ଆପ୍ରେସୋଲିନ From Wikipedia, the free encyclopedia
ହାଇଡ୍ରାଲାଜିନ (ଇଂରାଜୀ ଭାଷାରେ Hydralazine, ବିକ୍ରୟ ନାମ ଆପ୍ରେସୋଲିନ/Apresoline) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ (high blood pressure) ଓ ହୃଦ୍ପାତ ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[1] ଗର୍ଭାବସ୍ଥା ଉଚ୍ଚରକ୍ତଚାପ (high blood pressure in pregnancy ଓ ଆଶୁ ଉଚ୍ଚ ରକ୍ତଚାପ very high blood pressure resulting in symptoms ରୋଗ ମାନଙ୍କରେ ମଧ୍ୟ ଦିଆଯାଏ ।[2] କୃଷ୍ଣକାୟ ଲୋକଙ୍କର (black people) ହୃଦ୍ପାତ ରୋଗରେ ଆଇସୋସର୍ବାଇଡ ଡାଇନାଇଟ୍ରେଟ (isosorbide dinitrate) ଔଷଧ ସହିତ ଦେଲେ କାର୍ଯ୍ୟକାରୀ ହୁଏ ।[1] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (by injection into a vein) ଆକାରରେ ଦିଆଯାଏ ।[2] ଔଷଧର ପ୍ରଭାବ ପ୍ରାୟ ୧୫ ମିନିଟ ମଧ୍ୟରେ ଆରମ୍ଭ ହୋଇ ୬ ଘଣ୍ଟା ପର୍ଯ୍ୟନ୍ତ ରହେ ।[1]
Clinical data | |
---|---|
Trade names | Apresoline, BiDil, others |
AHFS/Drugs.com | monograph |
MedlinePlus | a682246 |
data |
|
Pregnancy category |
|
Routes of administration | By mouth, intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 26–50% |
Protein binding | 85–90% |
Metabolism | Liver |
Onset of action | 5 to 30 min[1] |
Elimination half-life | 2–8 hours, 7–16 hours (renal impairment) |
Duration of action | 2 to 6 hrs[1] |
Excretion | Urine |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.001.528 |
Chemical and physical data | |
Formula | C8H8N4 |
Molar mass | 160.176 g/mol |
3D model (JSmol) | |
SMILES
| |
InChI
| |
(verify) |
ହାଇଡ୍ରାଲାଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥାଓ ଦୃତ ହୃତ୍ପିଣ୍ଡ ଗତି (fast heart rate) ଭଳି ଲକ୍ଷଣ ଦେଖାଯାଏ । ମାଇଟ୍ରାଲ ଭଲ୍ଭ (mitral valve) ପ୍ରଭାବିତ କରିଥିବା ରିଉମାଟିକ ହୃତ୍ପିଣ୍ଡ ରୋଗ (rheumatic heart disease) ଓ କରୋନାରୀ ଧମନୀ ରୋଗ (coronary artery disease) ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଏ ନାହିଁ ।[1] ବୃକ୍କ ସମସ୍ୟା (kidney problems) ଥିଲେ ଅଳ୍ପ ମାତ୍ରାର ଔଷଧ ଦିଆଯାଏ ।[2] ରକ୍ତନଳୀ ସ୍ଫୀତକାରୀ ଶ୍ରେଣୀର (vasodilator) ଏହି ଔଷଧ ରକ୍ତନଳୀ ଓସାରିଆ କରି (dilation of blood vessels) କାର୍ଯ୍ୟସାଧନ କରେ ।[1]
ସିବା (Ciba) କମ୍ପାନୀର ବୈଜ୍ଞାନିକମାନଙ୍କଦ୍ୱାରା ମ୍ୟାଲେରିଆ ନିମନ୍ତେ ଔଷଧ ଖୋଜା ହେଉଥିବା ବେଳେ ହାଇଡ୍ରାଲାଜିନ ଆବିଷ୍କୃତ ହୋଇଥିଲା ।[3] ସନ ୧୯୪୯ ମସିହାରେ ଏହା ପେଟେଣ୍ଟ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୨.୭୮ରୁ ୯.୧୧ ଆମେରିକୀୟ ଡଲାର ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.