ଏକ୍ଲାମ୍ପସିଆ
ପ୍ରିଏକ୍ଲାମ୍ପସିଆ ରୋଗ ଥିବା ସମୟରେ ବାତ ହେଲେ ଏକ୍ଲାମ୍ପସିଆ ନାମ ଦିଆଯାଏ । / From Wikipedia, the free encyclopedia
ଏକ୍ଲାମ୍ପସିଆ ରୋଗ ନାମ ଦିଆହୁଏ, ପ୍ରିଏକ୍ଲାମ୍ପସିଆ ରୋଗ ଭୋଗୁଥିବା ଗର୍ଭବତୀ ମହିଳାଙ୍କର ବାତ ବା ସିଜର (କନଭଲସନ) (convulsion) ଆରମ୍ଭ ହେଲେ । [1] ପ୍ରିଏକ୍ଲାମ୍ପସିଆ ଗର୍ଭାବସ୍ଥାର ଏକ ବେମାରୀ ଯେଉଁଥିରେ ଉଚ୍ଚ ରକ୍ତଚାପ ହୁଏ ଓ ପରିସ୍ରାରେ ବହୁତ ପରିମାଣର ପ୍ରୋଟିନ ଯାଏ ଓ ବିଭିନ୍ନ ଅଙ୍ଗର ବେମାରୀ ବାହାରେ । [2][3] ଏହି ରୋଗ ପ୍ରସବ ସମୟରେ, ତା ପୂର୍ବରୁ ବା ପରେ ଆରମ୍ଭ ହୋଇପାରେ । ଏହି ବାତ ବା ସିଜର ଟନିକ-କ୍ଲନିକ ଟାଇପର ହୁଏ ଓ ପ୍ରାୟ ୧ ମିନିଟ ରହେ । ସିଜର ପରେ ସ୍ୱାଭାବିକ ଭାବେ ରୋଗୀ କିଛି ସମୟ ଧରି ଦ୍ୱନ୍ଦାତ୍ମକ/ ବିମୂଢ଼ ଅବସ୍ଥାରେ ରହେ ବା କୋମାରେ ରହେ । ରୋଗ ଜଟୀଳତା ମଧ୍ୟରେ ଆସ୍ପିରେସନ ନିମୋନିଆ, ସେରେବ୍ରାଲ ହେମୋରେଜ, ବୃକ୍କ ଫେଲ ଓ ହୃତ୍ପିଣ୍ଡ ବନ୍ଦ ହୁଏ । ପ୍ରିଏକ୍ଲାମ୍ପସିଆ ଓ ଏକ୍ଲାମ୍ପସିଆଦ୍ୱୟ ଏକ ବିରାଟ ଦଳ ଗର୍ଭାବସ୍ଥାର ଉଚ୍ଚ ରକ୍ତଚାପ ସମ୍ପର୍କୀୟ ବେମାରୀର ଏକ ଅଂଶ । [1]
ଏକ୍ଲାମ୍ପସିଆ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ପ୍ରସୂତୀ ବିଜ୍ଞାନ[*] |
ଆଇସିଡ଼ି-୧୦ | O15. |
ଆଇସିଡ଼ି-୯-ସିଏମ୍ | 642.6 |
ରୋଗ ଡାଟାବେସ | 4068 |
ମେଡ଼ିସିନ-ପ୍ଲସ | 000899 |
ଇ-ମେଡ଼ିସିନ | med/1905 emerg/796 |
Patient UK | ଏକ୍ଲାମ୍ପସିଆ |
MeSH | D004461 |
ଏହି ରୋଗର ପ୍ରତିଷେଧ ନିମନ୍ତେ ପ୍ରିଏକ୍ଲାମ୍ପସିଆ ରୋଗ ସମୟରୁ ଉଚ୍ଚ ରକ୍ତଚାପ ଔଷଧ, ଉଚ୍ଚ ସଙ୍କଟାପର୍ଣ୍ଣ କେଶରେ ଆସ୍ପିରିନ, କ୍ୟାଲସିଅମ ଅଭାବ ଥିବା ସ୍ଥାନରେ କ୍ୟାଲସିଅମ ଦେବା ଆବଶ୍ୟକ । [4][5] ଗର୍ଭାବସ୍ଥାରେ ବ୍ୟାୟାମ କରିବା ଆବଶ୍ୟକ । [1] ଏକ୍ଲାମ୍ପସିଆରେ ଶୀରାମାଧ୍ୟମ ବା ମାଂସପେଶୀରେ ମ୍ୟାଗନେସିଅମ ସଲଫେଟ ଇଞ୍ଜେକସନ ବିପଦରହିତ ଓ ସୁଫଳ ଦାୟକ ହୁଏ । [6][7]ଏହା ଉଭୟ ବିକଶିତ ଦେଶ ଓ ବିକାଶଶୀଳ ଦେଶ ନିମନ୍ତେ ପ୍ରଯୁଜ୍ୟ । [6] ଶ୍ୱାସକ୍ରିୟା ସଠିକ ଚାଲିବା ନିମନ୍ତେ ଡାକ୍ତରୀ ସାହାଯ୍ୟ ଆବଶ୍ୟକ ହୋଇପାରେ । ଉଚ୍ଚ ରକ୍ତଚାପ ଚିକିତ୍ସା ନିମନ୍ତେ ହାଇଡ୍ରାଲାଜିନ ଔଷଧ ଦିଆଯାଏ ଓ ସିଜରିଆନଦ୍ୱାରା ଜନ୍ମପଥରେ ଆଶୁ ପ୍ରସବ ବ୍ୟବସ୍ଥା କରି ଏହି ବିପଦ ଏଡ଼େଇ ଦିଆଯାଏ । [1]
ସମୁଦାୟ ପ୍ରସବ ସଂଖ୍ୟାର ୫ % ପ୍ରିଏକ୍ଲାମ୍ପସିଆ ହୁଏ ଓ ୧.୪ ଏକ୍ଲାମ୍ପସିଆ ହୁଏ । [8] ବିକଶିତ ଦେଶମାନଙ୍କରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗୁ ୨୦୦୦ ପ୍ରସବରେ ଜଣକର ଏହି ରୋଗ ହୁଏ । [1] ଗର୍ଭିଣୀମାନଙ୍କର ମୃତ୍ୟୁର ଏହା ଏକ ସାଧାରଣ କାରଣ । [9] ସନ ୧୯୯୦ରେ ୩୭,୦୦୦ ମୃତ୍ୟୁ ହୋଇଥିଲାବେଳେ ସନ ୨୦୧୩ରେ ଏହା କମିଯାଇ ୨୯,୦୦୦ ହୋଇଥିଲା । [10] ଏକ୍ଲାମ୍ପସିଆ ରୋଗୀଙ୍କ ମଧ୍ୟରୁ ୧ % ମୃତ୍ୟୁ ବରଣ କରନ୍ତି । [1] ଗ୍ରୀକ ଭାଷାରେ ଏକ୍ଲାମ୍ପସିଆ ଅର୍ଥ ବିଜୁଳି (lighterning) । ଏହି ରୋଗର ପ୍ରଥମ ବର୍ଣ୍ଣନା ହିପୋକ୍ରେଟ କରିଥିଲେ ଖ୍ରୀ.ପୂ. ୫ମ ଶତାବ୍ଦୀରେ । [11]