ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ
From Wikipedia, the free encyclopedia
ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ବା ନିଳୟଜ ହୃତ୍କ୍ଷିପ୍ରତା (ଇଂରାଜୀ ଭାଷାରେ Ventricular tachycardia ବା ଭି-ଟାକ/V-tach ବା ଭିଟ/VT) ଏକ ରୋଗ ଯେଉଁଥିରେ ହୃତ୍ପିଣ୍ଡରେ ଥିବା ନିଳୟର (ventricles) ତୃଟିପୁର୍ଣ୍ଣ ବୈଦୁତିକ କ୍ରିୟା (electrical activity) ଯୋଗୁ ନିୟମିତ ଦୃତ ହୃଦ୍ଗତି ହୋଇଥାଏ ।[1] ଅଳ୍ପ କିଛି ସମୟ ନିମନ୍ତେ ଏହି ଅବସ୍ଥା ରହିଲେ ସମସ୍ୟା ହୁଏନି, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଲେ ବିପଦଜନକ ହୁଏ ।[1] ଅଳ୍ପ କିଛି ସମୟ ନିମନ୍ତେ ଏହି ଅବସ୍ଥା ରହିଲେ ଲକ୍ଷଣ ଦେଖା ଯାଏନି ବା ମୁଣ୍ଡ ହାଲୁକା ଲାଗେ, ଖର ସ୍ପନ୍ଦନ (palpitations) ହୁଏ ବା ଛାତି ଯନ୍ତ୍ରଣା (chest pain) ହୁଏ ।[2] ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଫଳରେ ହୃଦ୍ରୋଧ ବା ଭେଣ୍ଟ୍ରିକୁଲାର ଫିବ୍ରିଲେସନ ହୋଇପାରେ ।[1][2] ହୃଦ୍ରୋଧ ହୋଇଥିବା ଲୋକଙ୍କ ମଧ୍ୟରୁ ୭% ଲୋକଙ୍କର ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଥାଏ ।[2]
ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | cardiology[*] |
ଆଇସିଡ଼ି-୧୦ | I47.2 |
ଆଇସିଡ଼ି-୯-ସିଏମ୍ | 427.1 |
ରୋଗ ଡାଟାବେସ | 13819 |
ମେଡ଼ିସିନ-ପ୍ଲସ | 000187 |
ଇ-ମେଡ଼ିସିନ | emerg/634 med/2367 ped/2546 |
MeSH | D017180 |
କରୋନାରୀ ଧମନୀ ରୋଗ, ଆଓର୍ଟିକ ସ୍ଟେନୋସିସ, କାର୍ଡ଼ିଓମାୟୋପାଥି, ବିଦ୍ୟୁତ୍ ବିଶ୍ଳେଷ୍ୟ ସମସ୍ୟା (electrolyte problems), ବା ହୃଦ୍ଘାତ ଯୋଗୁ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ହୋଇପାରେ ।[1][2] ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ଇସିଜି) (electrocardiogram) ଚିତ୍ରରେ ହୃଦ୍ଗତି ହାର ୧୨୦ ବିପିଏମ ଓ ଗୋଟିଏ ଧାଡ଼ିରେ ଅତି କମରେ ୩ତି ଚଉଡ଼ା କ୍ୟୁଆରଏସ କମ୍ପ୍ଲେକ୍ସ ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ୩୦ ସେକଣ୍ଡରୁ କମ ରହିଲେ ନନସସ୍ଟେଣ୍ଡ ଓ ୩୦ ସେକଣ୍ଡରୁ ଅଧିକ ରହିଲେ ସସ୍ଟେଣ୍ଡ; ଏହି ଦୁଇ ପ୍ରକାର ଶ୍ରେଣୀ ବିଭାଗ କରାଯାଏ । ଅନିୟମିତ ହୃତ୍ସ୍ପନ୍ଦନ (irregular heartbeat) ହେଉଥିବା ତିନୋଟି ରୋଗ ଯଥା ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ, ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଓ ଟୋର୍ସାଡେସ ଡି ପଏଣ୍ଟସ (torsades de pointes) ଇତ୍ୟାଦିକୁ ସାମୁହିକ ଭାବରେ ଇଂରାଜୀରେ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆସ କୁହାଯାଏ ।[2]
ସାଧାରଣ ରକ୍ତଚାପ (blood pressure) ଓ ଜୋର ନାଡ଼ି (pulse) ଥିବା ରୋଗୀକୁ ପ୍ରୋକେନାମାଇଡ (procainamide) ଭଳି ଆଣ୍ଟିଆରିଦମିକ ଔଷଧ ଦିଆଯାଏ ।[2] ଅନ୍ୟଥା ତୁରନ୍ତ କାର୍ଡ଼ିଓଭର୍ସନ (cardioversion) ସୁପାରିସ କରାଯାଏ ।[2] ହୃଦ୍ରୋଧ ହୋଇଗଲେ କାର୍ଡ଼ିଓପଲମୋନାରି ରିସସିଟେସନ (cardiopulmonary resuscitation ବା CPR)) ଓ ଡିଫିବ୍ରିଲେସନ (defibrillator) କରିବାକୁ ସୁପାରିସ କରାଯାଏ । ମୋନୋଫେଜିକ ଅପେକ୍ଷା ବାଇଫେଜିକ ଡିଫିବ୍ରିଲେସନ ଭଲ କାମ କରେ । ହୃତ୍ପିଣ୍ଡ ମନିଟରରେ (heart monitor) ଥିଲାବେଳେ ରୋଗ ଅନସ୍ଟେବଲ ହୋଇଗଲେ ଡିଫିବ୍ରିଲେଟର (defibrillator) ଆସିବା ପୂର୍ବରୁ ପ୍ରିକର୍ଡ଼ିଆଲ ଥମ୍ପ (precordial thump) ଚେଷ୍ଟା କରାଯାଇପାରେ ।[3] ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆରେ ହୃଦ୍ରୋଧ ହୋଇଗଲେ ବଞ୍ଚିବା ହାର ୪୫% ଥାଏ । ପ୍ରତ୍ୟାବର୍ତ୍ତନ ପ୍ରତିରୋଧ ନିମନ୍ତେ ଇମ୍ପ୍ଲାଣ୍ଟେବ୍ଲେ କାର୍ଡ଼ିଆକ ଡିଫିବ୍ରିଲାଟର (implantable cardiac defibrillator) ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଔଷଧ (calcium channel blockers) ବା ଏମିଓଡାରୋନ ଦିଆଯାଇପାରେ ।[2]