ବତାସୀ ଝଡ଼
୧୯୮୧ର ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ବତାସୀ ଝଡ଼ ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆରତୀ ଦାସ ।[2] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ରମେଶ ମହାନ୍ତି ଓ ସତ୍ୟବ୍ରତ ମହନ୍ତି । ବିଜୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନ୍ତି । ସଙ୍ଗୀତକାର ସଲୀଳ ଚୌଧୁରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅସୀମ ବସୁ ଏହି କଥାଚିତ୍ରଟିର କଳା ନିର୍ଦ୍ଦେଶନା ଦେଇଥିଲେ ।
Quick Facts ବତାସୀ ଝଡ଼, ନିର୍ଦ୍ଦେଶକ ...
ବତାସୀ ଝଡ଼ | |
---|---|
ନିର୍ଦ୍ଦେଶକ | ରମେଶ ମହାନ୍ତି |
ପ୍ରଯୋଜକ | ଆରତୀ ଦାସ |
କାହାଣୀ | ରମେଶ ମହାନ୍ତି |
କଳାକାର | ଅକ୍ଷୟ ମହାନ୍ତି କାଶ୍ୟପ, ଜୟା, ଦୁଃଖୀରାମ ସ୍ୱାଇଁ |
ସଙ୍ଗୀତ | ସଲୀଳ ଚୌଧୁରୀ |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ[1] |
ମୁକ୍ତିଲାଭ ତାରିଖ | ୧୯୮୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
Close
ଅକ୍ଷୟ ମହାନ୍ତି (କାଶ୍ୟପ), ଜୟା ବି., କାଶି ରଥ, ନରେନ୍ଦ୍ର ବେହେରା, ରାଧା ପଣ୍ଡା, ଦୁଃଖୀରାମ ସ୍ୱାଇଁ, ପୁଷ୍ପା ପଣ୍ଡା, ମଧୁମିତା, ରୁନୁ ପରିଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।