ବ୍ୟାଡ଼ମିଣ୍ଟନ
ଏହା ଏକ ରେକେଟ ଖେଳ / From Wikipedia, the free encyclopedia
ବ୍ୟାଡ଼ମିଣ୍ଟନ ଏକ ରେକେଟ ଖେଳ । ଏହି ଖେଳକୁ ଏକ ଜାଲି ଉପରେ ରେକେଟଦ୍ୱାରା ପରଯୁକ୍ତ କକ୍କୁ ମାରି ଖେଳାଯାଏ । ଏହି ଖେଳର ନିୟମ ହେଉଛି ସିଙ୍ଗଲସ୍ (ଗୋଟିଏ ଦଳ ପ୍ରତି ଗୋଟିଏ ଖେଳାଳୀ) ଓ ଡବଲସ୍ (ଗୋଟିଏ ଦଳ ପ୍ରତି ଦୁଇଟି ଖେଳାଳୀ) । ଏହି ଖେଳ ସାଧାରଣତଃ ଘର ବାହାରେ ଖେଳାଯାଏ । ନିୟମ ଅନୁଯାୟୀ ଏହି ଖେଳ ଏକ ୟାର୍ଡ଼ ଆୟତାକର କ୍ଷେତ୍ରରେ ଖେଳାଯାଏ । ପରଯୁକ୍ତ କକ୍କୁ ରେକେଟରେ ମାରି ବିପରୀତ ଦଳ ପଟେ ଜମିରେ ଏବଂ ନିର୍ଦ୍ଧାରିତ ସୀମା ରେଖା ମଧ୍ୟରେ ପକାଇ ପାରିଲେ ଏକ ପଏଣ୍ଟ ହିସାବ କରାଯାଏ ।
Highest governing body | Badminton World Federation |
---|---|
First played | 19th century |
Characteristics | |
Contact | None |
Team members | Singles or doubles |
Categorization | Racquet sport |
Equipment | Shuttlecock, racquet |
Olympic | 1992ଛାଞ୍ଚ:Sndspresent |
ପ୍ରତ୍ୟେକ ଦଳ ଜାଲି ଉପରେ ବିପରୀତ ଦଳକୁ କକ୍ ପଠେଇବା ପୂର୍ବରୁ କେବଳ ଥରେ ମାତ୍ର ରେକେଟରେ ତାକୁ ମାରି ପାରିବେ । ଯେତେବେଳେ କକ୍ଟି ଭୁଇଁରେ ପଡ଼େ ନିର୍ଣ୍ଣେତା ,ସର୍ଭିସ୍ ବିଚାରକଙ୍କଦ୍ୱାରା ଭୁଲ୍ ନିଷ୍ପତି ଶୁଣାଯାଏ କିମ୍ବା ବିପରୀତ ଦଳ ଅନୁପସ୍ଥିତ ଥା'ନ୍ତି, ସେତେବେଳେ ଖେଳକୁ ସ୍ଥଗିତ ରଖାଯାଏ ।
ଏହି ଖେଳରେ ବ୍ୟବହୃତ କକ୍ଟି ପରଯୁକ୍ତ ଅଟେ ଏବଂ ଏହା ଏକ ଦୂରଭେଦୀ ପ୍ଲାଷ୍ଟିକ ଅଟେ । ପ୍ରକୃତରେ କକ୍ର ଏହି ପର ବହୁ ଉଚ୍ଚକୁ ଟାଣି ହେବାରେ କକ୍କୁ ସାହାଯ୍ୟ କରେ ଏବଂ ଶୀଘ୍ର ଗତି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅନ୍ୟ ରେକେଟ ଖେଳରେ ବ୍ୟବହୃତ ବଲ୍ ତୁଳନାରେ ଏହି କକ୍ର ଗତି ବହୁ ତୀବ୍ର ଅଟେ । ଏହି ଖେଳକୁ ବ୍ରିଟିଶ ଭାରତରେ ପୂର୍ବରୁ ଖେଳା ଯାଉଥିବା battledore and shuttlecock ଖେଳରୁ ଉନ୍ନତ କରାଯାଇଛି ।
ଡେନମାର୍କରେ ଏହି ଖେଳ ପ୍ରଧାନ ଅଟେ କିନ୍ତୁ ଏହା ଏସିଆରେ ଲୋକପ୍ରିୟ ଅଟେ, ୧୯୯୨ ମସିହାଠାରୁ ବ୍ୟାଡମିଣ୍ଟନକୁ ସମର୍ ଅଲମ୍ପିକ୍ ସ୍ପୋର୍ଟସ୍ରେ ପାଞ୍ଚ ପ୍ରକାରରେ ଖେଳାଯାଏ ଯଥା:- men's singles, women's singles, men's doubles, women's doubles ଏବଂ mixed doubles । ଉଚ୍ଚକୋଟିର ବ୍ୟାଡମିଣ୍ଟନ ଖେଳରେ ଖେଳାଳୀ ଶରୀରରେ ଦମ୍ ଥିବା ଦରକାର, ସେ କ୍ଷୀପ୍ର ହୋଇଥିବା ଦରକାର,ତା ଶରୀରରେ ତାକତ୍ ଥିବା ଦରକାର । ଏହା ଏକ ପାରିଭାଷିକ ଖେଳ ଓ ଏହି ଖେଳରେ ଭଲ ଭାବେ ଗତି କରି ପାରୁଥିବା ରେକେଟ ଦରକାର ।