ଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର From Wikipedia, the free encyclopedia
ପ୍ରଫୁଲ୍ଲ କର (୧୬ ଫେବୃଆରୀ ୧୯୩୯ – ୧୭ ଅପ୍ରେଲ ୨୦୨୨) ପୁରୀଠାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ଥିଲେ ।[4][5][6] ସେ ୧୯୬୦ ମସିହାରେ ତାଙ୍କ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ସେ ୭୦ରୁ ଅଧିକ ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।
ପ୍ରଫୁଲ୍ଲ କର | |
---|---|
ଜନ୍ମ | |
ମୃତ୍ୟୁ | ୧୭ ଅପ୍ରେଲ ୨୦୨୨ ୮୩) | (ବୟସ
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ (ଆଇନ), ସଂଗୀତ ବିଶାରଦ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ଗନ୍ଧର୍ବ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଂଗୀତକାର[1], ଗୀତିକାର, ଗାଳ୍ପିକ, ସ୍ଥମ୍ବକାର |
ବୈବାହିକ-ସାଥୀ | ମନୋରମା କର[2] |
ସନ୍ତାନ | ମହାଦୀପ,ମହାପ୍ରସାଦ[3], ସନ୍ଧ୍ୟାଦୀପା |
ପିତାମାତା(s) | ବୈଦ୍ୟନାଥ କର ସୁଶୀଳା କର |
ୱେବସାଇଟ | ପ୍ରଫୁଲ୍ଲ କର.କମ |
ଦସ୍ତଖତ | |
ପ୍ରଫୁଲ୍ଲ କର ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ, ପୁରୀରେ ଜନ୍ମ ଗ୍ରହଣ କରିଥିଲେ ।[7] ତାଙ୍କ ପିତାଙ୍କ ନାମ ପିତା ବୈଦ୍ୟନାଥ କର ଓ ମାତାଙ୍କ ନାମ ସୁଶିଳା କର ଥିଲା । ତାଙ୍କ ପରିବାରରେ ସଂଗୀତମୟ ପରିବେଶ ଥିଲା । ତାଙ୍କ ପିତାଙ୍କର ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ତବଲାବାଦକ ଥିବା ଯୋଗୁ ହୀରାବାଈ ବରୋଡେକର, ପଣ୍ଡିତ ଓଁକାରନାଥ ଠାକୁର, ପନ୍ନାଲାଲ ବୋଷ, ପ୍ରସୂନ ବାନାର୍ଜୀ, ରାଧିକାମୋହନ ମୈତ୍ର, ଏ.କାନନ୍, ମାଳବୀକା କାନନ ଆଦି କଳାକାରମାନଙ୍କର ତାଙ୍କ ଘରକୁ ଯିବା ଆସିବା ଥିଲା । ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞମାନଙ୍କୁ ଶୁଣିବାର ସୁଯୋଗ ପାଇଥିଲେ ଓ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନ ପାଳନ ହୋଇଥିଲା । ଅଜା, ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କଦ୍ୱାରା ଏକ ବୌଦ୍ଧିକ ଏବଂ ଧାର୍ମିକ ପରିବେଶରେ ସେ ବଢିଥିଲେ ।
ପ୍ରଫୁଲ୍ଲ କର, ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ ।[8] ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ.ଭି.ଏସ.ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ସଂଗୀତ ବିଶାରଦ ଉପାଧି ହାସଲ କରିଥିଲେ ।
ଦୁଇ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ପ୍ରଫୁଲ୍ଲଙ୍କ ପରିବାର । ବଡ଼ ପୁଅ ମହାଦୀପ ଗିଟାର ଓ ହାରମୋନିୟମ ବଜାନ୍ତି । ଝିଅ ସନ୍ଧ୍ୟାଦୀପା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ । ସାନପୁଅ ମହାପ୍ରସାଦ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରଶିକ୍ଷିତ କଣ୍ଠଶିଳ୍ପୀ ।[9]
ପ୍ରଫୁଲ୍ଲ କର ନିଜର ପେଷାଦାର ସଙ୍ଗୀତ ଜୀବନ ୧୯୬୦ ମସିହାରେ ଆରମ୍ଭ କରିଥିଲେ ଏବଂ ଖୁବ ଶିଘ୍ର ନିଜକୁ ଆକାଶବାଣୀର (ଗ୍ରେଡ଼-ଏ) ଓ ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବରେ ପ୍ରତିଷ୍ଠିତ କରିପାରିଥିଲେ ।
ପ୍ରଫୁଲ୍ଲ କର ପ୍ରାୟ ୭୦ରୁ ଅଧିକ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[10] ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପାରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।
ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅନୁରାଧା ପୌଡ଼ୱାଲ, ଉଷା ମଙ୍ଗେସକର, କବିତା କୃଷ୍ଣମୂର୍ତ୍ତୀ, ସୁରେଶ ୱାଡ଼େକର, ମହମ୍ମଦ ଅଜିଜ, ଅମିତ କୁମାର, ବାଣୀ ଜୟରାମ, ଏସ. ଜାନକୀ, ଆର. ସୁଶୀଳା, ଚିତ୍ରା, ସ୍ୱର୍ଣଲତା, ୟେଶୁ ଦାସ, ଏସ. ପି. ବାଲସୁବ୍ରମଣ୍ୟମ, ମନୁ, ଆରତୀ ମୁଖର୍ଜୀ,ନିର୍ମଳା ମିଶ୍ର, ସିପ୍ରା ବୋଷ, ଅଜୟ ଚକ୍ରବର୍ତି, ହୈମୟନ୍ତି ଶୁକ୍ଳା ପ୍ରଭୃତି ବହୁ ଜାତୀୟ ସ୍ଥରର ଗାୟକମାନେ ଓଡ଼ିଆ ସିନେମା କଣ୍ଠଦାନ କରିଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବହୁ ଗାୟକ/ଗାୟିକାମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ବହୁ ସମ୍ମାନ ଲାଭ କରିଛନ୍ତି ।
ଚଳଚ୍ଚିତ୍ର ସଙ୍ଗୀତ ବ୍ୟତିତ ଅନ୍ୟ ସଙ୍ଗୀତ ମାଧ୍ୟମରେ ମଧ୍ୟ ସେ ବହୁଳ ଅବଦାନ ଦେଇଥିଲେ ।
ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କ ସହ ମିଶି, ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ସଙ୍ଗୀତ ବ୍ୟତିତ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଥିଲା । ଦୈନିକ ଖବର କାଗଜ ଧରିତ୍ରୀରେ ସେ ନିୟମିତ ସ୍ତମ୍ଭକାର ଭାବରେ ଲେଖୁଥିଲେ । ଏହି ଲେଖାଗୁଡିକ 'ସାଁଉଟା କାହାଣୀ' ନାମକ ପୁସ୍ତକରେ ମଧ୍ୟ ପ୍ରକାଶ ପାଇସାରିଛି । 'ଆଜ୍ଞାମାଳ' ଓ 'କୃପାଜଳ' ନାମରେ ତାଙ୍କ ରଚିତ ଦୁଇଟି ଭଜନ ପୁସ୍ତକ ମଧ୍ୟ ପ୍ରକାଶ ପାଇସାରିଛି । ପ୍ରଫୁଲ୍ଲ କର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମର୍ଯ୍ୟଦା ଦେବାପାଇଁ କାର୍ଯ୍ୟ କରିଥିଲେ । ସଙ୍ଗୀତ, ସାହିତ୍ୟ ବ୍ୟତିତ ରୋଷେଇ କରିବା ଓ ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ରୁଚି ରହିଛି । [11]
ପ୍ରଫୁଲ୍ଲ କରଙ୍କ ସମ୍ମାନରେ ୨୦୦୭ ମସିହାରୁ ତାଙ୍କ ନାମରେ ଏକ ଫାଉଣ୍ଡେସନ ଗଠନ କରାଯାଇଛି ଓ ୨୦୦୮ ମସିହାରୁ ଏହି ଫାଉଣ୍ଡେସନ ତରଫରୁ "ପ୍ରଫୁଲ୍ଲ କର ସମ୍ମାନ" ପ୍ରଦାନ କରାଯାଉଛି । ଏ ପର୍ଯ୍ୟନ୍ତ, ଅକ୍ଷୟ ମହାନ୍ତି(୨୦୦୮)[12], ଶାନ୍ତନୁ ମହାପାତ୍ର(୨୦୦୯)[12], ପ୍ରଣବ ପଟ୍ଟନାୟକ(୨୦୧୧)[13], ଚିତ୍ତ ଜେନା(୨୦୧୨)[14], ଅନୁପ ଜଲୋଟା(୨୦୧୪)[15] ଏହି ସମ୍ମାନ ଲାଭ କରିସାରିଛନ୍ତି ।
କଥାଚିତ୍ର | ଭୂମିକା | ନିର୍ଦ୍ଦେଶକ | ବର୍ଷ | ପୁରସ୍କାର |
---|---|---|---|---|
ଏମିତି ଭାଇ ଜଗତେ ନାହିଁ | ସଙ୍ଗୀତକାର | ପ୍ରଶାନ୍ତ ନନ୍ଦ | ୧୯୯୪ | |
ନାଗଜ୍ୟୋତି | ସଙ୍ଗୀତକାର | ରାମନାରାୟଣ | ୧୯୯୪ | |
ପାଚେରୀ ଉଠିଲା ମଝି ଦୁଆରୁ | ସଙ୍ଗୀତକାର | ବିଜୟ ଭାସ୍କର | ୧୯୯୪ | |
ଆଶା | ସଙ୍ଗୀତକାର | ଶାନ୍ତନୁ ମିଶ୍ର | ୧୯୯୩ | |
ନାଗ ପଞ୍ଚମୀ | ସଙ୍ଗୀତକାର | ବିଜୟ ଭାସ୍କର | ୧୯୯୨ | |
ପ୍ରୀତିର ଇତି | ସଙ୍ଗୀତକାର | ରଘୁ ମିଶ୍ର | ୧୯୯୨ | |
ବସ୍ତ୍ର ହରଣ | ସଙ୍ଗୀତକାର | ଶିଶିର ମିଶ୍ର | ୧୯୯୧ | |
ଭୂଲି ହୁଏନା | ସଙ୍ଗୀତକାର | ବିଜୟ ମହାନ୍ତି | ୧୯୮୭ | |
ତୁଣ୍ଡ ବାଇଦ | ସଙ୍ଗୀତକାର | ଗୋବିନ୍ଦ ତେଜ | ୧୯୮୭ | |
ଛ ମାଣ ଆଠ ଗୁଣ୍ଠ | ସଙ୍ଗୀତକାର | ପାର୍ବତୀ ଘୋଷ | ୧୯୮୬ | |
ସଂସାର | ସଙ୍ଗୀତକାର | ଗୌର ଘୋଷ,ପାର୍ବତୀ ଘୋଷ | ୧୯୮୬ | |
ଗୃହଲକ୍ଷ୍ମୀ | ସଙ୍ଗୀତକାର | ସି.ଏସ.ଆର.ରାଓ | ୧୯୮୫ | ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟିକା- ଗୀତା ଦାସ |
ପୂଜାଫୁଲ | ସଙ୍ଗୀତକାର | ଜେ. ଏଚ୍. ସତ୍ତାର | ୧୯୮୫ | |
ସମୟ ବଡ଼ ବଳବାନ | ସଙ୍ଗୀତକାର | ଶିଶିର ମିଶ୍ର | ୧୯୮୫ | |
ସ୍କୁଲ ମାଷ୍ଟର | ସଙ୍ଗୀତକାର | ୧୯୮୫ | ରାଜ୍ୟ ପୁରସ୍କାର : ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା- ପ୍ରଫୁଲ୍ଲ କର :ଶ୍ରେଷ୍ଠ ଗାୟକ- ଅଜୟ ଚକ୍ରବର୍ତ୍ତୀ | |
ଜନନୀ | ସଙ୍ଗୀତକାର | ମହମ୍ମଦ ମହସୀନ | ୧୯୮୪ | |
ପ୍ରତିଧ୍ୱନି | ସଙ୍ଗୀତକାର | ପି.ସି.ଦାସ | ୧୯୮୪ | |
ରାମ ରହିମ | ସଙ୍ଗୀତକାର | ସୁଶିଲ ମୁଖାର୍ଜୀ | ୧୯୮୩ | |
ହିସାବ ନିକାଶ | ସଙ୍ଗୀତକାର | ପ୍ରଶାନ୍ତ ନନ୍ଦ | ୧୯୮୨ | |
ଜ୍ୱାଇଁ ପୁଅ | ସଙ୍ଗୀତକାର, ଗୀତିକାର | ଦିନେନ ଗୁପ୍ତା | ୧୯୮୨ | |
ମୁଁ ତୁମେ ଓ ସେ | ସଙ୍ଗୀତକାର, ଗୀତିକାର | କୁମାର ଆନନ୍ଦ | ୧୯୮୨ | |
ବିଶ୍ୱ ମଙ୍ଗଳ | ସଙ୍ଗୀତକାର, ଗୀତିକାର | ଜେ.ଏଚ.ସତାର | ୧୯୮୨ | |
ଦେବଜାନୀ | ସଙ୍ଗୀତକାର | ବ୍ୟୋମକେଶ ତ୍ରିପାଠୀ | ୧୯୮୨ | ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟିକା- ବାଣୀ ଜୟରାମ |
ମାନସୀ | ସଙ୍ଗୀତକାର, ଗୀତିକାର | ମଳୟ ମିତ୍ର | ୧୯୮୨ | |
ପୂଜା | ସଙ୍ଗୀତକାର,ଗାୟକ | ପ୍ରଶାନ୍ତ ନନ୍ଦ | ୧୯୮୨ | |
ମା ଓ ମମତା | ସଙ୍ଗୀତକାର | ପ୍ରଶାନ୍ତ ନନ୍ଦ | ୧୯୮୨ | |
ରାମାୟଣ | ସଙ୍ଗୀତକାର | ଗୋବିନ୍ଦ ତେଜ | ୧୯୮୦ | |
ରାମ ବଳରାମ | ସଙ୍ଗୀତକାର, ଗୀତିକାର | ଏ. ସଞୀବ | ୧୯୮୦ | |
ସିତା ଲବ କୁସ | ସଙ୍ଗୀତକାର | ଏସ.ଜଗଦୀଷ ଚନ୍ଦ୍ରା | ୧୯୮୦ | ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା |
ତପସ୍ୟା | ସଙ୍ଗୀତକାର, ଗୀତିକାର | ନଗେନ ରାୟ | ୧୯୮୦ | ରାଜ୍ୟ ପୁରସ୍କାର : ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା- ପ୍ରଫୁଲ୍ଲ କର : ଶ୍ରେଷ୍ଠ ଗାୟକ-ପ୍ରଣବ ପଟ୍ଟନାୟକ |
ଗୌରୀ | ସଙ୍ଗୀତକାର, ଗୀତିକାର | ଧୀର ବିଶ୍ୱାଳ | ୧୯୮୦ | |
ମଥୁରା ବିଜୟ | ସଙ୍ଗୀତକାର, ଗୀତିକାର | ଏ ସଞ୍ଜିବୀ | ୧୯୭୯ | |
ବଳିଦାନ | ପ୍ରଚ୍ଛଦପଟ୍ଟ ଗାୟକ | ପ୍ରଶାନ୍ତ ନନ୍ଦ | ୧୯୭୮ | ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟକ- ପ୍ରଫୁଲ୍ଲ କର |
ସତୀ ଅନସୂୟା | ପ୍ରଚ୍ଛଦପଟ୍ଟ ଗାୟକ,ଗୀତିକାର | ଏ ସଞ୍ଜିବା. ରାଓ | ୧୯୭୮ | ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା |
ସୁଜାତା | ପ୍ରଚ୍ଛଦପଟ୍ଟ ଗାୟକ,ଗୀତିକାର | ବିଶ୍ୱଜୀତ ଦାସ | ୧୯୭୮ | |
ମୁକ୍ତି | ସଙ୍ଗୀତକାର, ଗୀତିକାର | ବ୍ୟୋମକେଶ ତ୍ରିପାଠୀ | ୧୯୭୭ | ରାଜ୍ୟ ପୁରସ୍କାର : ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା- ପ୍ରଫୁଲ୍ଲ କର : ଶ୍ରେଷ୍ଠ ଗାୟକ- ରଘୁନାଥ ପାଣିଗ୍ରାହୀ |
ବନ୍ଧୁ ମହାନ୍ତି | ସଙ୍ଗୀତକାର | ନିତାଇ ପାଲିତ | ୧୯୭୭ | ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା |
ବତୀଘର | ସଙ୍ଗୀତକାର | ଅନନ୍ତ ମହାପାତ୍ର | ୧୯୭୬ | |
ସିନ୍ଦୂର ବିନ୍ଦୁ | ସଙ୍ଗୀତକାର | ଶିଶିର ମିଶ୍ର | ୧୯୭୬ | ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟକ-ପ୍ରଣବ ପଟ୍ଟନାୟକ |
ଶେଷ ଶ୍ରାବଣ | ସଙ୍ଗୀତକାର | ପ୍ରଶାନ୍ତ ନନ୍ଦ | ୧୯୭୬ | ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା |
ମମତା | ସଙ୍ଗୀତକାର | ବ୍ୟୋମକେଶ ତ୍ରିପାଠୀ | ୧୯୭୫ | ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା |
ପ୍ରଫୁଲ୍ଲ କର ୨୦୨୨ ମସିହାର ଅପ୍ରେଲ ୧୭ ତାରିଖରେ ମୃତ୍ୟବରଣ କରିଥିଲେ ।[29] ସେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।[30]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.