ପ୍ରୋକେନାମାଇଡ
ଏହା ଏକ ଆଣ୍ଟିଆରିଦମିକ ଔଷଧ । / From Wikipedia, the free encyclopedia
ପ୍ରୋକେନାମାଇଡ ହେଉଛି ଏକ ଆଣ୍ଟିଆରିଦମିକ ଔଷଧ ।[1] ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଏବଂ ଆଟ୍ରିଆଲ୍ ଫିବ୍ରିଲେସନ୍ ସହିତ ଅନିୟମିତ ହୃତ୍ ସ୍ପନ୍ଦନ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ ଲୋକମାନେ ଅନ୍ୟଥା ସ୍ଥିର ଥାଆନ୍ତି ।[1] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ମାଲିଗନାଣ୍ଟ ହାଇପରଥର୍ମିଆ ଉଲ୍ଲେଖନୀୟ ।[1] ଏହା ସାଧାରଣତଃ ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[1] ଏହାର ପ୍ରଭାବ ଆରମ୍ଭ ସାଧାରଣତଃ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ।[1]
Clinical data | |
---|---|
Pronunciation | /proʊˈkeɪnəmaɪd/ |
Trade names | Pronestyl, Procan, Procanbid, others |
AHFS/Drugs.com | monograph |
Pregnancy category |
|
Routes of administration | IV, IM, by mouth[1] |
Legal status | |
Legal status |
|
Pharmacokinetic data | |
Bioavailability | 85% (by mouth) |
Protein binding | 15 to 20% |
Metabolism | Liver (CYP2D6-mediated) |
Onset of action | Within 30 min[1] |
Elimination half-life | ~2.5 to 4.5 hours |
Excretion | Kidney |
Identifiers | |
IUPAC name
| |
ECHA InfoCard | 100.000.072 |
Chemical and physical data | |
Formula | C13H21N3O |
Molar mass | ୨୩୫.୩୩ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଗଲୁ, ଜ୍ୱର ଏବଂ ଆଞ୍ଜିଓଇଡିମା ହୋଇପାରେ ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା କାମ କମିଯାଏ, ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ [1] ଗର୍ଭାବସ୍ଥାର ଶେଷ ଭାଗରେ ଭାଗରେ ଏହା ନିରାପଦ ବୋଲି ବିଶ୍ୱାସ କରାଯାଏ ।[2] ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ । [2] ଏହାକୁ 'ଲା ଭନ ଉଇଲିଅମ ଆଣ୍ଟିଆରିଦମିକ' ଶ୍ରେଣୀଭୁକ୍ତ ।[1] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ନୁହେଁ, କିନ୍ତୁ ହୃତ୍ପିଣ୍ଡ ମାଂସପେଶୀର ଜୀବକୋଷରେ ସୋଡିୟମ୍ ଚ୍ୟାନେଲ୍ ଅବରୋଧ ହୋଇପାରେ ।[1]
୧୯୫୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରୋକେନାମାଇଡ ଅନୁମୋଦିତ ହୋଇଥିଲା ।[1] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[3] ଯୁକ୍ତରାଜ୍ୟରେ ଏହା କେବଳ ସ୍ୱତନ୍ତ୍ର ଅର୍ଡରଦ୍ୱାରା ଉପଲବ୍ଧ ।[4]