ନିମୋକାକାଲ ଟିକା ଏକ ପ୍ରକାର ଟିକା ଯାହା ସ୍ଟ୍ରେପ୍ଟୋକୋକସ୍ ନିମୋନି ବିରୁଦ୍ଧରେ କାମ କରେ ।[1] ଏହାର ବ୍ୟବ‌ହାରଦ୍ୱାରା କେତେକ ନିମୋନିଆ, ମେନିଞ୍ଜାଇଟିସସେପ୍ସିସ ରୋଗ ପ୍ରତିରୋଧ ହୁଏ । ଦୁଇ ପ୍ରକାର ଟିକା ମିଳୁଛି: ନିମୋକୋକାଲ କଞ୍ଜୁଗେଟ ଟିକାନିମୋକୋକାଲ ପଲିସାକାରାଇଡ ଟିକା । ଏହି ଟିକା ମାଂସପେଶୀରେ ବା ଚର୍ମତଳେ ଇଞ୍ଜେକସନ ଆକାରରେ ଦିଆଯାଏ । [1]

Quick Facts Clinical data, ATC code ...
ନିମୋକୋକାଲ ଟିକା
Clinical data
ATC code
Legal status
Legal status
  • ℞ (Prescription only)
Identifiers
ChemSpider
  • none
Close

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ପିଲାଙ୍କୁ ରୁଟିନ ଟିକାକରଣ ସମୟରେ କଞ୍ଜୁଗେଟ ଟିକା ଦେବାକୁ ସୁପାରିସ କରିଛି । ଏହ ମଧ୍ୟରେ ଏଚାଆଇଭି/ଏଆଇଡିଏସ ଅନ୍ତର୍ଭୁକ୍ତ । ତିନିରୁ ଚାରି ଡୋଜ୍ ଦେଲେ ସାଂଘାତିକ ରୋଗମାନଙ୍କରୁ ୭୧ରୁ ୯୩ % ସୁରକ୍ଷା ମିଳେ ।ସୁସ୍ଥ ଲୋକଙ୍କୁ ପଲିସାକାରାଇଡ ଦେଲେ କାର୍ଯ୍ୟକ୍ଷମ ହୁଏ କିନ୍ତୁ ଇମ୍ମ୍ୟୁନିଟି ଅଭାବ ଥିବା ଲୋକ ବା ୨ ବର୍ଷ ବୟସରୁ କମ ପିଲାଙ୍କ କ୍ଷେତ୍ରରେ କାର୍ଯ୍ୟକ୍ଷମ ହୁଏନି । [1]

ସାଧାରଣତଃ ଏହା ଏକ ନିରାପଦ ଟିକା । ପ୍ରାୟ ୧୦ % ପିଲାଙ୍କର ଇଞ୍ଜେକସନ ନେବା ସ୍ଥାନ ଲାଲ ଦେଖାଯାଏ, ଜ୍ୱର ହୁଏ ଓ ନିଦରେ ପରିବର୍ତ୍ତନ ହୁଏ । ଅତ୍ୟଧିକ ଆଲର୍ଜି କ୍ୱଚିତ ହୁଏ ।[1]

ସନ ୧୯୮୦ରେ ପ୍ରଥମ ନିମୋକୋକାଲ ଟିକା ପ୍ରସ୍ତୁତ ହୋଇଥିଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[2] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୧୭ ଆମେରିକୀୟ ଡଲାର ଥିଲା ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୨୫ରୁ ୧୦୦ ଡଲାର । [4]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.