ମାଷ୍ଟଏଡାଇଟିସ ରୋଗ କାନ ପଛରେ ଥିବା ଖପୁରୀ ମଧ୍ୟସ୍ଥ ବାୟୁ କୋଷମାନଙ୍କର ସଂକ୍ରମଣ ଯୋଗୁ ହୁଏ । From Wikipedia, the free encyclopedia
ମାଷ୍ଟଏଡାଇଟିସ (ଇଂରାଜୀ ଭାଷାରେ Mastoiditis) ରୋଗ କାନ ପଛରେ ଥିବା ଖପୁରୀ ମଧ୍ୟସ୍ଥ ବାୟୁ କୋଷମାନଙ୍କର ସଂକ୍ରମଣ ଯୋଗୁ ହୁଏ ।[1] ଏହି ରୋଗର ଲକ୍ଷଣରେ ଜ୍ୱର ଓ କାନ ଯନ୍ତ୍ରଣା ସହିତ କାନ ପଛରେ ଲାଲ ରଙ୍ଗ, ଫୁଲା ଓ ଦରଜ ହୋଇଯାଏ ।[1] [2] ରୋଗ ଜଟିଳ ହେଲେ ମେନିଞ୍ଜାଇଟିସ୍, ଇଣ୍ଟ୍ରାକ୍ରାନିଆଲ ଆବସେସ ଓ ଭେନସ ସାଇନସ ଥ୍ରୋମ୍ବୋସିସ ହୋଇପାରେ । [1]
Mastoiditis | |
---|---|
ବିଭାଗ | ENT surgery |
ଲକ୍ଷଣ | Redness, swelling, and tenderness behind the ear, fever, ear pain[1] |
ଆକ୍ରାନ୍ତ ସମୟ | Age less than 2[1] |
କାରଣ | Complication of a middle ear infection[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination[1] |
ସଠିକ ରୋଗ ନିର୍ଣ୍ଣୟ | Cellulitis, otitis externa, lymphadenopathy, tumors[1] |
ପ୍ରତିକାର | Pneumococcal vaccine[1] |
ଚିକିତ୍ସା | Antibiotics, surgery, steroids[1] |
ପୁନଃପୌନିକ | Uncommon[2] |
ମାଷ୍ଟଏଡାଇଟିସ ସାଧାରଣତଃ ମଧ୍ୟକର୍ଣ୍ଣ ସଂକ୍ରମଣ ଜଟିଳ ହେଲେ ଦେଖାଯାଏ | [1] ସଠିକ୍ ଇମ୍ମ୍ୟୁନିଟି ନଥିଲେ ଏହି ରୋଗ ସଙ୍କଟ ରହିପାରେ ।[1] ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ସାଧାରଣତଃ ଏହି ରୋଗ ନିର୍ଣ୍ଣୟ କରାଯାଏ । [1] କାନଗିରି ପରୀକ୍ଷା କଲେ ପୂଜ ଲାଗିଥିବା ଦେଖାଯାଇପାରେ ।[1] ନିର୍ଣ୍ଣୟ ଅସ୍ପଷ୍ଟ ହେଉଥିଲେ ମେଡିକାଲ ଇମେଜିଙ୍ଗ କରାଯାଏ । [1]
ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଯେପରିକି ସେଫଟ୍ରାଇଆକ୍ସୋନ୍ କିମ୍ବା ଭାଙ୍କୋମାଇସିନ୍ ଦେଇ ସାଧାରଣତଃ ଚିକିତ୍ସା କରାଯାଏ | [1] ଅନ୍ୟାନ୍ୟ ଉପାୟରେ କାନଗିରିକୁ କାଟିବା, ଟିମ୍ପାନୋଷ୍ଟୋମି ନଳୀ ବା ମାଷ୍ଟଏଡେକ୍ଟୋମି କରିବା ଆବଶ୍ୟକ ହୋଇପାରେ ।[1] ବ୍ୟବହୃତ ହେଉଥିବା ଅନ୍ୟ ଔଷଧଗୁଡ଼ିକ ମଧ୍ୟରେ ସ୍ଟିରଏଡ ଅନ୍ୟତମ ହୋଇପାରେ । [1]
ମାଷ୍ଟଏଡାଇଟିସ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ପିଲାଙ୍କ ମଧ୍ୟରୁ ୨.୭ ଜଣକୁ ହୁଏ ।[2] ଦୁଇ ବର୍ଷ ବୟସରୁ କମ୍ ପିଲାମାନେ ବୟସ୍କମାନଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି | [1] ଆଣ୍ଟିବାୟୋଟିକ ଓ ନିମୋକୋକାଲ ଟିକା ଉପଲବ୍ଧ ହେବା ପୂର୍ବରୁ ଏହି ରୋଗ ଅଧିକ ଦେଖାଯାଉଥିଲା। [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.