From Wikipedia, the free encyclopedia
ମଧ୍ୟକର୍ଣ୍ଣ ପ୍ରଦାହ, ଇଂରାଜୀରେ ଓଟାଇଟିସ ମିଡିଆ (Otitis media) ରୋଗ ମଝି କାନରେ ହେଉଥିବା କେତେକ ପ୍ରଦାହ ରୋଗର ଦଳକୁ ବୁଝାଏ । [୧] ଏହାକୁ ଦୁଇ ପ୍ରକାର ଶ୍ରେଣୀରେ ବିଭକ୍ତ କରାଯାଏ ଯଥା ତୀବ୍ର ମଧ୍ୟକର୍ଣ୍ଣ ପ୍ରଦାହ (ଏ.ଓ.ଏମ/AOM) ବା ଆକ୍ୟୁଟ ଓଟାଇଟିସ ମିଡିଆ ଓ ନିର୍ଗମନ ସହ ମଧ୍ୟକର୍ଣ୍ଣ ପ୍ରଦାହ ବା ଓଟାଇଟିସ ମିଡିଆ ଉଇଥ ଇଫ୍ୟୁଜନ (ଓ.ଏମ.ଇ./OME) । [୨] ଏ.ଓ.ଏମ. ଏକ ତୀବ୍ର ସଂକ୍ରମଣ ଯେଉଁଥିରେ କାନ ଯନ୍ତ୍ରଣା ଅତିଶୀଘ୍ର ହୁଏ । ଅଳ୍ପ ବୟସର ପିଲା ରୋଗୀ କାଙ୍କୁ ବାରମ୍ବାର ଟାଣନ୍ତି, ଅଧିକ କାନ୍ଦନ୍ତି ଓ ଅନିଦ୍ରା ରହନ୍ତି । ଆହାର କମିଯାଏ ଓ ଜ୍ୱର ହୋଇପାରେ । ଓ.ଏମ.ଇ. ହେଲେ ସେହିପରି ଲକ୍ଷଣ ପ୍ରକାଶିତ ହୁଏନାହିଁ । [୩] କାନ ଭର୍ତ୍ତି ହେଲା ଭଳି ବେଳେ ବେଳେ ଲାଗେ । ଏହାର ସଂଜ୍ଞା ଅନୁସାରେ ତିନି ମାସରୁ ଅଧିକ ସମୟ ଧରି ଅଣସଂକ୍ରାମକ ତରଳ ପଦାର୍ଥ ମଝି କାନରେ ଥାଏ । କ୍ରନିକ ସପ୍ୟୁରେଟିଭ ଓଟାଇଟିସ ମିଡିଆ/ Chronic suppurative otitis media (ସି.ଏସ.ଓ.ଏମ./CSOM) ରୋଗ ମଝି କାନରେ ଦୁଇ ସପ୍ତାହରୁ ଅଧିକ ପ୍ରଦାହ ଥାଇ ପଦାର୍ଥ ନିଃସୃତ ହେଉଥିଲେ କୁହାଯାଏ । ଏହା ତୀବ୍ର ମଧ୍ୟକର୍ଣ୍ଣ ପ୍ରଦାହର ଜଟୀଳତା ହୋଇପାରେ । ଏଥିରେ କଷ୍ଟ କ୍ୱଚିତ ହୁଏ । [୪] ସମସ୍ତ ତିନି ପ୍ରକାର କାନ ରୋଗରେ ଶ୍ରୁତି ଦୋଷ ଥାଇପାରେ । [୧][୨] ଓ.ଏମ.ଇ. ଥିଲେ ପିଲାର ଶିଖିବା ଦକ୍ଷତା ପ୍ରଭାବିତ ହୋଇପାରେ । [୪]
ମଧ୍ୟକର୍ଣ୍ଣ ପ୍ରଦାହ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | otolaryngology[*], audiology[*] |
ଆଇସିଡ଼ି-୧୦ | H65.-H67. |
ଆଇସିଡ଼ି-୯-ସିଏମ୍ | 017.40, 055.2, 381.0, 381.1, 381.2, 381.3, 381.4, 382 |
ରୋଗ ଡାଟାବେସ | 29620 serous, 9406 suppurative |
ମେଡ଼ିସିନ-ପ୍ଲସ | 000638 acute, 007010 with effusion, 000619 chronic |
ଇ-ମେଡ଼ିସିନ | emerg/351 ent/426 complications, ent/209 with effusion, ent/212 Medical treat., ent/211 Surgical treat. ped/1689 |
MeSH | D010033 |
ଏ.ଓ.ଏମର କାରଣ ସହିତ ଶରୀରର ଗଠନ ଓ ଇମ୍ମ୍ୟୁନ ପ୍ରଣାଳୀର ସମ୍ପର୍କ ଅଛି । ଜୀବାଣୁ ବା ଭୂତାଣୁଦ୍ୱାରା ଏହି ରୋଗ ହୁଏ । ଧୁମ୍ରପାନକାରୀ, ସେବାକାରୀ ଓ ଚୁଚୁମାଧାରୀମାନେ ଏହି ରୋଗ ସଙ୍କଟ ମଧ୍ୟରେ ଥାଆନ୍ତି । ଦେଶୀ ଆମେରିକା ଲୋକ ଓ ଡାଉନ ସିଣ୍ଡ୍ରୋମ ରୋଗୀମାନଙ୍କର ଏହି ରୋଗ ଅଧିକ ହୁଏ । [୪] ଏ.ଓ.ଏମ ପରେ ଓ.ଏମ.ଇ. ବାରମ୍ବାର ହୁଏ ଓ ଭୁତାଣୁ ଜନିତ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଧୁମ୍ରପାନ, ଆଲର୍ଜି ସହିତ ସମ୍ପର୍କ ଥାଇପାରେ । [୪][୨] କାନ ପରଦା ଅନୁଶୀଳନ କରି ସଠିକ ରୋଗ ନିର୍ଣ୍ଣୟ କରାଯାଏ । [୫] ଏ.ଓ.ଏମ ରୋଗର ଲକ୍ଷଣ: କାନ ପରଦା ଫୁଲି ରହେ ବା କିଛି ପବନ ଫୁଙ୍କିଲେ ମଧ୍ୟ ପରଦାର ହଲେ ନାହିଁ । [୬][୩] ବହିଃକର୍ଣ୍ଣରେ କୌଣସି ରୋଗ ନ ଥାଇ ନୂଆ ପୂଜ ବାହାରିଲେ ଏହି ରୋଗ ସନ୍ଦେହ କରାଯାଏ । [୩]
ଅନେକ ଗୁଡ଼ିଏ ପଦକ୍ଷେପଦ୍ୱାରା ଏହି ରୋଗ କମ କରାଯାଇପାରେ ଯଥା ନିମୋକୋକାଲ ଟିକାକରଣ ଓ ଇନଫ୍ଲୁଏଞ୍ଜା ଟିକାକରଣ, ନବଜାତ ଶିଶୁକୁ ୬ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରେଇବା ଓ ଧୁମ୍ରପାନ ବନ୍ଦ କରିବା । [୩] ଆଣ୍ଟିବାୟୋଟିକଦ୍ୱାରା ଏହି ରୋଗ ଶୀଘ୍ର ଆରୋଗ୍ୟ ହୁଏ ନାହିଁ । [୬][୭] ଏଓଏମ ନିମନ୍ତେ କଷ୍ଟ ଲାଘବକାରୀ ଔଷଧ ଅତି ଆବଶ୍ୟକ । [୩] ପାରାସେଟାମୋଲ, ଆସେଟାମିନୋଫେନ, ଆଇବୁପ୍ରୋଫେନ, ବେଞ୍ଜିକେନ କାନ ଡ୍ରପ ଓ ଓପିଅଏଡ ଇତ୍ୟାଦି ଔଷଧ ଦିଆଯାଏ । [୩] ଏଓଏମ ରୋଗରେ ଆଣ୍ଟିବାୟୋଟିକ ଦେଲେ ଶୀଘ୍ର କମିଯାଏ କିନ୍ତୁ ପାର୍ଶ୍ୱାପ୍ରତିକ୍ରିୟା ଦେଖାଯାଇ ପାରେ । [୮] ଦୁଇ ବର୍ଷ ତଳେ ଥିବା ରୋଗୀ ଓ ସାଙ୍ଘାତିକ ରୋଗୀକୁ ଆଣ୍ଟିବାୟୋଟିକ ଦିଆଯାଏ । ଅଳ୍ପ ସାଙ୍ଘାତିକ ହୋଇଥିଲେ ଦୁଇ ବା ତିନି ଦିନ ଅପେକ୍ଷା କରି ନ କମିଲେ ଦିଆଯାଏ । [୬] ରୋଗ ଆରମ୍ଭରେ ଆମୋକ୍ସିସିଲିନ ସାଧାରଣତଃ ଦିଆଯାଏ । ବାରମ୍ବାର ସଂକ୍ରମଣ ହେଲେ କମେଇବା ନିମନ୍ତେ ଟିମ୍ପାନୋସ୍ଟୋମି ଟ୍ୟୁବ ଦିଆଯାଏ । [୩]
ଏଓଏମ ରୋଗ ପୃଥିବୀରେ ବାର୍ଷିକ ୧୧ % ଲୋକ ବା ୭୧୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ । [୯] ଏଥିରୁ ଅଧା ରୋଗୀ ୫ ବର୍ଷ ବୟସରୁ କମ ପିଲାଙ୍କୁ ହୁଏ ଓ ପୁଅମାନଙ୍କୁ ବେଶୀ ହୁଏ । [୪][୯] ରହି ରୋଗୀଙ୍କ ମଧ୍ୟରୁ ୪. ୮% ବା ୩୧ ନିୟୁତ ଲୋକଙ୍କର କ୍ରନିକ ସପ୍ୟୁରେଟିଭ ଓଟାଇଟିସ ମିଡିଆ ହୁଏ । [୯] ଦଶ ବର୍ଷ ବୟସ ପୂର୍ବରୁ ୮୦ % ପିଲାଙ୍କୁ ଓଏମଇ ଆକ୍ରମଣ କରେ । [୪] ସନ ୧୯୯୦ରେ ୪୯୦୦ ମୃତ୍ୟୁ ଏହି ରୋଗରେ ହୋଇଥିବା ବେଳେ ସନ ୨୦୧୩ରେ ୨୪୦୦ ମୃତ୍ୟୁ ହୋଇଥିଲା । [୧୦]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.