ମନମୋହନ ସିଂହ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ମନମୋହନ ସିଂହ (ପଞ୍ଜାବୀ: ਮਨਮੋਹਨ ਸਿੰਘ; ଜନ୍ମ : ୨୩ ସେପ୍ଟେମ୍ବର ୧୯୩୨), ଜଣେ ଭାରତୀୟ ଅର୍ଥଶାସ୍ତ୍ରୀ ଓ ୨୦୦୪-୨୦୧୪ ଯାଏଁ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଥିଲେ। ସିଂହ ଭାରତରର ପ୍ରଥମ ସିଖ ପ୍ରଧାନମନ୍ତ୍ରୀ ଏବଂ ନେହେରୁଙ୍କ ପରେ ନିଜର ୫ବର୍ଷ କାର୍ଯକାଳ ଶେଷ କରି ପୁନରବାର ପ୍ରଧାନମନ୍ତ୍ରୀ ହୋଇଥିଲେ।
ମନମୋହନ ସିଂହ | |
---|---|
ଭାରତର ପ୍ରଧାନମନ୍ତ୍ରୀ | |
Incumbent | |
Assumed office ୨୨ ମଇ ୨୦୦୪ - ୨୦୧୪ | |
ରାଷ୍ଟ୍ରପତି | ଅବଦୁଲ କଲାମ ପ୍ରତିଭା ପାଟିଲ |
ପୂର୍ବ ଅଧିକାରୀ | ଅଟଳ ବିହାରୀ ବାଜପେୟୀ |
Minister of External Affairs | |
କାର୍ଯ୍ୟକାଳ ୬ ନଭେମ୍ବର ୨୦୦୫ – ୨୪ ଅକ୍ଟୋବର ୨୦୦୬ | |
ପୂର୍ବ ଅଧିକାରୀ | ନଟବର ସିଂହ |
ପର ଅଧିକାରୀ | ପ୍ରଣବ ମୁଖାର୍ଜୀ |
Minister of Finance | |
କାର୍ଯ୍ୟକାଳ ୩୦ ନଭେମ୍ବର ୨୦୦୮ – ୨୪ ଜାନୁଆରୀ ୨୦୦୯ | |
ପୂର୍ବ ଅଧିକାରୀ | ପି ଚିଦାମ୍ବରମ |
ପର ଅଧିକାରୀ | ପ୍ରଣବ ମୁଖାର୍ଜୀ |
କାର୍ଯ୍ୟକାଳ ୨୧ ଜୁନ ୧୯୯୧ – ୧୬ ମଇ ୧୯୯୬ | |
ପ୍ରଧାନ ମନ୍ତ୍ରୀ | ପି.ଭି. ନରସିଂହ ରାଓ |
ପୂର୍ବ ଅଧିକାରୀ | ମଧୁ ଦଣ୍ଡକଟେ |
ପର ଅଧିକାରୀ | ଜସ୍ୱନ୍ତ ସିଂହ |
Deputy Chairperson of the Planning Commission | |
କାର୍ଯ୍ୟକାଳ ୧୫ ଜାନୁଆରୀ ୧୦୮୫ – ୩୧ ଅଗଷ୍ଟ ୧୯୮୭ | |
ପ୍ରଧାନ ମନ୍ତ୍ରୀ | ରାଜୀବ ଗାନ୍ଧୀ |
ପୂର୍ବ ଅଧିକାରୀ | ପି.ଭି. ନରସିଂହ ରାଓ |
ପର ଅଧିକାରୀ | ପି ଶିବ ଶଙ୍କର |
Governor of the Reserve Bank | |
କାର୍ଯ୍ୟକାଳ ୧୫ ସେପ୍ଟେମ୍ବର ୧୯୮୨ – ୧୫ ଜାନୁୟାରୀ ୧୯୮୫ | |
ପୂର୍ବ ଅଧିକାରୀ | Indraprasad Gordhanbhai Patel |
ପର ଅଧିକାରୀ | ଅମିତାଭ ଘୋଷ |
ରାଜ୍ୟ ସଭାର ସଦସ୍ୟ for ଆସାମ | |
Incumbent | |
Assumed office ୧୯୯୧ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଗହ (ଗା), ବ୍ରିଟିଶ ରାଜ (now Pakistan)[1] |
ରାଜନୀତିକ ଦଳ | Indian National Congress United Progressive Alliance |
ଜୀବନ ସାଥୀ | ଗୁରଶରଣ କଉର (1958–present) |
ସନ୍ତାନ | Upinder Singh Daman Singh Amrit Singh |
ଘର | Panchavati (Official) Guwahati(Private) |
ଶିକ୍ଷାନୁଷ୍ଠାନ | Panjab University, Chandigarh St John's College, Cambridge Nuffield College, Oxford |
ପେଷା | Economist Civil servant Social worker Professor |
ୱେବସାଇଟ | Official website |
ଗାହ (ବର୍ତ୍ତମାନର ପାକିସ୍ତାନ ରେ)ରେ ଜନ୍ମିତ ସିଂହ ଓ ତାଙ୍କ ପରିବାର ୧୯୪୭ ମସିହାରେ ଦେଶ ବିଭାଜନ ସମୟରେ ଭାରତ ଆସିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଡକ୍ଟରେଟ (PhD) ପ୍ରାପ୍ତ କରି , ୧୯୬୬-୬୯ ଯାଏଁ ଜାତିସଂଘରେ ଯୋଗ ଦେଇଥିଲେ। ଲଲିତ ନାରାୟଣ ମିଶ୍ରଙ୍କ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ମୁଖ୍ୟ ପରାମର୍ଶଦାତା ହୋଇ ସେ ନିଜର ବ୍ୟୁରୋକ୍ରାଟିକ କ୍ୟାରିୟର ଆରମ୍ଭ କରିଥିଲେ। ୨୯୭୦ ଓ ୮୦ ଦଶକରେ ସିଂହ ଭାରତ ସରକାରଙ୍କ ବହୁତ ମୁଖ୍ୟ ପଦରେ ଥିଲେ, ଯେମିତି ମୁଖ୍ୟ ଅର୍ଥ ପରାମର୍ଶଦାତା (୧୯୭୨-୭୬) , ରିଜର୍ବ ବ୍ୟାଙ୍କ ଗଭର୍ଣ୍ଣର (୧୯୮୨-୮୫) ଓ ଯୋଜନା ଆୟୋଗ ମୁଖ୍ୟ (୧୯୮୫-୮୭)।
୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟରେ ଥିବା ସମୟରେ ଦେଶ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶ୍ରୀ ନରସିଂହ ରାଓ ଆଶ୍ଚର୍ଯରୁପେ ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। କିଛି ବର୍ଷ ଯାଏ , ଏକ କଡା ବିରୋଧ କ୍ରମେ ସେ ଅର୍ଥ ମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଡା ବ୍ୟବସ୍ଥା କରିଥିଲେ। ଏହି ଉପାୟ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଥିବା ସଂକଟକୁ ଟାଳିବାରେ ସେ ସଫଳ ହୋଇଥିଲେ, ଏବଂ ନିଜକୁ ବିଶ୍ୱ ଦରବାରରେ ଏକ ମହାନ ଅର୍ଥଶାସ୍ତ୍ରୀ ଭାବେ ପ୍ରୟୋଜିତ କରିଥିଲେ। ଅବିଲଂବି କଂଗ୍ରେସ ପାର୍ଟି ୧୯୯୬ ମସିହା ନିର୍ବାଚନ ଖରାବ ପ୍ରଦର୍ଶନ ଦେଖାଇଥିଲା , ଏହା ପରେ ସିଂହକୁ ୧୯୯୮-୨୦୦୪ ଯାଏଁ କଂଗ୍ରେସ ପାର୍ଟିରୁ ରାଜ୍ୟ ସଭାରେ ବିପକ୍ଷ ଦଳର ମୁଖ୍ୟ ହିସାବରେ ଦାୟିତ୍ୟ ପାଳନ କରିଥିଲେ। ୨୦୦୦୪ ମସିହାରେ କଂଗ୍ରେସ ଅଧିନତ୍ୱ ଉପା ସରକାରରେ ସୋନିଆ ଗାନ୍ଧୀଙ୍କ ଅନୈଚ୍ଛୁକ ହେବା ହେତୁ , ସିଂହଙ୍କୁ ଭାରତର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ହୋଇଥିଲେ। ସତ୍ତାରେ ଆସିଲା ପରେ, ସିଂହ ନେତୃତ୍ୟ ଉପା ୧ ଗ୍ରାମିଣ ସ୍ୱାସ୍ଥ ମିଶନ, ସୂଚନା ଅଧିକାର ଆଇନ, ବିଶିଷ୍ଟ ପରିଚୟ ପତ୍ର (ଆଧାର କାର୍ଡ), ରୋଜଗାର ଗ୍ୟାରେଣ୍ଟି ଆକ୍ଟ ସହ ବହୁତ ଉନ୍ନତି ମୁଳକ ପରିଯୋଜନା ଆରମ୍ଭ କରିଥିଲେ। ଭାରତର ଅର୍ଥବ୍ୟବସ୍ଥା ଉପା ୧ ସମୟରେ ବହୁତ ଅଗ୍ରଗତି କରିଥିଲା। ୨୦୦୯ ସାଧାରଣ ନିର୍ବାଚନରେ ଏକ ବିଶାଳ ଜନାଦେଶ ସହିତ ଉପା ୨ ସରକାର ଗଠନ ହେଇଥିଲା, ଏବଂ ସିଂହ ପୁନର୍ବାର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସିଂହ ୨୦୧୪ର ନିର୍ବାଚନ ଲଢିନଥିଲେ। ଅତି ଛୋଟ ବୟସରେ ସିଂହ ନିଜ ମାଙ୍କୁ ହରାଇଥିଲେ ଏବଂ ନିଜ ଜେଜେମାଦ୍ୱାରା ପ୍ରତିପାଳିତ ହୋଇଥିଲେ।