ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ପାଟକୁରା (କ୍ରମିକ ସଂଖ୍ୟା: ୯୬) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଡେରାବିଶ ବ୍ଳକ, ଗରଦପୁର ବ୍ଳକ ଓ ମାର୍ଶାଘାଇ ବ୍ଳକର କିଛି ଅଞ୍ଚଳ ।[2][3]
ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୨୭,୮୨୬ |
ଜିଲ୍ଲା: | କେନ୍ଦ୍ରାପଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦ୍ରାପଡ଼ା |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୯୨୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[4]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତିଙ୍କଠାରୁ ୪୭୭୧୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[5]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ୍ଲା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୪୪,୯୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[6]
୨୦୧୯ ବିଧାନ ସଭା ନିର୍ବାଚନ ପାଟକୁରାରେ ଚତୁର୍ଥ ପର୍ଯ୍ୟାୟରେ, ୨୯ ଅପ୍ରେଲରେ ହେବାର ଥିଲା କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ଯୋଗୁଁ ମଇ ୧୯ ଯାଏଁ ନିର୍ବାଚନ ଘୁଞ୍ଚାଯାଇଥିଲା ।[୪] ପରେ ଘୁର୍ଣ୍ଣିବାତ୍ୟା ଫଣୀ ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୫] ଜୁଲାଇ ୨୪ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରତିନିଧି ଏହି ଆସନରୁ ଜିତିଥିଲେ ।[୬]
୨୦୦୯ ବିଧାନ ସଭା ନିର୍ବାଚନ, ପାଟକୁରା [7] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବେଦ ପ୍ରକାଶ ଅଗ୍ରୱାଲା | ୭୧,୭୨୫ | ୪୯.୧୨ | - | |
ଭାଜପା | ବିଜୟ ମହାପାତ୍ର | ୪୪,୯୯୦ | ୩୦.୮୧ | - | |
କଂଗ୍ରେସ | ନାରାୟଣ ପ୍ରସାଦ ସ୍ୱାଇଁ | ୨୬,୧୩୧ | ୧୭.୮୯ | - | |
ବସପା | ନାରାୟଣ ପ୍ରସାଦ ଜେନା | ୧,୦୮୫ | ୦.୭୪ | - | |
ଜନତା ଦଳ (ସଂ) | ବିରଜା ଶଙ୍କର ମିଶ୍ର | ୮୭୮ | ୦.୬୦ | - | |
କଳିଙ୍ଗ ସେନା | ସତିଶ କୁମାର ଜୟସ୍ୱାଲ | ୬୯୫ | ୦.୪୮ | - | |
ସମୃଦ୍ଧ ଓଡ଼ିଶା | ଲୋଭାରାଣୀ ଜେନା | ୫୨୮ | ୦.୩୬ | - | |
ଭୋଟ ବ୍ୟବଧାନ | ୨୬,୭୩୫ | ୧୮.୩୧* | - | ||
ମତଦାନ ହାର | ୧,୪୬,୦୬୪ | ୬୮.୫୭ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[8] [9][5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.