![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/a7/Tucatinib.svg/langor-640px-Tucatinib.svg.png&w=640&q=50)
ଟୁକାଟିନିବ
From Wikipedia, the free encyclopedia
ଟୁକାଟିନିବ (ଇଂରାଜୀ ଭାଷାରେ Tucatinib), ବେପାର ନାମ ଟୁକିସା, ହେଉଛି ଏକ ଔଷଧ ଯାହା ଏଚଇଆର୨-ଯୁକ୍ତାତ୍ମକ (HER2) ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[3] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯାହା ସ୍ଥାନୀୟ ଥାଏ କିନ୍ତୁ ଆଗେଇ ଯାଇଥାଏ କିମ୍ବା ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ ।[3] ଯେତେବେଳେ ଅନ୍ୟାନ୍ୟ ଔଷଧ କାମ କରେନି ସେତେବେଳେ ଏହା କ୍ୟାପେସିଟାବିନ ଏବଂ ଟ୍ରାଷ୍ଟୁଜୁମାବ ସହିତ ଏକତ୍ର ବ୍ୟବହୃତ ହୁଏ ।[3] ଏହା ପାଟିରେ ଦିଆଯାଏ ।[3]
![]() | |
Clinical data | |
---|---|
Pronunciation | too-KA-tih-nib |
Trade names | Tukysa |
Synonyms | ONT-380, ARRY-380 |
AHFS/Drugs.com | monograph |
MedlinePlus | a620032 |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Chemical and physical data | |
Formula | C26H24N8O2 |
Molar mass | ୪୮୦.୫୩ g·mol−1 |
3D model (JSmol) | |
SMILES
| |
InChI
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଥକାପଣ, ପାଟିର ପ୍ରଦାହ, ଯକୃତ ସମସ୍ୟା ଏବଂ ରାସ ହୋଇପାରେ ।[3] ପାମାର-ପ୍ଲାଣ୍ଟାର ଏରିଥ୍ରୋଡିସଏସଥେସିଆ ନାମକ ଏକ ଦାଗ ଦେଖାଯାଇପାରେ । [4] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[1] ଏହା ମାନବ ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର 2 (HER2)ର ଏକ ଟାଇରୋସିନ କାଇନେଜ ଇନହିବିଟର ।[4] [1]
୨୦୨୦ ମସିହାରେ ଆମେରିକା ଓ ଅଷ୍ଟ୍ରେଲିଆରେ,[4] [1] ଏବଂ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରର ବ୍ୟବହାର ପାଇଁ ଟୁକାଟିନିବ ଅନୁମୋଦିତ ହୋଇଥିଲା ।[3] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଚିକିତ୍ସା ପିଛା ମାସକୁ ପ୍ରାୟ ୨୧,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[5]