡା ଭାଷାର ଆରମ୍ବ ଅଜଣା । ତେବେ ପୂର୍ବ ଭାରତର ଅନ୍ୟାନ୍ୟ ଭାଷା ସହ ଏହା ସମ୍ବନ୍ଧିତ । ହୋ, ଭୂମିଜ, ମୁଣ୍ଡାରୀଏବଂ ସାନ୍ତାଳୀ ଏହି ପରିବାରର ମୁଖ୍ୟ ଭାଷା । [2] [3]
Quick Facts ମୁଣ୍ଡା, ଭୌଗଳିକ ବିତରଣ: ...
ମୁଣ୍ଡା | |
---|---|
ଭୌଗଳିକ ବିତରଣ: | ଭାରତ, ବଙ୍ଗଳାଦେଶ |
ଭାଷାଗତ ବିଭାଗୀକରଣ: | ଅଷ୍ଟ୍ରୋ-ଏସୀୟ
|
Subdivisions: |
|
ISO 639-2 / 5: | mun |
Glottolog: | mund1335[1] |
ଭାରତରେ ମୁଣ୍ଡା ଲୋକଙ୍କ ବିତରଣ |
Close
ଭାଷାପରିବାରଟି ଦୁଇ ଭାଗରେ ବିଭକ୍ତ: ଉତ୍ତର ମୁଣ୍ଡା (ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଛୋଟନାଗପୁର ମାଳଭୂମିରେ କଥିତ), ଏବଂ ଦକ୍ଷିଣ ମୁଣ୍ଡା (ମଧ୍ୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମାରେ କଥିତ) । [4][5]