ସହଦେବ (ମହାଭାରତ)
ମହାକାବ୍ୟ ମହାଭାରତର ଏକ ପାତ୍ର / From Wikipedia, the free encyclopedia
ହିନ୍ଦୁ ମହାକାବ୍ୟ ମହାଭାରତରେ ବର୍ଣ୍ଣିତ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ସହଦେବ (ସଂସ୍କୃତ: सहदेव) ହେଉଛନ୍ତି କନିଷ୍ଠ ପାଣ୍ଡବ । ଅଶ୍ୱିନୀକୁମାରଙ୍କ ଆଶୀର୍ବାଦରୁ ଜାତ, ମାତା ମାଦ୍ରିଙ୍କ ଦୁଇ ଯାଆଁଳା ସନ୍ତାନ ହେଉଛନ୍ତି ନକୁଳ ଏବଂ ସହଦେବ ।[1] ସେମାନଙ୍କର ପିତାମାତା - ପାଣ୍ଡୁ ଏବଂ ମାଦ୍ରି ଶୀଘ୍ର ମୃତ୍ୟୁବରଣ କରିବା ଫଳରେ, ଦୁଇ ଯାଆଁଳା ଶିଶୁ ସେମାନଙ୍କ ସାବତ ମା କୁନ୍ତୀଙ୍କଦ୍ୱାରା ପାଳିତ ହୋଇଥିଲେ । ସମୟକ୍ରମେ ସେମାନେ ହସ୍ତିନାପୁରରେ ଗୁରୁ ଦ୍ରୋଣଙ୍କଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଥିଲେ । ଦ୍ରୌପଦୀଙ୍କ ବ୍ୟତୀତ ସହଦେବଙ୍କ ବିଜୟା ନାମରେ ନିଜ ଏକ ପତ୍ନୀ ଥିଲେ ।[2]