ଏହା ଏକ ବୃକ୍କର ରୋଗ ଯେଉଁଥିରେ ଯେତେବେଳେ ଆଇଜିଏ ଗଠନ ହେବା ଫଳରେ ପ୍ରଦାହ ହୁଏ । From Wikipedia, the free encyclopedia
ଆଇଜିଏ ନେଫ୍ରୋପାଥି (ବା ଆଇଜିଏଏନ/ IgAN ), ଯାହା ବର୍ଗର ରୋଗ ଭାବରେ ମଧ୍ୟ ଜଣାଶୁଣା, ଏକ ବୃକ୍କର ରୋଗ ଯେଉଁଥିରେ ଯେତେବେଳେ ଆଇଜିଏ ଗଠନ ହେବା ଫଳରେ ପ୍ରଦାହ ହୁଏ ।[1] ପ୍ରାରମ୍ଭରେ ସାଧାରଣତ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[1] ଏହି ରୋଗ ଆଗେଇ ଗଲେ ଫେଣଯୁକ୍ତ ରକ୍ତ ମିଶ୍ରିତ ପରିସ୍ରା ହୋଇପାରେ ।[1] ଅନ୍ୟ ଲକ୍ଷଣଗୁଡ଼ିକରେ ଗୋଡ଼ର ଇଡିମା ହୋଇପାରେ ।[1] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତଚାପ, ବୃକ୍କ ବିଫଳତା, ହୃଦ ରୋଗ ଏବଂ ହେନୋକ-ସୁନଲାଇନ ପୁରପୁରା ହୋଇପାରେ ।[1]
IgA nephropathy | |
---|---|
IgA nephritis, Berger's disease, synpharyngitic glomerulonephritis | |
ଉଚ୍ଚାରଣ |
|
ବିଭାଗ | Nephrology |
ଲକ୍ଷଣ | None, blood in the urine, foamy urine, swelling of the legs[1] |
ଆକ୍ରାନ୍ତ ସମୟ | Late childhood to late 30s[1] |
ଅବଧି | Long term[2] |
କାରଣ | Autoimmune disease[2] |
ବିପଦ କାରକ | Family history, HIV/AIDS, and hepatitis[1][2] |
ରୋଗ ନିର୍ଣ୍ଣୟ ପଦ୍ଧତି | Suspected based on blood and urine tests, confirmed by a kidney biopsy[1] |
ସଠିକ ରୋଗ ନିର୍ଣ୍ଣୟ | Lupus nephritis, nephrotic syndrome, membranoproliferative glomerulonephritis, Henoch-Schönlein purpura[2] |
ପ୍ରତିକାର | None[2] |
ଚିକିତ୍ସା | Immunosuppressants, blood pressure medication, kidney transplant[2] |
Prognosis | Often good[2] |
ପୁନଃପୌନିକ | Relatively common[1] |
ରୋଗ ପାରିବାରିକ ଇତିହାସ ଥିଲେ, ଏଚ୍.ଆଇ.ଭି/ଏଡସ୍ ଏବଂ ହେପାଟାଇଟିସ୍ ଥିଲେ ଏହି ରୋଗ ସଙ୍କଟ ରହେ ।[1] [2] ଏହାର ଅନ୍ତର୍ନିହିତ ପ୍ରଣାଳୀ ହେଉଛି ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ଆଣ୍ଟିବଡି ସହିତ ଆଇଜିଏ ଅନୁବନ୍ଧିତ ହୋଇ ଇମ୍ୟୁନ କମ୍ପ୍ଲେକ୍ସ ତିଆରି କରିଥାଏ ।[1] ଏହି କମ୍ପ୍ଲେକ୍ସଗୁଡ଼ିକ ଗଠନ ହୋଇଗଲେ ବୃକ୍କରେ ପ୍ରଦାହ ହୁଏ ।[1] ଏକ ସଂକ୍ରାମକ ରୋଗଦ୍ୱାରା ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ ।[2] ରକ୍ତ ଏବଂ ପରିସ୍ରା ପରୀକ୍ଷା ଉପରେ ଆଧାର କରି ରୋଗ ରୋଗ ନିର୍ଣ୍ଣୟ କରାଯାଏ ଏବଂ ବୃକ୍କ ବାୟୋପସିଦ୍ୱାରା ରୋଗ ନିଶ୍ଚିତ କରାଯାଏ ।[1]
ଏହି ରୋଗ ଆରୋଗ୍ୟସାଧ୍ୟ ନଥିବା ବେଳେ ଚିକିତ୍ସାରେ ପ୍ରତିରକ୍ଷା ପ୍ରଣାଳୀକୁ ଦମନ କରିବା ପାଇଁ କର୍ଟିକୋଷ୍ଟିରଏଡ କିମ୍ବା ସାଇକ୍ଲୋଫୋସଫାମାଇଡ ଭଳି ଔଷଧ ଦିଆଯାଇଥାଏ ।[1] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ରକ୍ତଚାପ ନିୟନ୍ତ୍ରଣ ନିୟନ୍ତ୍ରଣ ନିମନ୍ତେ ଏସିଇ ଇନହିବିଟର ଏବଂ ଦେହରୁ ଅତିରିକ୍ତ ତରଳ ପଦାର୍ଥ ବାହାର କରିବା ପାଇଁ ଡାଇୟୁରେଟିକ୍ ବ୍ୟବହାର କରାଯାଇପାରେ ।[1] ବୃକ୍କ ଫେଲ ଥିବା ଲୋକଙ୍କ ପାଇଁ ବୃକ୍କ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ ।[2] ଫଳାଫଳ ପ୍ରାୟ ଭଲ ହୋଇଥାଏ ।[2]
ଆଇଏ ନେଫ୍ରୋପାଥି ହେଉଛି କିଡନୀ ରୋଗମାନଙ୍କ ମଧ୍ୟରୁ ଅନ୍ୟତମ ।[1] ଏହାର ଆରମ୍ଭ ସାଧାରଣତଃ ପିଲାଦିନରୁ ୩୦ ଦଶକ ପର୍ଯ୍ୟନ୍ତ ହୋଇଥାଏ ।[1] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[1] ଏସିଆ ଲୋକ ଏବଂ ଧଳା ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି ।[1] ଏହି ଅବସ୍ଥା ପ୍ରଥମେ ୧୯୬୮ ମସିହାରେ ଜଣେ ଫେନ୍ସ ପାଥୋଲୋଜିଷ୍ଟ ଜିନ ବର୍ଗଙ୍କଦ୍ୱାରା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ।[2] [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.