ପ୍ଲୁରିସି
From Wikipedia, the free encyclopedia
ପ୍ଲୁରିସି ଅନ୍ୟ ନାମ ପ୍ଲୁରାଇଟିସ (ଇଂରାଜୀ ଭାଷାରେ Pleurisy other name pleuritis) ରୋଗ କହିଲେ ପ୍ଲୁରାର (ଫୁସଫୁସର ଖୋଳ) (pleurae) ପ୍ରଦାହକୁ ବୁଝାଏ । ଏହି ରୋଗ ଥିଲେ ଶ୍ୱାସ କ୍ରିୟା ସମୟରେ ତୀବ୍ର ଛାତି ଯନ୍ତ୍ରଣା (chest pain) ହୁଏ । [1] ବେଳେବେଳେ ଅଳ୍ପ କିନ୍ତୁ ଲଗାଏତ ଯନ୍ତ୍ରଣା ହୁଏ । ଏହା ଅନ୍ତର୍ନିହିତ କାରଣ ଅନୁଯାୟୀ ଅଣନିଶ୍ୱାସୀ, କାଶ, ଜ୍ୱର ଓ ଓଜନ ହ୍ରାସ (weight loss) ଭଳି ଲକ୍ଷଣ ଦେଖାଯାଇପାରେ । [6]
ପ୍ଲୁରିସି | |
---|---|
ଇଂରାଜୀ ପ୍ରତିଶବ୍ଦ - ପ୍ଲୁରାଇଟିସ/pleuritis, ପ୍ଲୁରାଇଟିକ ଚେସ୍ଟ ପେନ/ pleuritic chest pain[1] | |
ବିଭାଗ | pulmonology |
କାରଣ | ଭୁତାଣୁ ସଂକ୍ରମଣ viral infection, ନିମୋନିଆ pneumonia, ପଲମୋନାରି ଏମ୍ବୋଲିଜ୍ମ pulmonary embolism[2] |
ସଠିକ ରୋଗ ନିର୍ଣ୍ଣୟ | pericarditis, heart attack, cholecystitis[3] |
ଔଷଧ | paracetamol (acetaminophen), ibuprofen[4] |
ଚିକିତ୍ସା | based on the underlying cause[3] |
ପୁନଃପୌନିକ | one million cases per year (United States)[5] |
ଭୁତାଣୁ ସଂକ୍ରମଣ (viral infection) ଯୋଗୁ ସାଧାରଣତଃ ଏହି ରୋଗ ହୁଏ । ଅନ୍ୟାନ୍ୟ କାରଣ ମଧ୍ୟରେ ନିମୋନିଆ, ପଲମୋନାରି ଏମ୍ବୋଲିଜ୍ମ (pulmonary embolism), ଅଟୋଇମ୍ମ୍ୟୁନ ଡିଜଅର୍ଡ଼ର (autoimmune disorders), ହୃତ୍ପିଣ୍ଡ ଅପରେଶନ ପରବର୍ତ୍ତୀ ଫୁସଫୁସ କର୍କଟ (lung cancer), ଅଗ୍ନାଶୟ ପ୍ରଦାହ, ଛାତି ଆଘାତ ଓ ଆସବେସ୍ଟୋସିସ (asbestosis) ଇତ୍ୟାଦି ଉଲ୍ଲେଖନୀୟ । ବେଳେବେଳେ ଏହାର କାରଣ ଅଜ୍ଞାତ ଥାଏ । [2] ପ୍ଲୁରାର ଦୁଇ ସ୍ତର ସାଧାରଣତଃ ପରସ୍ପର ସଂସ୍ପର୍ଶରେ ଆସିବା ବଦଳରେ ଏହି ରୋଗରେ ଘଷି ହୁଅନ୍ତି ।[1] ପେରିକାର୍ଡ଼ାଇଟିସ (pericarditis), ହୃଦ୍ଘାତ, ପିତ୍ତକୋଷ ପ୍ରଦାହ (cholecystitis) ଓ ନିମୋଥୋରାକ୍ସ ଭଳି ରୋଗମାନଙ୍କରେ ସମାନ ଧରଣର ଲକ୍ଷଣ ଦେଖାଯାଏ । ଛାତି ଏକ୍ସ-ରେ (chest X-ray), ଇସିଜି (electrocardiogram) (ECG), ଓ ରକ୍ତ ପରୀକ୍ଷା (blood test) କରି ରୋଗ ନିର୍ଣ୍ଣୟ କରାଯାଏ ।[3][7]
ରୋଗର ଅନ୍ତର୍ନିହିତ କାରଣ ଉପରେ ଚିକିତ୍ସା ନିର୍ଭର କରେ ।[3] ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମୋଲ ଓ ଆଇବୁପ୍ରୋଫେନ୍ ଦିଆଯାଏ । [4] ଶ୍ୱାସକ୍ରିୟାରେ ଉନ୍ନତି ଆଣିବା ନିମନ୍ତେ ଇନସେଣ୍ଟିଭ ସ୍ପାଇରୋମେଟ୍ରି (Incentive spirometry) ଦେବାକୁ ସୁପାରିସ କରାଯାଏ । ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ଏକ ନିୟୁତ ଲୋକଙ୍କୁ ଏହି ରୋଗ ହୁଏ । [5] ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟ (Hippocrates) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[8]