ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ
ଭିନ୍ନ ଭିନ୍ନ ଉଷ୍ଣକଟିବନ୍ଧିୟ ସଂକ୍ରମଣ ସମୂହର ଏକ ଦଳ । / From Wikipedia, the free encyclopedia
ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ (ଇଂରାଜୀ ଭାଷାରେ Neglected tropical diseases (NTDs)) କହିଲେ ଭିନ୍ନ ଭିନ୍ନ ଉଷ୍ଣକଟିବନ୍ଧିୟ ସଂକ୍ରମଣ (tropical infections) ସମୂହର ଏକ ଦଳକୁ ବୁଝାଏ ଯାହାଦ୍ୱାରା ବିକାଶଶୀଳ ଏସିଆ, ଆଫ୍ରିକା ଓ ଆମେରିକୀୟ ଦେଶମାନଙ୍କରେ (developing regions) ବାସ କରୁଥିବା ନିମ୍ନ ଆୟକାରୀ ଲୋକମାନେ ଆକ୍ରାନ୍ତ ହୁଅନ୍ତି । ବିଭିନ୍ନ ଧରଣର ରୋଗ ସୃଷ୍ଟିକାରୀ ଭୂତାଣୁ, ଜୀବାଣୁ, ପ୍ରୋଟୋଜୋଆ (protozoa) ଓ ହେଲମିନ୍ଥମାନେ (helminths) ରୋଗ ସୃଷ୍ଟି କରନ୍ତି । ଏହାର ବିପରୀତ ତିନୋଟି ରୋଗ ଯଥା:- ମ୍ୟାଲେରିଆ, ଯକ୍ଷ୍ମା ଓ ଏଚଆଇଭି/ଏଡସ ରୋଗମାନଙ୍କ ନିମନ୍ତେ ଅଧିକ ଚିକିତ୍ସାର ସୁବିଧା କରାଯାଉଛି ଓ ଅଧିକ ଗବେଷଣା ନିମନ୍ତେ ଅର୍ଥ ଲବ୍ଧ ହେଉଛି ।[1] ସବ-ସାହାରା ଆଫ୍ରିକାରେ ଏହି ରୋଗମାନଙ୍କର ପ୍ରଭାବ ମ୍ୟାଲେରିଆ ଓ ଯକ୍ଷ୍ମା ସହିତ ତୁଳନୀୟ । [2] ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ ସଂକ୍ରମଣ ଯୋଗୁ ଏଚଆଇଭି/ଏଡସ ରୋଗ ଅଧିକ ସାଂଘାତିକ ହୋଇଯାଏ । [3]
କେତେକ କ୍ଷେତ୍ରରେ ଚିକିତ୍ସା ଅପେକ୍ଷାକୃତ ଖର୍ଚ୍ଚାନ୍ତ ସାବ୍ୟସ୍ତ ହୁଏ । ଉଦାହରଣ ସ୍ୱରୂପ ସିସ୍ଟୋସୋମିଆସିସ ରୋଗ ହେଲେ ଏକ ପିଲା ପିଛା ବାର୍ଷିକ ୟୁଏସ ୦.୨୦ ଡଲାର ଖର୍ଚ୍ଚ ହୁଏ ।[4] ସନ ୨୦୧୦ରେ ଦେଖାଗଲା ଯେ ଏହି ଅବହେଳିତ ରୋଗମାନଙ୍କର ନିୟନ୍ତ୍ରଣ ପାଇଁ ପରବର୍ତ୍ତୀ ୫ରୁ ୭ ବର୍ଷରେ ୨ରୁ୩ ୟୁଏସ ଡଲାର ଆବଶ୍ୟକ ହେବ ।[5] କେତେକ ଔଷଧ କମ୍ପାନୀ ଏଥିପାଇଁ ଆବଶ୍ୟକ ଔଷଧ ଦେବାକୁ ସମ୍ମତି ଜଣେଇଛନ୍ତି ଓ କେତେକ ଦେଶମାନଙ୍କରେ ସାମୁହିକ ଡିୱର୍ମିଙ୍ଗ (mass drug administration ଯେପରିକି mass deworming) ବା କୀଟନାଶ ଔଷଧ ସେବନ ସଫଳ ହୋଇଛି । [6] ପ୍ରତିଷେଧକ ଉପାୟଗୁଡ଼ିକ ବିକଶିତ ରାଷ୍ଟ୍ରମାନଙ୍କରେ ଉପଲବ୍ଧ ହେଉଛି, ଗରିବ ରାଷ୍ଟ୍ରମାନଙ୍କରେ ମିଳୁନି । [7]
ବିକଶିତ ରାଷ୍ଟ୍ରମାନଙ୍କରେ (developed countries) ସମାଜର ଦରିଦ୍ର ଶ୍ରେଣୀର ଲୋକମାନଙ୍କୁ ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ ଆକ୍ରମଣ କରେ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୪୬ ନିୟୁତ ପରିବାର ଓ ୨.୮ ନିୟୁତ ଶିଶୁ ଦୈନିକ ଦୁଇ ଡଲାରରୁ କମ୍ ଆମଦାନୀରେ ଚଳନ୍ତି ।[8] ଏହିଭଳି ଦେଶମାନଙ୍କରେ ଏହି ଅବହେଳିତ ଉଷ୍ଣକଟିବନ୍ଧିୟ ରୋଗ ସମସ୍ୟା ଅପେକ୍ଷା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଗୁରୁତ୍ୱ ବହନ କରେ । ଉଲ୍ଲେଖନୀୟ କଥା ଏହି ଯେ ଏହି ସମସ୍ୟାଗୁଡ଼ିକ ଅବଶେଷରେ ବିକଶିତ ଓ ବିକାଶଶୀଳ ଦେଶର ଜନସଂଖ୍ୟାକୁ ଅଧିକ ସଙ୍କଟରେ ରଖିଦିଏ । ଉଦାହରଣ ସ୍ୱରୂପ, ଦାରିଦ୍ର୍ୟ ଯୋଗୁ ଗୃହହୀନ ଲୋକଙ୍କୁ ରୋଗର ଭେକ୍ଟରମାନେ ଅଧିକ ସଙ୍କଟରେ ରଖନ୍ତି ।[9]
କୋଡ଼ିଏଟି ଉଷ୍ଣକଟିବନ୍ଧିୟ ରୋଗ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିହ୍ନଟ କରିଥିଲେ ମଧ୍ୟ ଅନ୍ୟାନ୍ୟ ସଂସ୍ଥାମାନଙ୍କର ଏହି ସହିତ ମତଭେଦ ଅଛି । ସନ ୨୦୧୭ରେ କ୍ରୋମୋବ୍ଲାସ୍ଟୋମାଇକୋସିସ (Chromoblastomycosis ଓ ଅନ୍ୟାନ୍ୟ ମାଇକୋସିସ, କାଛୁ, କେତେକ ବାହ୍ୟପରଜୀବୀ ଓ ସାପକାମୁଡ଼ା ବିଷକ୍ରିୟା ଏହି ଲିସ୍ଟ ବା ଚିଠାରେ ଯୋଗ କରାଯାଇଥିଲା ।[10] ଏହି ରୋଗଗୁଡ଼ିକ ସ୍ଥାନିୟ ରୋଗ (common) ଭାବରେ ୧୪୯ଟି ଦେଶରେ ୫୦୦ ନିୟୁତ ଶିଶୁ ସହିତ ୧.୪ ବିଲିଅନ ଲୋକଙ୍କୁ ଆକ୍ରମଣ କରିବା[11] ଯୋଗୁ ପ୍ରତି ବର୍ଷ ପ୍ରାୟ କିଛି ବିଲିଅନ ଡଲାର ଖର୍ଚ୍ଚ ହୁଏ । [12] ଏହି ରୋଗ ଫଳରେ ସନ ୧୯୯୦ରେ ୨୦୪,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ କମିଯାଇ ୧୪୨,୦୦୦ ମୃତ୍ୟୁ ହୋଇଥିଲା । [13] କୋଡ଼ିଏଟି ମୂଳୋତ୍ପାଟନ କରିବା ଲକ୍ଷରୁ ସନ ୨୦୧୬ ସୁଦ୍ଧା ଡ୍ରାକୁନ୍କୁଲିଆସିସ, ସନ ୨୦୨୦ ସୁଦ୍ଧା ୟଜ ରୋଗ ଓ ସନ ୨୦୨୦ ସୁଦ୍ଧା ଟ୍ରାକୋମା, ଆଫ୍ରିକୀୟ ଟ୍ରିପାନୋସୋମିଆସିସ, କୁଷ୍ଠ ଓ ଗୋଦର ରୋଗମାନଙ୍କୁ ନିର୍ମୁଳ କରିବା ଲକ୍ଷ ରହିଛି ।[12]