![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/81/Kurukshetra.jpg/640px-Kurukshetra.jpg&w=640&q=50)
ମହାଭାରତ
From Wikipedia, the free encyclopedia
ମହାଭାରତ, ମହର୍ଷି ବ୍ୟାସଦେବଙ୍କ ରଚିତ ଅଷ୍ଟାଦଶ ପର୍ବଯୁକ୍ତ ବିରାଟ ସଂସ୍କୃତ ପଦ୍ୟଗ୍ରନ୍ଥ ବା ମହାକାବ୍ୟ । ମହାଭାରତ ପର୍ବ ସଂଗ୍ରହାଧ୍ୟାୟରେ ସୂଚିତ ଅଧ୍ୟାୟ ଓ ଶ୍ଳୋକମାନଙ୍କ ସଂଖ୍ୟାକୁ ମୋଟ କଲେ ଏଥିରେ ପ୍ରାୟ ୧୯୨୩ଟି ଅଧ୍ୟାୟ ଓ ୧,୦୪,୮୩୬ ଶ୍ଳୋକ (ପ୍ରତି ଶ୍ଳୋକରେ ଚାରି ଚରଣ ବା ଦୁଇ ଧାଡ଼ି) ଥିବାର ଜଣାଯାଏ ।
![Thumb image](http://upload.wikimedia.org/wikipedia/commons/thumb/8/81/Kurukshetra.jpg/320px-Kurukshetra.jpg)
ଉତ୍କଳର ସାରଳା ଦାସ ମହାଭାରତକୁ ଓଡ଼ିଆ ପଦ୍ୟରେ ଲେଖିଅଛନ୍ତି; କିନ୍ତୁ ସେଥିରେ ମୂଳ ଗ୍ରନ୍ଥର ଅନେକ ବିଷୟକୁ ଛାଡ଼ିଯାଇ ଅଛନ୍ତି । ଗଞ୍ଜାମ ଧରାକୋଟର ପୂର୍ବତନ ରାଜା କୃଷ୍ଣସିଂହ ସମଗ୍ର ସଂସ୍କୃତ ମହାଭାରତକୁ ଓଡ଼ିଆ ପଦ୍ୟରେ ଅନୁବାଦ କରିଥିଲେ ।