ଆଶ୍ୱିନ
From Wikipedia, the free encyclopedia
ଅଶ୍ୱିନି ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଆଶ୍ୱିନ ବା ଅଶିଣ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ଭାଦ୍ରବ ଓ ପରବର୍ତ୍ତୀ ମାସ କାର୍ତ୍ତିକ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଷଷ୍ଠ ଚାନ୍ଦ୍ରମାନ ମାସ। ଏହା ଓ ଏହାର ପୂର୍ବବର୍ତ୍ତୀ ମାସ ଶରତ ଋତୁ।