ନର୍ତ୍ତକୀ From Wikipedia, the free encyclopedia
ମାଧବୀ ମୁଦଗଲ ଓଡ଼ିଶୀ ନୃତ୍ୟ ପାଇଁ ଜଣେ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ । ସେ ୧୯୮୪ରେ ସଂସ୍କୃତି ସମ୍ମାନ, ୧୯୯୦ରେ ପଦ୍ମଶ୍ରୀ ସମ୍ମାନ,[1] ୧୯୯୬ରେ ଓଡ଼ିଶା ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୭ରେ ଫ୍ରାନ୍ସ ସରକାରଙ୍କଦ୍ୱାରା ଗ୍ରାଣ୍ଡେ ମେଡ଼ାଇଲେ ଦି ଲା ଭିଲେ ସମ୍ମାନ, ୨୦୦୦ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ୨୦୦୨ରେ ଦିଲ୍ଲୀ ରାଜ୍ୟ ପରିଷଦ ସମ୍ମାନ, ଓ ୨୦୦୪ରେ ନୃତ୍ୟ ଚୂଡ଼ାମଣି ସମ୍ମାନ ପାଇଥିଲେ ।[2]
ମାଧବୀ ମୁଦଗଲ | |
---|---|
ଜନ୍ମ | ଓଡ଼ିଶା, ଭାରତ | ୪ ଅକ୍ଟୋବର ୧୯୫୧
ବୃତ୍ତି | ଓଡ଼ିଶୀ ନର୍ତ୍ତକୀ ଓ ଗୁରୁ |
Current group | ଗନ୍ଧର୍ବ ମହାବିଦ୍ୟାଳୟ, ନୂଆ ଦିଲ୍ଲୀ |
Dances | ଓଡ଼ିଶୀ, ଭାରତନାଟ୍ୟମ, କଥକ |
ମାଧବୀ ମୁଦଗଲ ଦିଲ୍ଲୀସ୍ଥିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପାଇଁ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ବିନୟ ଚନ୍ଦ୍ର ମୌଦଗଲ୍ୟଙ୍କ କନ୍ୟା । ବିନୟ ଚନ୍ଦ୍ର ଜାତୀୟ ଚଳଚ୍ଚିତ୍ର ସମ୍ମାନ ଜିତିଥିବା ଆନିମେଟେଡ ଚଳଚ୍ଚିତ୍ର ଏକ ଅନେକ ଔର୍ ଏକତାର ଗୀତ ହିନ୍ଦ୍ ଦେଶ କେ ନିବାସୀର ଗୀତିକାର ଥିଲେ ।[3] ପରିବାରରୁ ହିଁ ତାଙ୍କର କଳା ଓ ନୃତ୍ୟ ପ୍ରତି ଆଗ୍ରହ ବଢ଼ିଥିଲା ଓ ଗୁରୁ ଶ୍ରୀ ହରେକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ତାଙ୍କ ପ୍ରତିଭା ବିକଶିତ ହୋଇଥିଲା । ମାତ୍ର ୪ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ମଞ୍ଚ ପ୍ରଦର୍ଶନ କରିଥିଲେ [4] ସେ ଓଡ଼ିଶୀ ଶିଖିବା ପୂର୍ବରୁ ଭରତନାଟ୍ୟମ ଓ କଥକ ଶିଖିଥିଲେ । ପରେ ସେ ଓଡ଼ିଶୀକୁ ଚୟନ କରିଥିଲେ । କିମ୍ବଦନ୍ତୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅଧୀନରେ ତାଙ୍କ ଓଡ଼ିଶୀ ଦକ୍ଷତା ଅଧିକ ବଢ଼ିଥିଲା ।
ଅନ୍ୟ ସବୁ ନୃତ୍ୟ ଶିଖି ମଧ୍ୟ ଓଡ଼ିଶୀ ଚୟନ କରିବା ପଛରେ କାରଣ ପ୍ରଶ୍ନର ଉତ୍ତରରେ ସେ କୁହନ୍ତି,
ଏହି ନୃତ୍ୟକଳାର ପଦଲାଳିତ୍ୟ ଓ ସୂକ୍ଷ୍ମତା ମୋତେ ଆକର୍ଷିତ କରିଥିଲା । ମୋ ବାଲ୍ୟକାଳରେ ମୁଁ ଯେତେବେଳେ ନୃତ୍ୟ ସହ ପରିଚିତ ହେଲି, ସେତେବେଳେ ଶାସ୍ତ୍ରୀୟ ଶୈଳୀରେ କେବଳ ଭରତନାଟ୍ୟମ ଓ କଥକ ବିକଳ୍ପ ଉପଲବ୍ଧ ଥିଲା । କିଶୋରାବସ୍ଥାରେ ଭାଷାଗତ ବାଧା ଯୋଗୁଁ ଭରତନାଟ୍ୟମ ଓ ପ୍ରଦର୍ଶନବାହୁଲ୍ୟ ଯୋଗୁଁ କଥକଠାରୁ ଦୂରେଇ ଯାଇ ମୁଁ ଓଡ଼ିଶୀ ଶିଖିବା ଆରମ୍ଭ କଲି, ଯାହାର ପ୍ରଶିକ୍ଷଣ ସେତେବେଳକୁ ଦିଲ୍ଲୀରେ ଆରମ୍ଭ ହୋଇ ସାରିଥିଲା । ପୁଣି ଏକ ନୂତନ ନୃତ୍ୟକଳା ଶିଖିବାର ଆଗ୍ରହ ମଧ୍ୟ ରହିଥିଲା ।[2]
ସେ ଆର୍କିଟେକ୍ଚରରେ ଡିପ୍ଲୋମା କରିଛନ୍ତି ଓ ବିଭିନ୍ନ ପତ୍ରିକା ଓ ବହି ପାଇଁ ଲେଖନ୍ତି ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.