![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/b3/Capecitabine.svg/langor-640px-Capecitabine.svg.png&w=640&q=50)
କାପେସାଇଟାବିନ
From Wikipedia, the free encyclopedia
କାପେସାଇଟାବିନ (ଇଂରାଜୀ ଭାଷାରେ Capecitabine, ବିକ୍ରୟ ନାମ ଜେଲୋଡା/Xeloda) ଏକ କେମୋଥେରାପି ଔଷଧ (chemotherapy medication) ଯାହା ସ୍ତନ କର୍କଟ, ପାକସ୍ଥଳୀ କର୍କଟ (gastric cancer) ଓ ବୃହଦନ୍ତ୍ର-ମଳାଶୟ କର୍କଟ ।[1] ସ୍ତନ କର୍କଟ ରୋଗରେ ଏହା ସହିତ ଡୋସେଟାକସେଲ (docetaxel) ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଏ ।[2]
![]() | |
![]() | |
Clinical data | |
---|---|
Pronunciation | /kæpɪˈsaɪtəbin/ |
Trade names | Xeloda, others |
AHFS/Drugs.com | monograph |
MedlinePlus | a699003 |
Pregnancy category |
|
Routes of administration | by mouth |
Drug class | chemotherapy agent |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | Extensive |
Protein binding | < 60% |
Metabolism | liver, to 5'-DFCR, 5'-DFUR (inactive); neoplastic tissue, 5'-DFUR to active fluorouracil |
Elimination half-life | 38–45 minutes |
Excretion | kidney (95.5%), faecal (2.6%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.112.980 ![]() |
Chemical and physical data | |
Formula | C15H22FN3O6 |
Molar mass | 359.35 g/mol |
3D model (JSmol) | |
SMILES
| |
InChI
| |
(verify) |
କାପେସାଇଟାବିନର ପାର୍ଶ୍ୱ ପ୍ରତିକ୍ରିୟା ହେଲେ ପେଟ ଯନ୍ତ୍ରଣା, ବାନ୍ତି, ତରଳ ଝାଡ଼ା, ଦୂର୍ବଳତା ଓ ରାସ ଭଳି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଆଲର୍ଜି ପ୍ରତିକ୍ରିୟା (allergic reactions), ହୃତ୍ପିଣ୍ଡ ସମସ୍ୟା ଓ ସ୍ୱଳ୍ପ ରକ୍ତ କଣିକା (low blood cell counts) ହୋଇପାରେ । ବୃକ୍କ ସମସ୍ୟା (kidney problems) ଥିବା ଲୋକଙ୍କୁ ଏହା ଦେବା ସମିଚୀନ ନୁହେଁ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ । ଦେହରେ କାପେସାଇଟାବିନ ପରିବର୍ତ୍ତିତ ହୋଇ ୫-ଫ୍ଲୋରୋୟୁରାସିଲ (5-fluorouracil ବା 5-FU) ହେବା ପରେ କାର୍ଯ୍ୟକ୍ଷମ ହୁଏ । [2]
କାପେସାଇଟାବିନ ସନ ୧୯୯୨ରେ ପେଟେଣ୍ଟ ହେବାପରେ ସନ ୧୯୯୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ନିର୍ଦ୍ଦିଷ୍ଟ ସମୟ ଅବଧି ଡୋଜର ହୋଲସେଲ ମୂଲ୍ୟ ୧୨୨.୬୪ରୁ ୧୯୫.୬୬ ଆମେରିକୀୟ ଡଲାର ।[5] ଇଂଲଣ୍ଡରେ ଏହି ଅବଧିର ଔଷଧ ମୂଲ୍ୟ ପ୍ରାୟ ୨୧୦.୬୭ ପାଉଣ୍ଡ ।[1] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ମୂଲ୍ୟ ପ୍ରାୟ ୧,୮୯୬.୦୦ ଆମେରିକୀୟ ଡଲାର ଥିଲା ।[6]