ପାରାସେଟାମୋଲ
From Wikipedia, the free encyclopedia
ପାରାସିଟାମଲ, ଅନ୍ୟ ନାମ ଆସେଟାମିନୋଫେନ ବା ଏପିଏପି, ଏକ ଔଷଧ ଯାହା ଯନ୍ତ୍ରଣା ଓ ଜ୍ୱର ନିମନ୍ତେ ଦିଆଯାଏ ।[9] ଏହା ସାମାନ୍ୟରୁ ମଧ୍ୟମ ଧରଣର ଯନ୍ତ୍ରଣାରେ ଦିଆଯାଏ ।[9] ପିଲାମାନେ ଜ୍ୱରରେ ଏହି ଔଷଧଦ୍ୱାରା କମ୍ ଉପକାର ପାଇବା ଜଣାଯାଏ ।[10] ଏହା ଅନ୍ୟ ଔଷଧ ସହ ମିଶ୍ରିତ ଭାବରେ ମଧ୍ୟ ଦିଆଯାଏ ଯେପରିକି ସର୍ଦ୍ଦି ଔଷଧରେ ଥାଏ ।[9] ଅପରେଶନ ପରେ ବା କର୍କଟ ରୋଗରେ ହେଉଥିବା କଷ୍ଟ ନିମନ୍ତେ ଏହା ସହିତ ଓପିଅଏଡ ଔଷଧ ମିଶେଇ ଦିଆଯାଏ ।[11] ଏହା ପାଟିରେ ଦିଆଯାଏ ବା ମଳଦ୍ୱାରରେ ଭର୍ତ୍ତି କରି ଦିଆଯାଏ: ଶିରାଭ୍ୟନ୍ତରରେ ମଧ୍ୟ ଦିଆଯାଏ । [9][12] ଔଷଧ ପ୍ରଭାବ ୨ରୁ ୪ ଘଣ୍ଟା ରହେ ।[12]
Clinical data | |
---|---|
Pronunciation | Paracetamol /ˌpærəˈsiːtəmɒl/ or /ˌpærəˈsɛtəmɒl/ Acetaminophen /əˌsiːtəˈmɪnəf[invalid input: 'ɨ']n/ (listen) |
Trade names | Tylenol, Panadol, others[1] |
AHFS/Drugs.com | monograph |
MedlinePlus | a681004 |
data |
|
Pregnancy category |
|
Routes of administration | Oral, rectal, intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 63–89%[2]:73 |
Protein binding | 10–25%[3] |
Metabolism | Predominantly in the liver[4] |
Metabolites | APAP gluc, APAP sulfate, NAPQI, APAP-GSH, APAP-cys[5] |
Elimination half-life | 1–4 hours[4] |
Excretion | Urine (85–90%)[4] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
PDB ligand | |
ECHA InfoCard | 100.002.870 |
Chemical and physical data | |
Formula | C8H9NO2 |
Molar mass | 151.163 g/mol |
3D model (JSmol) | |
Density | 1.263 g/cm3 |
Melting point | 169 °C (336 °F) [6][7] |
Boiling point | 420 °C (788 °F) |
Solubility in water | 12.78[8] mg/mL (20 °C) |
SMILES
| |
InChI
| |
(verify) |
ଉପଦେଶ ଅନୁଯାୟୀ ପାରାସେଟାମୋଲ ମାତ୍ରା ନେଲେ ନିରାପଦ ହୁଏ । [13] ସାଂଘାତିକ ଚର୍ମ ରାସ କ୍ୱଚିତ ହୁଏ ।[9] ଅତ୍ୟଧିକ ମାତ୍ରାର ଔଷଧ ନେଲେ ଯକୃତ ଫେଲ୍ ହୋଇପାରେ ।[9] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[9] ଯକୃତ ରୋଗ ଥିଲେ ଏହା ଅଳ୍ପ ମାତ୍ରାରେ ଦିଆଯାଏ ।[14] ପାରାସେଟାମୋଲ ଏକ ସାମାନ୍ୟ ଯନ୍ତ୍ରଣାନିରୋଧୀ ଶ୍ରେଣୀର ଔଷଧ ।[12] ଏହା ଉଲ୍ଲେଖନୀୟ ପ୍ରଦାହନିବାରକ ନ ହୋଇ କିପରି କାମ କରେ ତାହା ସ୍ପଷ୍ଟରୂପେ ଜଣାଯାଇ ନାହିଁ ।[15]
ପାରାସିଟାମଲ ସନ ୧୮୭୭ ଖ୍ରୀଷ୍ଟାବ୍ଦରେ ଆବିଷ୍କୃତ ହୋଇଥିଲା ।[16] ୟରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଯନ୍ତ୍ରଣା ଓ ଜ୍ୱର ନିମନ୍ତେ ଦିଆଯାଏ ।[17] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [18] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହେଲେ ମଧ୍ୟ ଟାଇଲେନଲ ଓ ପାନାଡୋଲ ଭଳି ଅନ୍ୟ ନାମରେ ମିଳେ ।[19] ଏକ ଡୋଜର ହୋଲସେଲ ମୂଲ୍ୟ ୦.୦୧ ଆମେରିକୀୟ ଡଲାର ।[20] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଡୋଜର ମୂଲ୍ୟ ୦.୦୪ ଡଲାର । [21]