ନବରାତ୍ରୀ
ହିନ୍ଦୁ ପର୍ବ / From Wikipedia, the free encyclopedia
ନବରାତ୍ରୀ ଏକ ହିନ୍ଦୁ ପର୍ବ ଓ ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବଏ ପାଳନ କରାଯାଇଥାଏ ।[1][2] ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ ।[3] ଏଥିରେ ହିନ୍ଦୁ ଦେବୀଙ୍କୁ (ଦୁର୍ଗା) ସମ୍ମାନ ଜଣାଇ ପାଳନ କରାଯାଏ । ଏହି ପର୍ବ ହିନ୍ଦୁ ପାଞ୍ଜିର ଆଶ୍ୱିନ ମାସର ଶୁକ୍ଳପକ୍ଷରେ ପାଳନ କରାଯାଏ ଓ ଏହା ସାଧାରଣତଃ ଗ୍ରେଗୋରିଆନ ମାସ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ପଡ଼ିଥାଏ ।[1][4]
Quick Facts ନବରାତ୍ରୀ, ପାଳନକାରୀ ...
ନବରାତ୍ରୀ | |
---|---|
ପାଳନକାରୀ | ହିନ୍ଦୁ ଧର୍ମାମ୍ବଲମ୍ବୀ |
ପ୍ରକାର | ଧାର୍ମିକ |
ପାଳନ | ୯-୧୦ ଦିନ |
ଆରମ୍ଭ | ଆଶ୍ୱିନ ଶୁକ୍ଳ ପ୍ରତିପଦ |
ଶେଷ | ଆଶ୍ୱିନ ଶୁକ୍ଳ ନବମୀ |
ତାରିଖ | ହିନ୍ଦୁ ଚନ୍ଦ୍ର ପଞ୍ଜିକା ଅନୁସାରେ ସ୍ଥିର କରାଯାଇଥାଏ |
୨୦୨୪ ତାରିଖ | date missing (please add) |
Close