![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/8d/Uma_Kambodscha_Rietberg_RHI_1.jpg/640px-Uma_Kambodscha_Rietberg_RHI_1.jpg&w=640&q=50)
ଦେବୀ
ହିନ୍ଦୁ ଧର୍ମରେ ଦେବୀ ଏକ ସ୍ୱର୍ଗୀୟ ଓ ଶକ୍ତିମୟୀ ନାରୀର ରୂପ ଅଧିକାର କରିଛନ୍ତି । / From Wikipedia, the free encyclopedia
ଦେବୀ (ଇଂରାଜୀ ଭାଷାରେ Devī , Sanskrit: देवी) ଏକ ସଂସ୍କୃତ ଶବ୍ଦ ଯାହା ଠାକୁରାଣୀ ଅର୍ଥରେ ପ୍ରୟୋଗ ହୁଏ; ଏହାର ପୁଂଲିଙ୍ଗ ଶବ୍ଦ: ଦେବ ବା ଦେବତା ଅର୍ଥ ସ୍ୱର୍ଗୀୟ ବା ଅତ୍ୟୁତ୍ତମ ।
ଖ୍ରୀ:ପୂ: ୨୦୦୦ ବର୍ଷରେ ବେଦରେ (Vedas) ଦେବୀ ଶବ୍ଦର ଚିନ୍ତାଧାରା ଆରମ୍ଭ ହୋଇଥିଲା ଯାହା ଶ୍ରଦ୍ଧା ସୂଚକ ଥିଲା କିନ୍ତୁ ସେହି ଯୁଗରେ ଏହାର କେନ୍ଦ୍ରୀୟ ଭୂମିକା ନଥିଲା ।[1] ଠାକୁରାଣୀ ପାର୍ବତୀ ଓ ଦୁର୍ଗାଙ୍କ ପୂଜା ଓ ଶ୍ରଦ୍ଧା ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୃଢ଼ ହୋଇ ରହିଛି ।[1] ମଧ୍ୟ ଯୁଗର ସାହିତ୍ୟ ଓ ପୁରାଣରେ ଦେବୀ ଶବ୍ଦ ପ୍ରୟୋଗର ଏକ ବିରାଟ ବିସ୍ତୃତି ଲକ୍ଷ କରାଗଲା ଯେପରିକି ଦେବୀ ମହାତ୍ମ୍ୟ (Devi Mahatmya) ଏବଂ ସେଥିରେ ସେ ସତ୍ୟ ଓ ଅନନ୍ତ ଶକ୍ତିର ଅଧିକାରୀ ଥିବା ଦର୍ଶାଯାଇଥିଲା । ଏହା ଯୋଗୁ ହିନ୍ଦୁମାନଙ୍କର ଶାକ୍ତ ପରମ୍ପରା ସୃଷ୍ଟି ହୋଇଥିଲା ।[2]
ହିନ୍ଦୁ ଧର୍ମରେ ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦେବୀ ଏକ ସ୍ୱର୍ଗୀୟ ନାରୀର ରୂପ ଅଧିକାର କରିଛନ୍ତି । [3] ଶକ୍ତି ଓ ଶୈବ ପରମ୍ପରାରେ ଠାକୁରାଣୀଙ୍କୁ ଏକ ଶକ୍ତି କେନ୍ଦ୍ର ଭାବରେ ଦେଖାଯାଏ । [1][4]