ପି. ଭି. ସିନ୍ଧୁ
ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ / From Wikipedia, the free encyclopedia
ପୁସାରଳା ଭେଙ୍କଟ ସିନ୍ଧୁ (ଜନ୍ମ ୫ ଜୁଲାଇ ୧୯୯୫) ଜଣେ ଭାରତୀୟ ପେଶାଦାର ବ୍ୟାଡମିଣ୍ଟନ ଖେଳାଳୀ । ନିଜ କ୍ୟାରିୟରରେ ସିନ୍ଧୁ ଅଲିମ୍ପିକ୍ସ ସମେତ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଏବଂ ୨୦୧୯ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ସମେତ ବିଡବ୍ଲୁଏଫ ସର୍କିଟରେ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନ ହେବାରେ ସେ ପ୍ରଥମ ଭାରତୀୟ ଏବଂ ଅଲିମ୍ପିକ୍ ଗେମ୍ସରେ କ୍ରମାଗତ ଦୁଇଟି ପଦକ ଜିତିବାରେ ଭାରତର ଦ୍ୱିତୀୟ କ୍ରୀଡ଼ାବ୍ୟକ୍ତିତ୍ୱ ।[6] ସେ ୨୦୧୭ ଏପ୍ରିଲରେ ବିଶ୍ୱସ୍ତରରେ ୨ୟ ସ୍ଥାନକୁ ଯାଇ ନିଜ କ୍ୟାରିୟରର ଉଚ୍ଚତମ ସୋପାନରେ ପହଞ୍ଚିଥିଲେ ।[7]
ପି. ଭି. ସିନ୍ଧୁ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜନ୍ମ ନାମ | ପୁସାରଳା ଭେଙ୍କଟ ସିନ୍ଧୁ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | (1995-07-05) ୫ ଜୁଲାଇ ୧୯୯୫ (ବୟସ ୨୮)[1] ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶ, ଭାରତ (ଅଧୁନା ତେଲଙ୍ଗାନା), ଭାରତ[2] | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | ୧.୭୯ ମି.[3] | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଓଜନ | ୬୫ କିଗ୍ରା[3] | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଦେଶ | ଭାରତ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ସକ୍ରିୟ କାଳ | ୨୦୧୧–ବର୍ତ୍ତମାନ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
କେଉଁ ହାତ ବ୍ୟବହାର କରନ୍ତି | ଡାହାଣ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ମହିଳା ସିଙ୍ଗଲ୍ସ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ସର୍ବୋଚ୍ଚ ରାଙ୍କ | ୨ (7 April 2017[4]) | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ବର୍ତ୍ତମାନ ରାଙ୍କ | 7 (23 March 2021[5]) | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
Title(s) | ୧୫ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
Medal record
| |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
BWF Profile |
ସିନ୍ଧୁ ୨୦୧୨ ସେପ୍ଟେମ୍ବରରେ ୧୭ ବର୍ଷ ବୟସରେ ବିଡବ୍ଲୁଏଫ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୨୦ ସ୍ତରରେ ପ୍ରବେଶ କରିଥିଲେ ।[8] ୨୦୧୩ରୁ ଆରମ୍ଭ କରି ସେ ୨୦୧୫କୁ ବାଦ ଦେଲେ ପ୍ରତ୍ୟେକ ବିଶ୍ୱ ଚାମ୍ପିଅନସିପରେ ସେ ପଦକ ଜିଣିଥିଲେ । ବିଶ୍ୱ ଚାମ୍ପିଅନସିପରେ ପାଞ୍ଚ କିମ୍ବା ଅଧିକ ପଦକ ଜିତିବାରେ ସେ ଜାଙ୍ଗ ନିଙ୍ଗଙ୍କ ପରେ ସେ ଦ୍ୱିତୀୟ ମହିଳା । ସେ ୨୦୧୬ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ (ରିଓ) ଭାରତର ପ୍ରତିନିଧିତ୍ୱ କରି ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ହୋଇଥିଲେ । ସ୍ପେନର କାରୋଲିନା ମାରିନଙ୍କୁ ହରାଇ ସେ ରୌପ୍ୟ ପଦକ ଜିତିଥିଲେ ।[9] ସେ ୨୦୨୦ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ (ଟୋକିଓ) କ୍ରମାଗତ ଭାବେ ଦ୍ୱିତୀୟ ଥର ଅଲିମ୍ପିକରେ ଯୋଗଦେଇ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ଦୁଇଟି ଅଲିମ୍ପିକ୍ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ ।[10][11]