ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ବେଦ ପ୍ରକାଶ ଅଗ୍ରୱାଲ (୧୬ ଜାନୁଆରୀ ୧୯୩୭ - ୨୦ ଅପ୍ରେଲ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ, ଉତ୍କଳ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନତା ଦଳ, ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[1] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ବିଭିନ୍ନ ସରକାରରେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[2] ୧୯୭୪, ୧୯୭୭, ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ, ୧୦ମ, ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[3] ୨୦୧୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିବାପାଇଁ ପ୍ରାର୍ଥୀ ହୋଇଥିଲେ, ମାତ୍ର ନିର୍ବାଚନ ପୂର୍ବରୁ ୨୦ ଅପ୍ରେଲ ୨୦୧୯ରେ ତାଙ୍କର ମୃତ୍ୟୁ ହୋଇଥିଲା ।[4]
ବେଦ ପ୍ରକାଶ ଅଗ୍ରୱାଲ | |
---|---|
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୮୦ | |
ପୂର୍ବ ଅଧିକାରୀ | ଭାଗବତ ପ୍ରସାଦ ମହାନ୍ତି |
ପର ଅଧିକାରୀ | ଇନ୍ଦ୍ରମଣି ରାଉତ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଭାଗବତ ପ୍ରସାଦ ମହାନ୍ତି |
ପର ଅଧିକାରୀ | ଭାଗବତ ପ୍ରସାଦ ମହାନ୍ତି |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ଭାଗବତ ପ୍ରସାଦ ମହାନ୍ତି |
ପର ଅଧିକାରୀ | ଉତ୍କଳ କେଶରୀ ପରିଡ଼ା |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପୂର୍ବ ଅଧିକାରୀ | ଅତନୁ ସବ୍ୟସାଚୀ ନାୟକ |
ନିର୍ବାଚନ ମଣ୍ଡଳୀ | ପାଟକୁରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ଜାନୁଆରୀ ୧୯୩୭ |
ମୃତ୍ୟୁ | ୨୦ ଅପ୍ରେଲ ୨୦୧୯ ୮୨) | (ବୟସ
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନତା ଦଳ, ଜନତା ପାର୍ଟି |
ଜୀବନ ସାଥୀ | ସାବିତ୍ରୀ ଅଗ୍ରୱାଲ |
ସନ୍ତାନ | ୧ ପୁଅ, ୨ ଝିଅ |
ବାପା/ବୋଉ | ରମାନନ୍ଦ ଲାଲ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବେଦ ପ୍ରକାଶ ୧୯୩୭ ମସିହାର ଜାନୁଆରୀ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[5] ତାଙ୍କ ବାପା ଥିଲେ ରମାନନ୍ଦ ଲାଲ । ବେଦ ପ୍ରକାଶଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ସାବିତ୍ରୀ ଅଗ୍ରୱାଲଙ୍କୁ ବିବାହ କରିଥିଲେ ।[6] ଏହି ଦମ୍ପତ୍ତିଙ୍କର ଜଣେ ପୁଅ ଏବଂ ଦୁଇଜଣ ଝିଅ ଅଛନ୍ତି ।
ବେଦ ପ୍ରକାଶ ଅଗ୍ରୱାଲ ମାତ୍ର ୨୦ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ ।[7] ସେ ପ୍ରଥମେ କେନ୍ଦ୍ରାପଡ଼ା ପୌର ପରିଷଦର କାଉନ୍ସିଲର୍ ଭାବେ ନିର୍ବାଚିତ ହୋଇଥିଲେ ।[7] ତା'ପରେ ୩୩ ବର୍ଷ ବୟସରେ ସେ କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ ।[7]
ବେଦପ୍ରକାଶ ପ୍ରଥମେ ୧୯୭୪ ମସିହାରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ ।[7] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୭ ମସିହାରେ ଜନତା ପାର୍ଟିର ପ୍ରତିନିଧି ଭାବରେ, ୧୯୯୦ ମସିହାରେ ଜନତା ଦଳର ପ୍ରତିନିଧି ଭାବରେ ଏବଂ ୨୦୦୦ ମସିହାରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଯଥାକ୍ରମେ ୭ମ, ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[7]
ସେ ୨୦୦୯ ଏବଂ ୨୦୧୪ ମସିହାର ବିଜୁ ଜନତା ଦଳର ପ୍ରତିନିଧି ଭାବରେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏଥି ସହିତ ସେ ବିଭିନ୍ନ ସମୟରେ ଅର୍ଥ, ଖାଦ୍ୟ ଯୋଗାଣ ଏବଂ ଖାଉଟି ବ୍ୟାପାର, ବାଣିଜ୍ୟ ଓ ପରିବହନ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ଓ ପରିବହନ ଆଦି ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[7]
ବେଦ ପ୍ରକାଶ ୨୦୧୯ ମସିହାର ଅପ୍ରେଲ ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[8] ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବେଦ ପ୍ରକାଶ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦଖଲ କରିଥିଲେ, ମାତ୍ର ଏହି ନିର୍ବାଚ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.