![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/86/Nakula_Pandava.jpg/640px-Nakula_Pandava.jpg&w=640&q=50)
ନକୁଳ (ମହାଭାରତ)
From Wikipedia, the free encyclopedia
ହିନ୍ଦୁ ମହାକାବ୍ୟ ମହାଭାରତରେ ବର୍ଣ୍ଣିତ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ନକୁଳ ହେଉଛନ୍ତି ଚତୁର୍ଥ ପାଣ୍ଡବ । ଅଶ୍ୱିନୀକୁମାରଙ୍କ ଆଶୀର୍ବାଦରୁ ଜାତ, ମାତା ମାଦ୍ରିଙ୍କ ଦୁଇ ଯାଆଁଳା ସନ୍ତାନ ହେଉଛନ୍ତି ନକୁଳ ଏବଂ ସହଦେବ ।[1] ସେମାନଙ୍କର ପିତାମାତା - ପାଣ୍ଡୁ ଏବଂ ମାଦ୍ରି ଶୀଘ୍ର ମୃତ୍ୟୁବରଣ କରିବାରୁ, ଦୁଇ ଯାଆଁଳା ଶିଶୁ ସେମାନଙ୍କ ସାବତ ମା କୁନ୍ତୀଙ୍କଦ୍ୱାରା ପାଳିତ ହୋଇଥିଲେ । ସମୟକ୍ରମେ ସେମାନେ ହସ୍ତିନାପୁରରେ ଗୁରୁ ଦ୍ରୋଣଙ୍କଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଥିଲେ ।
ଜଣେ ନିପୁଣ ଆୟୁର୍ବେଦଜ୍ଞ, ଅସୀଯୁଦ୍ଧରେ ସିଦ୍ଧହସ୍ତ ତଥା ଘୋଡ଼ା ରଖିବାରେ ପାରଙ୍ଗମ ନକୁଳଙ୍କୁ, ମହାଭାରତର ସବୁଠାରୁ ସୁନ୍ଦର ବ୍ୟକ୍ତି ଭାବରେ ବିବେଚନା କରାଯାଏ ।[2] ତାଙ୍କର ଦୁଇଟି ପତ୍ନୀ ଥିଲେ - ପାଞ୍ଚ ଭାଇଙ୍କ ସାଧାରଣ ପତ୍ନୀ ଦ୍ରୌପଦୀ ଏବଂ ଚେଦୀରାଜ ଶିଶୁପାଳଙ୍କ ଝିଅ କରୀନୁମତି । ଯୁଧିଷ୍ଠିରଙ୍କ ରାଜାସୁୟ ଯଜ୍ଞ ପାଇଁ ସେ ଶିବି, ରୋହତକ ଏବଂ ଅନ୍ୟାନ୍ୟ ରାଜବଂଶକୁ ପରାସ୍ତ କରିଥି । ପଶାଖେଳରେ ହାରିଯାଇ ପାଣ୍ଡବମାନେ ଯେତେବେଳେ ଅଜ୍ଞାତ ବାସ କରୁଥିଲେ, ନକୁଳ ସେତେବେଳେ ନିଜକୁ ଗ୍ରନ୍ଥିକ ନାମକ ଘୋଡ଼ା ପ୍ରଶିକ୍ଷକ ଭାବରେ ଛଦ୍ମନାମରେ ପରିଚୟ ଦେଇ ଅଜ୍ଞାତବାସ ସଂପୂର୍ଣ୍ଣ କରିଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ, ନକୁଳ ଶକୁନିଙ୍କ ପୁଅ ଉଲ୍ଲୁକଙ୍କ ସମେତ ଅନେକ ଯୋଦ୍ଧାଙ୍କୁ ହତ୍ୟା କରିଥିଲେ ।
![Thumb image](http://upload.wikimedia.org/wikipedia/commons/thumb/8/86/Nakula_Pandava.jpg/320px-Nakula_Pandava.jpg)