ଭେଣ୍ଟ୍ରିକୁଲାର ଫିବ୍ରିଲେସନ
From Wikipedia, the free encyclopedia
ଭେଣ୍ଟ୍ରିକୁଲାର ଫିବ୍ରିଲେସନ (ଇଂରାଜୀରେ Ventricular fibrillation ବା ଭି-ଫିବ/V-fib ବା ଭିଏଫ VF) ରୋଗରେ ନିଳୟ ମାଂସପେଶୀରେ ଅବ୍ୟବସ୍ଥିତ ବୈଦ୍ୟୁତିକ କ୍ରିୟା (electrical activity) ଯୋଗୁ ହୃତ୍ପିଣ୍ଡରେ କମ୍ପନ ଓ ଅନିୟମିତ ସଙ୍କୋଚନ ହୁଏ ।[1] ଫଳରେ ହୃଦ୍ରୋଧ ହୋଇ ମୂର୍ଚ୍ଛା ଅବସ୍ଥା ଆସେ ଓ ନାଡ଼ି ସ୍ପନ୍ଦନ ବନ୍ଦ ହୋଇଯାଏ । [2] ଚିକିତ୍ସା ନ ପାଇଲେ ରୋଗୀର ଅଣଲେଉଟା (irreversible) ମୃତ୍ୟୁ ହୁଏ ।[1] ହୃଦ୍ରୋଧ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୦% ରୋଗୀଙ୍କର ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଥାଏ । [2]
ଭେଣ୍ଟ୍ରିକୁଲାର ଫିବ୍ରିଲେସନ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Cardiology |
ଆଇସିଡ଼ି-୧୦ | I49.0 |
ଆଇସିଡ଼ି-୯-ସିଏମ୍ | 427.41 |
ରୋଗ ଡାଟାବେସ | 13798 |
ମେଡ଼ିସିନ-ପ୍ଲସ | 007200 |
Patient UK | ଭେଣ୍ଟ୍ରିକୁଲାର ଫିବ୍ରିଲେସନ |
MeSH | ଅବ୍ୟବସ୍ଥିତ ବୈଦ୍ୟୁତିକ କ୍ରିୟା ଯୋଗୁ D014693 ଅବ୍ୟବସ୍ଥିତ ବୈଦ୍ୟୁତିକ କ୍ରିୟା ଯୋଗୁ |
ଭେଣ୍ଟ୍ରିକୁଲାର ଫିବ୍ରିଲେସନ ରୋଗର ଅନେକ କାରଣ ଥାଇପାରେ ଯଥା:- ହୃଦରକ୍ତନାଳୀ ରୋଗ, ଭଲଭୁଲାର ହାର୍ଟ ଡିଜିଜ (valvular heart disease), କାର୍ଡ଼ିଓମାୟୋପାଥି (cardiomyopathy), ବ୍ରୁଗାଡା ସିଣ୍ଡ୍ରୋମ (Brugada syndrome), ଦୀର୍ଘ କ୍ୟୁଟି ସିଣ୍ଡ୍ରୋମ (long QT syndrome), ବା ଇଣ୍ଟ୍ରାକ୍ରାନିଆଲ ହେମୋରେଜ (intracranial hemorrhage) ।[1][2] ରୋଗୀର ଇସିଜିରେ (electrocardiogram ବା ECG), ଅସଂଗଠିତ କ୍ୟୁଆରଏସ କମ୍ପ୍ଲେକ୍ସ (QRS complex) ଓ ଅସ୍ପଷ୍ଟ ପି ୱେଭ (P waves) ଥିଲେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ ରୋଗ ନିର୍ଣ୍ଣୟ କରାଯାଏ । ଭେଦାତ୍ମକ ରୋଗ ନିର୍ଣ୍ଣୟରେ (differential diagnosis) ଟୋର୍ସାଡସ ଡି ପଏଣ୍ଟସ (torsades de pointes) ରୋଗ ଆସେ ।[2]
କାର୍ଡ଼ିଓପଲମୋନାରି ରିସସିଟେସନ (cardiopulmonary resuscitation ବା CPR) ଓ ଡିଫିବ୍ରିଲେସନ defibrillation କରି ଏହାର ଚିକିତ୍ସା କରାଯାଏ । ମୋନୋଫେଜିକ ଅପେକ୍ଷା ବାଇଫେଜିକ ଡିଫିବ୍ରିଲାସନ Biphasic defibrillation ଭଲ ।[3] ପ୍ରାରମ୍ଭିକ ଚିକିତ୍ସା ଫଳପ୍ରଦ ନ ହେଲେ ଏପିନେଫ୍ରିନ ବା ଏମିଓଡାରୋନ ଦିଆଯାଇପାରେ । ପ୍ରାୟ ୪୬% ରୋଗୀ ବଞ୍ଚିଯାଆନ୍ତି ।[2]