ଟ୍ରାସ୍ଟୁଜୁମାବ
ଔଷଧୀୟ ଡ୍ରଗ୍ / From Wikipedia, the free encyclopedia
ଟ୍ରାସ୍ଟୁଜୁମାବ(ଇଂରାଜୀ ଭାଷାରେ Trastuzumab, ବିକ୍ରୟ ନାମ ହର୍ସେପ୍ଟିନ/Herceptin) ଏକ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody) ଯାହା ସ୍ତନ କର୍କଟ ରୋଗରେ ବ୍ୟବହୃତ ହୁଏ । ଏହା ବିଶେଷତଃ ଏଚଇଆର୨ ରିସେପ୍ଟର ପଜିଟିଭ (HER2 receptor positive) ସ୍ତନ କର୍କଟ ରୋଗରେ ଦିଆଯାଏ । ଏହା ଏକକ ଭାବରେ ବା ଅନ୍ୟ କେମୋଥେରାପି (chemotherapy medication) ଔଷଧ ସାଥୀରେ ଦିଆଯାଇପାରେ ।[3] ଟ୍ରାସ୍ଟୁଜୁମାବ ଧୀର ଶିରାଭ୍ୟନ୍ତର ଇନଫ୍ୟୁଜନ (slow injection into a vein) ଆକାରରେ ବା ସବକ୍ୟୁଟାନିଅସ ଇଞ୍ଜେକସନ (injection just under the skin) ଆକାରରେ ଦିଆଯାଏ ।[3][4]
Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | HER2/neu |
Clinical data | |
Trade names | Herceptin, others[1] |
AHFS/Drugs.com | monograph |
Pregnancy category |
|
Routes of administration | intravenous, subcutaneous |
ATC code |
|
Pharmacokinetic data | |
Metabolism | Unknown, possibly reticuloendothelial system. |
Elimination half-life | 2-12 days |
Identifiers | |
CAS Number | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.224.377 ![]() |
Chemical and physical data | |
Formula | C6470H10012N1726O2013S42 |
Molar mass | 145531.5 g/mol |
![]() ![]() |
ଟ୍ରାସ୍ଟୁଜୁମାବର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୱର, ସଂକ୍ରମଣ, କାଶ, ମୁଣ୍ଡବଥା, ନିଦ୍ରା ସମସ୍ୟା ଓ ରାସ ଦେଖାଯାଏ । ପ୍ରତିକ୍ରିୟା ସାଂଘାତିକ ହେଲେ ହୃଦ୍ପାତ, ଆଲର୍ଜି ପ୍ରତିକ୍ରିୟା ଓ ଫୁସଫୁସ ରୋଗ (lung disease) ହୋଇପାରେ ।[3] ଗର୍ଭାବସ୍ଥାରେ ଏହି ଔଷଧ ଶିଶୁର ହାନୀ କରିପାରେ ।[2] ଏହା ଏଚଇଆର୨ ରିସେପ୍ଟର (HER2 receptor) ସହିତ ଅନୁବନ୍ଧିତ ହୋଇ ଜୀବକୋଷ ଡୁପ୍ଲିକେସନ ପଦ୍ଧତିକୁ ଧୀର କରି କାର୍ଯ୍ୟକ୍ଷମ ହୁଏ ।[3]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଟ୍ରାସ୍ଟୁଜୁମାବ ସ୍ୱୀକୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୪୪୦ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ୧,୮୦୦ରୁ ୧,୯୫୫ ଆମେରିକୀୟ ଡଲାର ।[6] ଇଂଲଣ୍ଡରେ ଏକ ୧୫୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୪୦୭ ପାଉଣ୍ଡ ।[4]