ଖାରବେଳ
ମହା ମେଘବାହନ ସାମ୍ରାଜ୍ୟ, ଚେଦି ରାଜବଂଶର ଜଣେ ମହାପରାକ୍ରମୀ / From Wikipedia, the free encyclopedia
ମହାମେଘବାହନ ଐର ଖାରବେଳ (IAST: Khārabeḷa) (୧୯୩ ଖ୍ରୀ.ପୂ. – ୧୭୦ ଖ୍ରୀ.ପୂ. ପରେ) କଳିଙ୍ଗର ଚେଦି ରାଜବଂଶର ଜଣେ ପରାକ୍ରମୀ ରାଜା ଥିଲେ । ଖାରବେଳଙ୍କ ସମ୍ପର୍କିତ ସବିଶେଷ ତଥ୍ୟ ଅଧୁନା ଭୁବନେଶ୍ୱରସ୍ଥିତ ଉଦୟଗିରିରେ ଥିବା ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ ।
Quick Facts ଖାରବେଳଙ୍କ ସାମ୍ରାଜ୍ୟ ଐର ମହାମେଘବାହନ, ରାଜଧାନୀ ...
ଖାରବେଳଙ୍କ ସାମ୍ରାଜ୍ୟ ଐର ମହାମେଘବାହନ | |
---|---|
୧୯୩ ଖ୍ରୀ.ପୂ.(ସମ୍ବତ ପୂର୍ବ ୧୩୬)–୧୭୦ ଖ୍ରୀ.ପୂ.(ସମ୍ବତ ପୂର୍ବ ୧୧୩) | |
ରାଜଧାନୀ | ସିଂହପୁର |
ଧର୍ମ | ଜୈନ ଧର୍ମ |
Government | ରାଜତନ୍ତ୍ର |
ସମ୍ରାଟ | |
History | |
• Established | ୧୯୩ ଖ୍ରୀ.ପୂ.(ସମ୍ବତ ପୂର୍ବ ୧୩୬) |
• Disestablished | ୧୭୦ ଖ୍ରୀ.ପୂ.(ସମ୍ବତ ପୂର୍ବ ୧୧୩) |
Today part of | ଭାରତ ବଙ୍ଗଳାଦେଶ ପାକିସ୍ତାନ |
Close
ଚେଦି ରାଜବଂଶ ଖାରବେଳଙ୍କ ଶାସନ କାଳରେ କ୍ଷମତାର ଶୀର୍ଷରେ ପହଞ୍ଚିଥିଲା । କଳିଙ୍ଗର ପୁରୁଣା ଗୌରବ ତାଙ୍କ ଯୋଗୁ ଫେରିଆସିଥିଲା । ତାଙ୍କ ଶାସନକାଳ ମଧ୍ୟରେ କଳିଙ୍ଗର ନୌବାଣିଜ୍ୟ ସେତେ ବେଳର ସିଂହଳ (ଶ୍ରୀଲଙ୍କା), ବର୍ମା (ମିଆଁମାର), ସିଆମ (ଥାଇଲାଣ୍ଡ), ଭିଏତନାମ, କାମ୍ବୋଜ (କାମ୍ବୋଡ଼ିଆ), ବୋର୍ଣିଓ, ବାଲି, ସମୁଦ୍ର (ସୁମାତ୍ରା) ଏବଂ ଜାଭାଦ୍ୱୀପ (ଜାଭା) ପର୍ଯ୍ୟନ୍ତ ବ୍ୟାପିଥିଲା । ଏହା ବ୍ୟତୀତ ମଗଧ, ଅଙ୍ଗ, ସାତବାହନ ତଥା ବିଭିନ୍ନ ଦକ୍ଷିଣ ଭାରତୀୟ ପ୍ରଦେଶ ଯେପରି ପାଣ୍ଡ୍ୟ ସାମ୍ରାଜ୍ୟ (ଅଧୁନା ତାମିଲନାଡୁ) ଜୟ କରି କଳିଙ୍ଗର ପରିସୀମା ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ବ୍ୟାପ୍ତ କରିଥିଲେ । ସେ ଜୈନଧର୍ମ ଗ୍ରହଣ କରିଥିଲେ ।[1][2]